fbpx
BJD SKY
BJD SKY

(Video)ମହିଳାଙ୍କର ନିଆରା ପ୍ରୟାସ: ବିଜେପି ବିଧାୟକ ଓ ମ୍ୟୁନସିପାଲ କାଉନସିଲଙ୍କ ଉପରେ ଢ଼ାଳିଦେଲେ କାଦୁଅ

BJD

ନୂଆଦିଲ୍ଲୀ: ପ୍ରବଳ ବର୍ଷା ଯୋଗୁଁ ଅଧା ଭାରତ ବୁଡ଼ିଗଲାଣି ତ ଆଉ କିଛି ଜିଲ୍ଲାରେ ବର୍ଷାକୁ ଚାତକ ଭଳି ଚାହିଁ ବସିଛନ୍ତି ଲୋକେ । ଏପରି କିଛି ପରିସ୍ଥିତି ଯୋଗୁଁ ସମସ୍ୟାରେ ଥିବା ଉତ୍ତରପ୍ରଦେଶର ମହାରାଜଗଞ୍ଜର ମହିଳାମାନେ ଏପରି କିଛି କରିଛନ୍ତି, ଯାହାର ଚର୍ଚ୍ଚାର ଏବେ ସାରା ଦେଶରେ ହେଉଛି । ବର୍ଷା ପାଇଁ ଉତ୍ତର ପ୍ରଦେଶର ମହାରାଜଗଞ୍ଜର ମହିଳାମାନେ ସ୍ଥାନୀୟ ବିଜେପି ବିଧାୟକଙ୍କୁ କାଦୁଅରେ ଗାଧୋଇ ଦେଇଛନ୍ତି । ପୂର୍ବ ୟୁପିରେ ରହୁଥିବା କିଛି ଲୋକଙ୍କ ବିଶ୍ୱାସ ଯେ ବିଶିଷ୍ଟ ବ୍ୟକ୍ତିଙ୍କ ଉପରେ କାଦୁଆ ଢାଳିବା ଦ୍ୱାରା ବର୍ଷାର ଦେବତା ଇନ୍ଦ୍ର ପ୍ରସନ୍ନ ହୋଇଥାଆନ୍ତି । ତେଣୁ ପ୍ରବଳ ଖରାରେ ଆଉଟ ପାଉଟ ହେଉଥିବା ଲୋକମାନେ ଏପରି ଅଭିନବ ଉପାୟରେ ଇନ୍ଦ୍ର ଦେବକୁ ପ୍ରସନ୍ନ କରିବାକୁ ଚେଷ୍ଟା କରିଛନ୍ତି ।

ମଙ୍ଗଳବାର ରାତିରେ ପିପ୍ରାଡେଓରା ଗାଁର ମହିଳାମାନେ ସ୍ଥାନୀୟ ବିଜେପି ବିଧାୟକ ଜୟ ମଙ୍ଗଳ କନୋଜିଆ ଓ ମ୍ୟୁନସିପାଲ କାଉନସିଲର ସଭାପତି କ୍ରିଷ୍ଣ ଗୋପାଲ ଜୈସୱାଲଙ୍କ ଉପରେ କାଦୁଅ ଢାଳି ଗାଧୋଇ ଦେଇଛନ୍ତି । ଏହାଦ୍ୱାରା ଗାଁ ତଥା ଜିଲ୍ଲାରେ ଜାରି ରହିଥିବା ଗ୍ରୀଷ୍ମ ପ୍ରବାହରୁ ସେମାନଙ୍କୁ ମୁକ୍ତି ମିଳିବ ବୋଲି ସେମାନେ ବିଶ୍ୱାସ ରଖିଛନ୍ତି । ଏହି ବିଶ୍ୱାସକୁ ଆଧାର କରି ବିଧାୟକ ଓ କାଉନସିଲର ସଭାପତି ମଧ୍ୟ କାଦୁଅରେ ଗାଧୋଇଛନ୍ତି ।

ବିଧାୟକ କନୋଜିଆ କହିଛନ୍ତି, ଲୋକମାନେ ଅତ୍ୟଧିକ ଖରାରେ ଆଉଟ ପାଉଟ ହେଉଛନ୍ତି । ଲୋକମାନେ ଗରମରେ ସିଝିବାରେ ଲାଗିଛନ୍ତି,ଫସଲ ଶୁଖି ଗଲାଣି । ପୂର୍ବପୁରୁଷରୁ ଏହି କାଦୁଅ ଢାଳିବାର ପରମ୍ପରା ରହିଛି । ଏଥିପାଇଁ ସେ ଗାଁ ଲୋକଙ୍କ କଥାରେ କାଦୁଆରେ ଗାଧୋଇଛନ୍ତି । ଅନ୍ୟପଟେ, ମହିଳାମାନେ ବିଧାୟକ ଓ ସଭାପତିଙ୍କ ଉପରେ କାଦୁଅ ଢାଳିବା ପରେ କହିଛନ୍ତି ଯେ ଏବେ ଇନ୍ଦ୍ର ଦେବ ପ୍ରସନ୍ନ ହେବେ ଓ ଏଠାରେ ଭଲ ବର୍ଷା କରାଇବେ ।

Get real time updates directly on you device, subscribe now.