fbpx

ଧୂମ୍ରପାନ କରୁଥିବା ମହିଳାମାନେ ସାବଧାନ ହୋଇଯାଆନ୍ତୁ, ନହଲେ ଭୋଗିବେ ସାଂଘାତିକ ସମସ୍ୟା

ଓଡିଶା ଭାସ୍କର: ଆପଣମାନେ ଜାଣନ୍ତି ସିଗାରେଟ ଟାଣିବା ଦ୍ୱାରା ଶରୀରର ଅନେକ କ୍ଷତି ହୋଇଥାଏ । ଏହି ଧୂମ୍ରପାନ ପୁରୁଷମାନଙ୍କ ଅପେକ୍ଷା ମହିଳାମାନଙ୍କୁ ଅଧିକ କ୍ଷତିରେ ପକାଇଥାଏ । କାରଣ ମହିଳାଙ୍କ ଶରୀର ପୁରୁଷମାନଙ୍କ ଠାରୁ ଭିନ୍ନ ହୋଇଥାଏ । ଯାହା ତମାଖୁ ବା ଧୁମ୍ରପାନ କରିବା ଦ୍ୱାରା କ୍ଷତିକାରକ ରସାୟନିକ ପଦାର୍ଥ ଦ୍ୱାରା ମହିଳାମାନଙ୍କ ଶରୀରକୁ ବିଶେଷ ଭାବରେ କ୍ଷତି ପହଞ୍ଚାଇଥାଏ ।

ହାର୍ଟ ଆଟାକ- ଧୂମ୍ରପାନ କରିବା ଦ୍ୱାରା ହୃଦଘାତ ଜନିତ ସମସ୍ୟା ବହୁତ ଦେଖାଯାଇଥାଏ । ଧୂମ୍ରପାନ କରିବା ଦ୍ୱାରା ଦ୍ୱାରା ଶରୀରର ବିଭିନ୍ନ ଛୋଟ ଛୋଟ ଶିରା ପ୍ରସିରାରେ ଧୂଆଁ ଜମାଟ ବାନ୍ଧିଥାଏ । ଯାହା ଫଳରେ ରକ୍ତର ପ୍ରଭାବର କମ୍ ହୋଇଥାଏ । ଏହି ଧୂମ୍ରପାନ ମହିଳାଙ୍କ ମନୋପୋଜର ସୁରକ୍ଷାକୁ କମ କରିଥାଏ । ଏହି କାରଣରୁ ଧୁମ୍ରପାନ କରୁଥିବା ମହିଳାମାନଙ୍କଠାରେ ହୃଦରୋଗର ଆଶଙ୍କା ବେଶି ଦେଖାଯାଇଥାଏ ।

ଫୁସଫୁସ କର୍କଟ- ଫୁସଫୁସରେ କର୍କଟ ହେବାର ପ୍ରମୁଖ କାରଣ ହେଉଛି ଧୂମ୍ରପାନ । ଏହି ଅଭ୍ୟାସ ଦ୍ୱାରା ମହିଳାଙ୍କୁ ଶୀଘ୍ର ଫୁସଫୁସ କ୍ୟାନସର ହୋଇଥାଏ । ଯେଉଁ ମହିଳା ଅତ୍ୟଧିକ ଧୂମ୍ରପାନ କରନ୍ତି ସେମାନଙ୍କୁ ଏହି ରୋଗର ଶିକାର ହେବାକୁ ପଡିଥାଏ ।

ପ୍ରଜନନ କ୍ଷମତା- ଧୂମ୍ରପାନ କରୁଥିବାର ମହିଳାମାନଙ୍କ ପାଖରେ ପ୍ରଜନନ କ୍ଷମତା କମ ଦେଖାଯାଇଥାଏ । ଅନେକ କ୍ଷେତ୍ରରେ ଏହି ଅଭ୍ୟାସରେ ଥିବା ନାରୀମାନଙ୍କର ବନ୍ଧ୍ୟାକରଣ ସମସ୍ୟା ଦେଖାଯାଇଥାଏ । ଏହାଦ୍ୱାରା ଗର୍ଭଧାରଣରେ ସମସ୍ୟା ଦେଖାଯିବା ସହ ଜନ୍ମ ହେବା ଶିଶୁର ଓଜନ କମ ଏବଂ ଜନ୍ମ ସମୟରୁ ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହୋଇଥାଏ ।

ଅଷ୍ଟିଓପୋରେସିସ୍- ଧୂମ୍ରପାନ କରିବା ଦ୍ୱାରା ହାଡ ଦୁର୍ବଳ ହେବା ସହିତ ଅଷ୍ଟିଓପାରେସିସ ହେବାର ବହୁତ ଆଶଙ୍କା ରହିଛି । ଏହି ଅଭ୍ୟାସ କାରଣରୁ ଶରୀରର ଇଷ୍ଟ୍ରୋଜେନ ସ୍ତର ହ୍ରାସ ହେବା ଫଳରେ ଅନେକ ସମସ୍ୟା ହୋଇଥାଏ ।

ଏହି ଧୂମ୍ରପାନ କରିବା ଦ୍ୱାରା ସ୍ୱାସ୍ଥ୍ୟର ହାନି ହେବା ସହିତ ମାନସିକ ସ୍ୱାସ୍ଥ୍ୟ ଉପରେ ମଧ୍ୟ ଏହାର ପ୍ରଭାବ ପଡିଥାଏ । ଯେଉଁ ମହିଳାମାନେ ଧୂମ୍ରପାନ କରିଥାନ୍ତି ସେମାନେ ଅନ୍ୟ ମହିଳାମାନଙ୍କଠାରୁ ଚିନ୍ତାଗ୍ରସ୍ତ ଏବଂ ଉଦାସୀନତା ଦେଖାଯାଆନ୍ତି । ତେଣୁ ଏପରି ଖରାପ ଅଭ୍ୟାସରୁ ମହିଳାମାନଙ୍କୁ ଦୁରେଇବା ଦ୍ୱାରା ଅନେକ ଫାଇଦା ହୋଇଥାଏ ।

Get real time updates directly on you device, subscribe now.