fbpx
BJD SKY
BJD SKY

୧୩ରୁ ତିନିଦିନ ପାଇଁ ପ୍ରଶାନ୍ତି ଏକ୍ସପ୍ରେସ ଆଂଶିକ ବାତିଲ, ୟେଲହଙ୍କା- ପେନୁକୋଣ୍ଡା ରେଳ ସେକ୍ସନ ଚାଲିଛି ଆଧୁନିକୀକରଣ କାର୍ଯ୍ୟ

BJD

ଭୁବନେଶ୍ୱର(ଭାସ୍କର ନ୍ୟୁଜ୍‌): ଦକ୍ଷିଣ ପଶ୍ଚିମ ରେଳବାଇର ବାଙ୍ଗାଲୋର ଡିଭିଜନ୍‌ ଅନ୍ତର୍ଗତ ୟେଲହଙ୍କା ଏବଂ ପେନୁକୋଣ୍ଡା ରେଳ ସେକ୍ସନ ମଧ୍ୟରେ ଚାଲିଛି ଦୋହରୀକରଣ କାର୍ଯ୍ୟକ୍ଷମ  ହିନ୍ଦୁପୁର ଏବଂ ଦେବରାପଲ୍ଲୀ ଷ୍ଟେସନରେ ନନ-ଇଣ୍ଟର ଲକିଂ ପାଇଁ ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟକୁ ଦୃଷ୍ଟିରେ ରଖି କିଛି ଟ୍ରେନକୁ ବାତିଲ କରାଯାଇଛି। ଏଥି ସହିିତ କିଛି ଟ୍ରେନ୍‌କୁ ମାର୍ଗ ପରିବର୍ତନ ଏବଂ ଆଂଶିକ ବାତିଲ କରାଯାଉଛି । ଉପରୋକ୍ତ ଟ୍ରେନଗୁଡ଼ିକ ମଧ୍ୟରୁ ୧୮୪୬୩/୧୮୪୬୪ ଭୁବନେଶ୍ୱର-ବାଙ୍ଗାଲୋରଭୁବନେଶ୍ୱର ପ୍ରଶାନ୍ତି ଏକ୍ସପ୍ରେସକୁ ଉଭୟ ଦିଗରୁ ତିନିଦିନ ପାଇଁ ଆଂଶିକ ବାତିଲ କରାଯିବ । ଭୁବନେଶ୍ୱର ଠାରୁ ଛାଡ଼ୁଥିବା ୧୮୪୬୩ ଭୁବନେଶ୍ୱରବାଙ୍ଗାଲୋର ପ୍ରଶାନ୍ତି ଏକ୍ସପ୍ରେସ ୧୨ରୁ ୧୪ ଡିସେମ୍ବର, ୨୦୨୧ ପର୍ଯ୍ୟନ୍ତ ସତ୍ୟସାଇ ପ୍ରଶାନ୍ତି ନିଳୟମ ପର୍ଯ୍ୟନ୍ତ ଚଳାଚଳ କରିବ ।

ସେହିଭଳି, ୧୮୪୬୪ ବାଙ୍ଗାଲୋର-ଭୁବନେଶ୍ୱର ପ୍ରଶାନ୍ତି ଏକ୍ସପ୍ରେସ ୧୩ରୁ ୧୫ ଡିସେମ୍ବର, ୨୦୨୧ ପର୍ଯ୍ୟନ୍ତ ବାଙ୍ଗାଲୋର ପରିବର୍ତେ ସତ୍ୟସାଇ ପ୍ରଶାନ୍ତି ନିଳୟମ୍‌ ଷ୍ଟେସନ ଠାରୁ ଭୁବନେଶ୍ୱରକୁ ଯାତ୍ରା କରିବ । ୧୮୪୬୩/୧୮୪୬୪ ଭୁବନେଶ୍ୱର-ବାଙ୍ଗାଲୋରଭୁବନେଶ୍ୱର ପ୍ରଶାନ୍ତି ଏକ୍ସପ୍ରେସର ସେବା ଉଭୟ ଦିଗରୁ ସତ୍ୟସାଇ ପ୍ରଶାନ୍ତି ନିଳୟମ୍‌ ଏବଂ ବାଙ୍ଗାଲୋର ମଧ୍ୟରେ ଏହି ସମୟରେ ବାତିଲ ରହିବ ।

Get real time updates directly on you device, subscribe now.