fbpx
BJD SKY
BJD SKY

ଭବାନୀପାଟଣାରେ ଛେଳି ଓ ମେଣ୍ଢାଙ୍କ ଠାରେ ଅଜଣା ରୋଗ ଆତଙ୍କ, କିଛି ଦିନ ମଧ୍ୟରେ ମଲେଣି ୧୫ରୁ ଅଧିକ ଛେଳି

BJD

ଭବାନୀପାଟଣା(ଭାସ୍କର ନ୍ୟୁଜ): ଭବାନୀପାଟଣା ଏବଂ ଏହାର ଆଖପାଖ ଅଞ୍ଚଳରେ ଗତ କିଛି ଦିନ ହେବ ଅସ୍ୱାଭାବିକ ଭାବେ ଛେଳି ମେଣ୍ଢା ମୃତ୍ୟୁ ବରଣ କରୁଥିବା ଅଭିଯୋଗ ହୋଇଛି । ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ଅଳ୍ପ ଦିନରେ ୧୫ ରୁ ଅଧିକ ଛେଳିଙ୍କ ମୃତ୍ୟୁ ହୋଇଛି ।

ସୂଚନାରୁ ପ୍ରକାଶ ଯେ, ଭବାନୀପାଟଣା ସହରର ପୁରୁଣାପଡା, ଶମ୍ଭୁନଗରପଡା, ଦେୱାନ ସାହେବପଡା ସମେତ ନିକଟସ୍ଥ ଦୁଆରସୁନି, ବେହେରାଗୁଡା, ଅଟାଙ୍ଗଗୁଡା, କଷାକେନ୍ଦୁ, ନାରେଙ୍ଗଖୋଲା ଅଞ୍ଚଳରେ ଛେଳି ଓ ମେଣ୍ଢା ଅସୁସ୍ଥ ହୋଇ ମୃତ୍ୟୁ ବରଣ କରୁଛନ୍ତି । ଛେଳି ମେଣ୍ଢାମାନଙ୍କୁ ପ୍ରାଣୀଧନ ଚିକିତ୍ସା କେନ୍ଦ୍ରରେ ଚିକିତ୍ସା କରାଯାଉଛି । କିନ୍ତୁ ସେମାନଙ୍କ ସ୍ୱାସ୍ଥ୍ୟରେ କୌଣସି ଉନ୍ନତି ହେଉନି । ଭୀଷଣ ଜ୍ୱର ହେବା ସହିତ ପତଳା ଝାଡାରେ ଆକ୍ରାନ୍ତ ହୋଇ ଦିନେ ଓ ଦୁଇ ଦିନ ମଧ୍ୟରେ ମୃତ୍ୟୁ ଘଟୁଛି । ଗତ ଏକ ସପ୍ତାହ ମଧ୍ୟରେ ପୁରୁଣାପଡାର ନରସିଂହ ସ୍ୱାଇଁଙ୍କର ୫ ଟି ଛେଳି ଓ ଶମ୍ଭୁନଗରପଡା ସାଧୁ ରଣାଙ୍କର ୩ ରୁ ଅଧିକ ଛେଳି ମୃତ୍ୟୁବରଣ କରିଛନ୍ତି । ପ୍ରାଣୀଧନ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମୃତ ଗୋଟିଏ ଛେଳିର ଶବ ବ୍ୟବଚ୍ଛେଦ କରାଯାଇଛି । ରିପୋର୍ଟରେ ବିଷକ୍ରିୟା ଜନିତ ମୃତ୍ୟୁ ହୋଇଛି ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଗୋଟିଏ ପଟେ ଏତେ ସଂଖ୍ୟକ ଛେଳି ଅସୁସ୍ଥ ହୋଇ ମୃତ୍ୟୁବରଣ କରୁଛନ୍ତି । ଅନ୍ୟପଟେ ବିଭାଗର ଏଭଳି ରିପୋର୍ଟକୁ ପଶୁପାଳକମାନେ ସହଜରେ ଗ୍ରହଣ କରିପାରୁ ନାହାନ୍ତି । ପ୍ରାଣୀସଂପଦ ବିଭାଗ ତୁରନ୍ତ ଉଚିତ ତଦନ୍ତ କରି ମୃତ୍ୟୁର କାରଣ ସ୍ପଷ୍ଟ କରିବା ସହ ଆବଶ୍ୟକୀୟ ପଦକ୍ଷେପ ନେବାକୁ ସାଧାରଣରେ ଦାବୀ ହୋଇଛ

Get real time updates directly on you device, subscribe now.