fbpx
BJD SKY
BJD SKY

ଯୁବକଙ୍କୁ ମାଡ଼ ମାରିବା ପରେ ଗୁପ୍ତାଙ୍ଗକୁ ପଥରରେ ଛେଚି ଦେଲା ଅଭିଯୁକ୍ତ, ଗିରଫ କରି କୋର୍ଟ ଚାଲାଣ କଲା ପୁଲିସ

BJD

ବାଲିପାଟଣା (ଭାସ୍କର ନ୍ୟୁଜ୍‌): ବୁଧବାର ସଂଧ୍ୟାରେ ଏକ ଯୁବକଙ୍କ ଗୁପ୍ତାଙ୍ଗକୁ ପଥରରେ ଛେଚି ଦେଇଥିବା ଅଭିଯୋଗରେ ଅଭିଯୁକ୍ତ ଗିରଫ୍‌ ହୋଇ କୋର୍ଟ ଚାଲାଣ ହୋଇଚ୍ଛି । ଅଭିଯୁକ୍ତ ଜଣକ ବାଲିପାଟଣା ଥାନା ଅନ୍ତର୍ଗତ ବିଶ୍ୱନାଥପୁର ଗ୍ରାମର ଜୁବୁଲା ଭୋଇ ।

ସୂଚନା ମୁତାବକ ଅଭିଯୁକ୍ତ ଜଣକ କାଲି ସଂଧ୍ୟା ବେଳେ ସେହି ଗ୍ରାମର ଭାଗ୍ୟଧର ଭୋଇଙ୍କ ସହିତ କୌଣସି କାରଣ ବଶତ ପାଟିତୁଣ୍ଡ ଲଗାଇ ପରେ ଏକ ପଥର ସାହାଯ୍ୟରେ ଭାଗ୍ୟଧରଙ୍କ ଗୁପ୍ତାଙ୍ଗ କୁ ଛେଚି ଦେଇଥିଲେ । ଗୁରୁତ୍ୱର ଭାବରେ ଭାଗ୍ୟଧର ଏବେ ଡାକ୍ତରଖାନାରେ ଚିକିତ୍ସାଧିନ ଅଛନ୍ତି । ତେବେ ଏନେଇ ପରିବାରଲୋକ ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଥିଲା। ପୋଲିସ ତଦନ୍ତ କରିବା ପରେ ଅଭିଯୁକ୍ତକୁ କେଶ୍‌ ନଂ-୩୧୮/୨୧ ଏବଂ ଦଫା ୩୦୭ ଲଗାଇ ଗିରଫ୍‌ କରିଥିବା ବେଳେ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ କୃପାସିନ୍ଧୁ ବରାଡ ସୂଚନା ଦେଇଛନ୍ତି । ଆହୁରି ମଧ୍ୟ ସୂଚନା ଦେଇଛନ୍ତି ଯେ ଅଭିଯୁକ୍ତ ଏହି ଭଳି ମାର୍‌ପିଟ କରି ବହୁବାର କୋର୍ଟ ଚାଲାଣ ହୋଇଛନ୍ତି ।

Get real time updates directly on you device, subscribe now.