fbpx

ଚଳନ୍ତା ବସରେ ମହିଳାଙ୍କୁ ଆସିଲା ବାନ୍ତି, ଝରକା ବାହାରକୁ ମୁଣ୍ଡ ବାହାର କଲା ପରେ…

Advertisement

ପାଟନା: ବିହାର ସ୍ଥିତ ଗୟା ଜିଲ୍ଲାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଚଳନ୍ତା ବସରେ ଝରକା ବାହାରକୁ ମୁଣ୍ଡ ବାହାର କରି ବାନ୍ତି କରିବା ହେଲା କାଳ । ବର୍ତ୍ତମାନ ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

ସୂଚନାରୁ ପ୍ରକାଶ ବୁଧବାର ଗୟା ଜିଲ୍ଲା ସ୍ଥିତ ପଞ୍ଚାନପୁର ଛକ ନିକଟରେ ବସରେ ଯାତ୍ରା କରୁଥିବା ଜଣେ ମହିଳାଙ୍କ ଦୁଃଖଦ ମୃତ୍ୟୁ ହୋଇଥିବା ଘଟଣା ସାମ୍ନାକୁ ଆସିଛି । ଉକ୍ତ ମହିଳା ଚଳନ୍ତା ବସର ଝରକାରୁ ମୁଣ୍ଡ ବାହାର କରି ବାନ୍ତି କରିବା ସମୟରେ ଦୁର୍ଘଟଣାର ଶିକାର ହୋଇଥିଲେ । ସାମ୍ନାରୁ ଆସୁଥିବା ଗୋଟିଏ ଭାରି ଯାନ ସହ ମହିଳାଙ୍କ ମୁଣ୍ଡ ହଠାତ ଜୋରରେ ମାଡ଼ ହୋଇଥିଲା ଏବଂ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହା ପରେ ବସରେ ଯାତ୍ରୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା । ଖବର ପାଇ ଘଟଣାସ୍ଥଳରେ ପଂଚାନପୁର ଥାନାର ପୋଲିସ ଏବଂ ଡାଏଲ ୧୧୨ର ଟିମ୍ ପହଂଚି ଶବକୁ ପୋଷ୍ଟମର୍ଟମ ପାଇଁ ପରିବାରଙ୍କୁ ହସ୍ତାନ୍ତର କରିଥିଲା ଏବଂ ତଦନ୍ତ ଜାରି ରଖିଥିଲା । ତେବେ ମୃତ ମହିଳାଙ୍କ ପରିଚୟ ଅରୱଲ ଜିଲ୍ଲାର ଓଝା ବିଗହାନିବାସୀ ୪୮ ବର୍ଷୀୟ ସୁମିନ୍ତା ଦେବୀ ବୋଲି ଜଣାପଡ଼ିଛି ।

Get real time updates directly on you device, subscribe now.