fbpx
BJD SKY
BJD SKY

ରାଜ୍ୟରେ ଟିକାକରଣ ୪.୫ କୋଟି ଟପିଲା, ଟ୍ବିଟ୍ କରି ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

BJD

ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌): ଓଡିଶାରେ କରୋନା ବିରୋଧୀ ଟିକାକରଣ ୪.୫ କୋଟି ଟପିଛି । ଏହି ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୁସି ବ୍ୟକ୍ତ କରିଛନ୍ତି । ମୁଖ୍ୟମନ୍ତ୍ରୀ ଟୁଇଟ୍‌ କରିଛନ୍ତି ଯେ ଓଡ଼ିଶାରେ ୪.୫ କୋଟି ଟିକା ପ୍ରଦାନ କରି କୋଭିଡ୍‌-୧୯ ବିରୋଧୀ ସଂଗ୍ରାମରେ ଆଉ ଏକ ଉଲ୍ଲେଖନୀୟ ମାଇଲଖୁଣ୍ଟ ସ୍ଥାପନ କରାଯାଇଛି । ମୂଲ୍ୟବାନ ଜୀବନ ବଞ୍ଚାଇବା ପାଇଁ ଟିକାକରଣକୁ ସୁନିଶ୍ଚିତ କରିଥିବା ସ୍ୱାସ୍ଥ୍ୟକର୍ମୀମାନଙ୍କ କଠିନ ପରିଶ୍ରମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଶଂସା କରିଛନ୍ତି ।

 

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କରୋନା ବିରୋଧରେ ଚାଲିଥିବା ଲଢ଼େଇରେ ଟିକାକରଣ ଏକ ପ୍ରମୁଖ ଅସ୍ତ୍ର। ରାଜ୍ୟ ଏ ଦିଗରେ ଓଡିଶା ଆଉ ଏକ ନୂତନ ମାଇଲଖୁଣ୍ଟ ହାସଲ କରିଛି ।

Get real time updates directly on you device, subscribe now.