fbpx
BSKY SKY
BSKY SKY

ପୁଲିସ ଏନ୍‌କାଉଣ୍ଟରେ ଦୁର୍ଦ୍ଦାନ୍ତ ବିଜୁ ଆହତ, ଡାକ୍ତରଖାନାରେ ଭର୍ତ୍ତି: ପିସ୍ତଲ ସହ ୩ ରାଉଣ୍ଡ ଗୁଳି ଜବତ

BSKY

ପୁରୀ (ଭାସ୍କର ନ୍ୟୁଜ୍‌): ପୋଲିସ ଏନ୍‌କାଉଣ୍ଟରରେ ବୁଧବାର ଦୁର୍ଦ୍ଦାନ୍ତ ଅପରାଧୀ ବିଜୁ ବେହେରା ଆହତ ହୋଇଛି । ବିଜୁର ବାମ ଗୋଡ଼ରେ ବାଜିଛି ଗୁଳି । ତାକୁ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଛି । ଶ୍ରୀକ୍ଷେତ୍ର ପୁରୀ ନରେନ୍ଦ୍ରକୋଣରେ ଗୁଳିକାଣ୍ଡ ଘଟଣାର ମୁଖ୍ୟ ଅଭିଯୁକ୍ତ ହେଉଛି ବିଜୁ । ମଙ୍ଗଳବାର ରାତିରେ ନରେନ୍ଦ୍ରକୋଣରେ ଜଣେ ମହିଳାଙ୍କୁ ଗୁଳି କରିଥିଲା ବିଜୁ । ଗୁଳି ମାଡ଼ ପରେ ଅଭିଯୁକ୍ତ ବିଜୁ ବେହେରା ଚନ୍ଦନପୁର ଥାନା ଅଞ୍ଚଳରେ ଲୁଚି ରହିଥିଲା । ଏ ସମ୍ପର୍କରେ ଖବର ପାଇ ପୋଲିସ ଅଚାନକ ଚଢ଼ଉ କରିଥିଲା । ବିଜୁକୁ ଆତ୍ମସମର୍ପଣ କରିବାକୁ ପୋଲିସ କହିଥିଲେ ବି ସେ ପ୍ରଥମେ ଗୁଳି ଚଳାଇଥିଲା । ଏହାର ପ୍ରତି ଜବାବରେ ପୋଲିସ ବିଜୁ ଉପରକୁ ପାଲଟା ଗୁଳି ଚାଳନା କରିଥିଲା । ଫଳରେ ବିଜୁର ବାମ ଗୋଡ଼ରେ ବାଜିଥିଲା ଗୁଳି । ପରେ ତାକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବିଜୁ ନିକଟରୁ ଏକ ପିସ୍ତଲ ଓ ୩ ରାଉଣ୍ଡ ଗୁଳି ଜବତ କରାଯାଇଛି । ଏହି ଏନ୍‌କାଉଣ୍ଟର ଘଟଣାରେ ପୁରୀ କୁମ୍ଭାରପଡ଼ା ଥାନାର ଏସ୍‌ଆଇ ଦିବ୍ୟରଂଜନ ପଣ୍ଡା ମଧ୍ୟ ସାମାନ୍ୟ ଆହତ ହୋଇଛନ୍ତି ।

Get real time updates directly on you device, subscribe now.