fbpx

ବାହାଘର ପୂର୍ବରୁ ଶାରୀରିକ ସମ୍ପର୍କ ରଖିବା ପାଇଁ ମହିଳାଙ୍କୁ ମୁକ୍ତ ଅଧିକାର: ବହୁ ପୁରୁଷ ସହ ରଖିପାରିବେ ସମ୍ବନ୍ଧ

ବଡ଼ ବିଚିତ୍ର ଏ ବିଶ୍ଵ। ମଣିଷ-ମଣିଷ ମଧ୍ୟରେ କେତେ ପାର୍ଥକ୍ୟ ସତେ! ସ୍ଥାନ-କାଳ ଅନୁସାରେ ସବୁକିଛି ବଦଳିଯାଏ। ସେଭଳି ବୈଚିତ୍ର୍ୟକୁ ନେଇ ମଣିଷ ସମାଜର ଗଢ଼ିଛି କେତେ ନିୟମ କେତେ ସାମାଜିକ ବିଧି ବ୍ୟବସ୍ଥା। ସାମ୍ବିଧାନିକ ହେଉ କି ଅଘୋଷିତ ପାରମ୍ପାରିକ ଚଳଣିର ନୀତି, ମଣିଷ କେଉଁ ଆଦିମ କାଳରୁ ସେସବୁ ମାନିଆସୁଛି। ତେବେ ସାଧରଣତଃ ସମାଜରେ ପୁରୁଷମାନଙ୍କୁ ନାରୀ ଅପେକ୍ଷା ଅଧିକ ମୁକ୍ତ ଚଳଣି ମିଳିଥିବା ସମସ୍ତେ ଜାଣନ୍ତି। ନାରୀଟିଏ ପାଇଁ କାହିଁ କେତେ ବାରଣ ଆଉ କଡ଼ା କଟକଣା। ହେଲେ ଏମିତି ଏକ ସାମାଜିକ ବ୍ୟବସ୍ଥା ରହିଛି ବିଶ୍ଵରେ ଯେଉଁଠି ନାରୀଟିଏ ବିବାହ ପୂର୍ବରୁ ନିଜ ଇଚ୍ଛାରେ ଅନେକ ପୁରୁଷ ସହ ସେକ୍ସ କରିପାରିବ। ଆଉ ସେଭଳି ନାରୀଙ୍କୁ ମିଳୁଛି ଯଥେଷ୍ଟ ସମ୍ମାନ। କିନ୍ତୁ ସେଠାରେ ପୁରୁଷଙ୍କ ପାଇଁ ରହିଛି କଡ଼ା ପ୍ରତିବନ୍ଧକ। ପରଦାର ଆଢୁଆଳରେ ଏକ ପ୍ରକାର ପୁରୁଷ ରହୁଛନ୍ତି ଆଉ କିଛି କରିବାକୁ ହେଲେ ନାରୀର ଅନୁମତି ନେବାକୁ ପଡୁଛି।

ଏଭଳି ଏକ ଦେଶ ରହିଛି ଆଫ୍ରିକା ମହାଦେଶର ପଶ୍ଚିମାଞ୍ଚଳରେ। ଉକ୍ତ ଦେଶ ନାଁ ହେଉଛି ନାଇଜର। ଆଉ ଉକ୍ତ ଦେଶରେ ରହୁଛନ୍ତି ଏକ ଆଦିମ ଜନଜାତି। ସେହି ଆଦିବାସୀଙ୍କ ଅଞ୍ଚଳ ହେଉଛି ତୁଆରେଗ। ସାଧାରଣତଃ ତୁଆରେଗ ଆଦିବାସୀ ବୋଲି ବିଶ୍ଵରେ ପରିଚିତ। ତୁଆରେଗ ଆଦିବାସୀ ମହିଳାମାନଙ୍କୁ ମିଳିଛି ସବୁକିଛି କରିବାର ସମ୍ପୂର୍ଣ୍ଣ ସ୍ଵାଧୀନତା। ବିବାହ ପୂର୍ବରୁ ବହୁ ପୁରୁଷଙ୍କ ସହ ସମ୍ପର୍କ ରଖିପାରୁଛନ୍ତି ମହିଳା। ଏଭଳି କରିବା ଦ୍ଵାରା ସେମାନଙ୍କୁ ଦିଆଯାଉଛି ଖୁବ୍‌ ସମ୍ମାନ। ଖାଲି ସେତିକି ନୁହେଁ, ନିଜ ପସନ୍ଦରେ ମହିଳା କରୁଛନ୍ତି ବିବାହ ଓ ଚାହିଲେ ବିବାହ ପରେ ମଧ୍ୟ ପର ପୁରୁଷ ସହ ଶାରିରୀକ ସମ୍ପର୍କ ରଖିପାରୁଛନ୍ତି। କେବଳ ଏତିକି ନୁହେଁ, ନିଜ ଇଚ୍ଛାରେ ଛାଡ଼ପତ୍ର ବି ଦେଇପାରିବେ ତୁଆରେଗ ମହିଳା ଆଉ ଏହାପରେ ସେମାନେ ଉତ୍ସବ ପାଳନ କରିଥାନ୍ତି, ଖୁବ୍‌ ଖୁସି ଥାନ୍ତି। ସେହିପରି ବିଧବା ହୋଇଗଲେ ବି କିଛି ଭୟ କରିବାର ନାହିଁ, ତାଙ୍କ ପାରମ୍ପରିକ ସମାଜ ବିଧବାଙ୍କୁ ଯଥେଷ୍ଟ ସମ୍ମାନ ଦେଇ ଆସୁଛି।

ଫଳରେ ତୁଆରେଗରେ ସେକ୍ସ, ବିବାହ, ଛାଡ଼ପତ୍ର ଆଦି ସାଧାରଣ କଥା। ନାରୀ ଏଭଳି ପୂର୍ଣ୍ଣ ସ୍ଵାଧୀନତା ପାଇଥିବାବେଳେ ପୁରୁଷ କିନ୍ତୁ ସବୁ ନାରୀଙ୍କୁ ପଚାରି କରିବାକୁ ପଡ଼ିବ। ସମାଜରେ ନାରୀ ଭଳି ପୁରୁଷ ବିଚରଣ କରିପାରିବ ନାହିଁ। ନାରୀ ଖୋଲା ଦେହ ଦେଖାଇ ପୁରୁଷଙ୍କୁ ଆକର୍ଷଣ କରିବା ପାଇଁ କୌଣସି ଗହଣା କି ଅଳଙ୍କାର ପିନ୍ଧନ୍ତି ନାହିଁ କିନ୍ତୁ ପୁରୁଷ ଢାଙ୍କି ହୋଇରହିବାର ପରମ୍ପରା କୋଉ କାଳରୁ ତୁଆରେଗ ଜନଜାତି ପାଳନ କରିଆସୁଛି।

Get real time updates directly on you device, subscribe now.