fbpx

ମହିଳାମାନେ ଗର୍ଭାବସ୍ଥାରେ ଏହିସବୁ ଖାଦ୍ୟ ଜମାରୁ ଖାଆନ୍ତୁ ନାହିଁ, ଶିଶୁର ଜୀବନ ହୋଇପାରେ ବିପଦପୂର୍ଣ୍ଣ

ଗର୍ଭାବସ୍ଥାରେ ମହିଳାମାନେ ଖାଦ୍ୟପେୟ ପ୍ରତି ଧ୍ୟାନ ଦେବା ଜରୁରୀ । କାରଣ ଏହି ସମୟରେ ସାମାନ୍ୟ ଅବହେଳା ଶିଶୁ ଉପରେ ପଡ଼ିଥାଏ । ଗର୍ଭଧାରଣ ସମୟରେ କିଛି ଜିନିଷ ଖାଇବାକୁ ବାରଣ କରାଯାଇଥିବା ବେଳେ ଆଉ କିଛି ସୀମିତ ପରିମାଣରେ ଖାଇବା ଉଚିତ । ଆସନ୍ତୁ ଜାଣିବା ଏହି ଜିନିଷଗୁଡ଼ିକ ବିଷୟରେ:-

୧- ସାଧାରଣତଃ ଗର୍ଭଧାରଣ ସମୟରେ ବିକ୍ରି ମାଛ ଆଦୌ ଖାଇବା ଅନୁଚିତ । ବଜାରରେ ମିଳୁଥିବା ମାଛରେ ଅନେକ ପ୍ରକାର ଜୀବାଣୁ ରହିଥାନ୍ତି । ତାହା ଶିଶୁ ପ୍ରତି କ୍ଷତି ପହଞ୍ଚାଇଥାଏ । ଗର୍ଭବତୀଙ୍କ ଠାରେ ଲିଷ୍ଟେରିଆ ନାମକ ଏକ ଜୀବାଣୁ ସଂକ୍ରମଣ ହୋଇଥାଏ । ଏହି ଜୀବାଣୁ ଓଦା ମାଟି, ଦୂଷିତ ଜଳରେ ରହିଥାଏ । ବିକ୍ରି ହେଉଥିବା ମାଛରେ ସହଜରେ ଏହି ଜୀବାଣୁ ରହିଥାଏ ।

୨- କଞ୍ଚା ଅଣ୍ଡାରେ ସଲମାନେଲା ଜୀବାଣୁ ରହିଥାଏ । ତେଣୁ ଏହା ଦ୍ୱାରା ଜ୍ୱର, ଝାଡ଼ା, ବାନ୍ତି ଆଦି ବ୍ୟାପିଥାଏ । କେତେକ କ୍ଷେତ୍ରରେ ଗର୍ଭାଶୟ ସଂକ୍ରମଣ ଜନିତ ରୋଗ ସୃଷ୍ଟି ହୋଇଥାଏ ।

୩- ଗର୍ଭାବସ୍ଥାରେ କଫି ପିଇବା ଅନୁଚିତ । ଗର୍ଭବତୀ ମହିଳାମାନେ ଦିନକୁ ୨୦୦ ମିଲି ଗ୍ରାମ କଫି ସେବନ କରିବାକୁ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି । ଗର୍ଭାବସ୍ଥାରେ ଅତ୍ୟଧିକ କଫି ସେବନ ଦ୍ୱାରା ଶିଶୁର ଓଜନ ଓ ଶରୀରର ବିକାଶରେ ବାଧାପ୍ରାପ୍ତ ହୋଇଥାଏ ।

୪- ଅଧା ରନ୍ଧା ହୋଇଥିବା ମାଂସ ଗର୍ଭବତୀଙ୍କ ପାଇଁ କ୍ଷତିକାରକ ହୋଇଥାଏ । ଏହାକୁ ଖାଇବା ଫଳରେ ଲିଷ୍ଟେରିଆ, ସଲମାନେଲା ଆଦି ସଂକ୍ରମଣ ହୋଇଥାଏ । ଏହି ଜୀବାଣୁ ଶିଶୁଠାରେ ସ୍ନାୟୁଗତ ରୋଗ ସୃଷ୍ଟି କରିଥାଏ ।

୫- ଗର୍ଭାବସ୍ଥାରେ ଶିଶୁର ବିକାଶ ପାଇଁ କେବଳ ପୁଷ୍ଟିକର ଖାଦ୍ୟ ଖାଇବା ଉଚିତ । ଏହି ସମୟରେ ଜଙ୍କଫୁଡ ଠାରୁ ଦୂରେଇ ରହିବା ଉଚିତ । ଜଙ୍କ ଫୁଡ ଖାଇବା ଦ୍ୱାରା ଓଜନ ଶୀଘ୍ର ବୃଦ୍ଧି ହୋଇଥାଏ, ଯାହାକି ପ୍ରସବ ସମୟରେ ସମସ୍ୟା ସୃଷ୍ଟି କରିଥାଏ । ଗର୍ଭାବସ୍ଥାରେ ପ୍ରଚୁର ଫଳ, ସବୁଜ ପନିପରିବା, ପ୍ରୋଟିନ, ଆଇରନ ଜାତୀୟ ଖାଦ୍ୟ ସାମିଲ କରନ୍ତୁ ।

Get real time updates directly on you device, subscribe now.