fbpx
BJD SKY
BJD SKY

ବିଷ ପିଇ ଆତ୍ମହତ୍ୟା କଲେ ବିବାହିତ ମହିଳା, ଅତ୍ମହତ୍ୟାର ପ୍ରକୃତ କାରଣ ଖୋଜୁଛି ପୋଲିସ

BJD

ନୂଆପଡ଼ା (ଭାସ୍କର ନ୍ୟୁଜ୍): ବିଷ ପିଇ ଆତ୍ମହତ୍ୟା କଲେ ବିବାହିତ ମହିଳା। ଗୁରୁତର ଅବସ୍ଥାରେ ପରିବାର ଲୋକ ଉଦ୍ଧାର କରି  ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲୋ ତେବେ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ । ମୃତ ମହିଳା ଜଣ ହେଲେ ଠାକୁରପଡ଼ା ଅଞ୍ଚଳର ୟାମିନୀ ସିଂ(୨୨)। ତେବେ ବିଷ ପାନ କରିବାର ପ୍ରକୃତ କାରଣ ଜଣାପଡିନାହିଁ।  ଖବର ପାଇ ସଦର ଥାନା ପୋଲିସ ହସ୍ପିଟାଲରେ ପହଞ୍ଚି ମୃତଦେହ ଜବତ କରିବା ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି।  ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜି  କରି ଛାନ୍ ଭିନ୍ ଆରମ୍ଭ କରିଥିବା ଜଣାପଡିଛି। ଗୁରୁବାର ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ଓ ଏହି ଘଟଣା ଉପରେ ଅଧିକ ତଦନ୍ତ ଚାଲିଥିବା ଏସଆଇ ଚରଣ ସିଂ ମାଝୀ ସୂଚନା ଦେଇଛନ୍ତି ।

 

 

Get real time updates directly on you device, subscribe now.