fbpx

ଇଚ୍ଛାଶକ୍ତି ଆଗରେ ହାର ମାନିଛି ବାର୍ଦ୍ଧକ୍ୟ: ୮୦ ବର୍ଷରେ ବି କରୁଛନ୍ତି ଘୋଡ଼ାଚାଳନା

ନୂଆଦିଲ୍ଲୀ: ଇଂରାଜୀରେ ଏକ ଲୋକକଥା ଅଛି ‘ଏଜ୍ ଇଜ୍ ଜଷ୍ଟ ଏ ନମ୍ବର’ ଅର୍ଥାତ୍ ବୟସ କେବଳ ଏକ ସଂଖ୍ୟା । ଯେତେବଳେ ଶିଖିବାର ଦୃଢ଼ ଇଚ୍ଛା ଥାଏ ଏବଂ ଆକାଶକୁ ଛୁଇଁବାର ସ୍ୱପ୍ନ ଥାଏ ସେତେବେଳେ ବୟସ ବାଧା ହୋଇପାରେନାହିଁ । ଏମିତି କିଛି କରିଦେଖାଇଛନ୍ତି ମଧ୍ୟ ପ୍ରଦେଶର ଦେବାସର ଏକ ବୃଦ୍ଧାଶ୍ରମ ଅଧିବାସୀ ଦେବକୀ ବାଇ ଏବଂ ଶକୁନ୍ତଳା ଗୋସ୍ୱାମୀ ।

ପ୍ରକୃତରେ କିଛି ଦିନ ତଳେ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଟ୍ୱିଟରରେ ଏକ ଭିଡିଓ ସେୟାର କରିଥିଲେ ଯେଉଁଥିରେ ୯୫ ବର୍ଷୀୟ ମହିଳା ରେଶମ ବାଇ କାର୍ ଚଳାଉଥିଲେ । ଶିବରାଜ ସିଂହ ଏହି ଭିଡିଓକୁ ସେୟାର କରିବା ସହ ଅନ୍ୟମାନଙ୍କ ଏଥିରେ ପ୍ରେରଣା ନେବାକୁ କହିଥିଲେ ଏବଂ ଏହା ସହ ରେଶମ ବାଇଙ୍କର ଖୁବ୍ ପ୍ରଂଶସା କରିଥିଲେ । ଏହାପରେ ଦେବାସର ବୃଦ୍ଧାଶ୍ରମର ଦୁଇ ବୃଦ୍ଧା ଆଶ୍ରମ ପରିଚାଳକଙ୍କୁ ଦେବକୀ ବାଇ ଏବଂ ଶକୁନ୍ତଳା ଗୋସ୍ୱାମୀ ଘୋଡ଼ସବାରୀ ଏବଂ ସ୍କୁଟି ଚଳାଇବା ପାଇଁ ଇଚ୍ଛା କରିଥିଲେ । ପରିଚାଳକ ଏହାର ବ୍ୟବସ୍ଥା କରିଥିଲେ, ଯାହାକୁ ନେଇ ଖୁସିରେ ବିଭୋର ହୋଇଯାଇଥିଲେ ଦୁଇ ବୃଦ୍ଧା ।

ଘୋଡ଼ାସବାରୀ ପାଇଁ ଇଚ୍ଛା କରିଥିବା ବୃଦ୍ଧା ଦେବକୀ ବାଇ ଘୋଡ଼ାକୁ ଦେଖି ଖୁସିରେ ନାଚି ଉଠିଥିଲେ । ବୃଦ୍ଧା ଘୋଡ଼ାର ଲଗାମ ଧରିଥିଲେ ଏବଂ ଖୁବ ଘୋଡ଼ାସବାରୀ କରିଥିଲେ । ସେହିଭଳି ଆଶ୍ରମର ୭୮ ବର୍ଷୀୟା ଶକୁନ୍ତଳା ଗୋସ୍ୱାମୀ ମଧ୍ୟ ପ୍ରବନ୍ଧକଙ୍କୁ ସ୍କୁଟି ଚଲାଇବା ପାଇ ଇଚ୍ଛା ପ୍ରକାଶ କରିଥିଲେ ଆଉ ପ୍ରବନ୍ଧକ ସ୍କୁଟିର ବ୍ୟବସ୍ଥା କରିଥିଲେ । ସେ ସ୍କୁଟି ଚଲାଇ ବହୁତ ଖୁସି ହୋଇଥିଲେ ।

ବୟସର ଏଭଳି ସମୟରେ ବୃଦ୍ଧଙ୍କର ପିଲାମାନେ ସେମାନଙ୍କୁ ବେସାହାର ଛାଡ଼ିଦେଇଛନ୍ତି । କିନ୍ତୁ ଏହି ବୟସରେ ବୃଦ୍ଧମାନେ ଯେଉଁଭଳି ଭାବରେ ମହିଳା ନିଜର ସ୍ୱପ୍ନକୁ ନେଇ ବଞ୍ଚିଛନ୍ତି ତାହା ଅନ୍ୟମାନଙ୍କ ପାଇଁ ଏକ ପ୍ରେରଣା ଦାୟକ ।

Get real time updates directly on you device, subscribe now.