fbpx
BJD SKY
BJD SKY

ଗାଡ଼ ଯାଞ୍ଚ ବେଳେ ୯୬ କେ.ଜି. ଗଞ୍ଜେଇ ଜବତ, ଡ୍ରାଇଭର ଗିରଫ

BJD

ସୋରଡା (ଭାସ୍କର ନ୍ୟୁଜ୍‌): ସୋରଡା ପୋଲିସ ଏନଏଚ୫୯ ପାଟପଲ୍ଲୀ ରାସ୍ତାରେ ଯାନବାହାନ ଯାଞ୍ଚ କରୁଥିବା ବେଳେ ୯୬ କେଜି ଗଞ୍ଜେଇ ଜବତ କରିଛି । ଦାରିଙ୍ଗବାଡି ପଟୁ ଆସୁଥିବା ଟାଟା ଏସି (ଓଡ଼ି ୦୨ବି ବିବି ୩୭୭)୮ ଗାଡିକୁ ଅଟକାଇ ଥିଲେ । ସେଥିରୁ ୯୬ କେଜି ୧୦୦ ଗ୍ରାମ ଗଞ୍ଜେଇ ଜବତ କରିବା ସହ ରମ୍ଭା ଥାନା ଅଧୀନ ଡିଆଁଡେଇଁ ଗ୍ରାମର ଡ୍ରାଇଭର ସଞ୍ଜୟ ନାହକକୁ ଗିରଫ କରିଛନ୍ତି । ଟାଟା ଏସି ଗାଡି, ଗୋଟିଏ ମୋବାଇଲ ଜବତ କରି ମାମଲା ରୁଜୁ କରିବା ସହ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ବୁଧବାର ସକାଳେ ଥାନା ପରିସରରେ ଆୟୋଜିତ ସାମ୍ବାଦିକ ସମିଳନୀରେ ଆସ୍କା ଏସଡ଼ିପିଓ ଉମାଶଙ୍କର ସିଂ ସୂଚନା ଦେଇଛନ୍ତି । ଆଇଆଇସି ରମେଶ କୁମାର ପ୍ରଧାନ କହିଛନ୍ତି ପ୍ରତିଦିନ ଅଞ୍ଚଳରେ ଯାନ ବାହାନ ଯାଞ୍ଚ ପ୍ରକ୍ରିୟାକୁ କଡାକଡି କରାଯାଉଛି । ଜବତ ଗଞ୍ଜେଇର ମୂଲ୍ୟ ୩୮୦୦୦୦ ଟଙ୍କା ହେବ ବୋଲି ଅନୁମାନ କରାଯାଇଛି । ଜବତ ଗଞ୍ଜେଇ କନ୍ଧମାଳ ବାଲିଗୁଡାରୁ ରମ୍ଭା ଯାଉଥିବା ଜଣାପଡିଛି ।

Get real time updates directly on you device, subscribe now.