fbpx
BJD
BJD SKY
BJD SKY

ମହିଳାମାନଙ୍କ ପ୍ରଜଜନ କ୍ଷମତା ବଢାଇଥାଏ ଏହି ୫ଟି ଖାଦ୍ୟ; ନିଜର ଡେଲି ଲାଇଫରେ କରନ୍ତୁ ସାମିଲ୍

ଆଜିକାଲିର ବ୍ୟସ୍ତବହୁଳ ଜୀବନ ଏବଂ ଅସ୍ୱାସ୍ଥ୍ୟକର ଖାଦ୍ୟ ଶୈଳୀ କାରଣରୁ ଅନେକ ଲୋକେ ବିଭିନ୍ନ ପ୍ରକାର ଶାରିରୀକ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ଯାହାଫଳରେ ଶରୀରରେ ଅନେକ ରୋଗ ଦେଖାଦେଇଥାଏ । ତେବେ ଆଜିର ଏହି ବ୍ୟସ୍ତବହୁଳ ଜୀବନରେ ପ୍ରାୟ ଅଧିକାଂଶ ମହିଳା ବିଭିନ୍ନ ପ୍ରକାର ସମସ୍ୟା ଦେଇ ଗତି କରିଥାନ୍ତି । ଯେଉଁଥିରୁ ଗୋଟିଏ ହେଉଛି ବନ୍ଧ୍ୟାକରଣ ସମସ୍ୟା । ଏହି ସମସ୍ୟା ଜଣେ ମହିଳାପାଇଁ ଅତ୍ୟନ୍ତ କଷ୍ଟଦାୟକ ହୋଇଥାଏ । ଯାହାଫଳରେ ସେମାନଙ୍କୁ ଲୋକଙ୍କ ନିକଟକୁ ଅନେକ କିଛି କଥା ଶୁଣିବାକୁ ମିଳିଥାଏ । କିନ୍ତୁ ମହିଳାମାନେ ଏହି ବନ୍ଧ୍ୟାକରଣ ସମସ୍ୟାକୁ ସହଜରେ ଦୂର କରିପାରିବେ । ଏଥିସହିତ ପ୍ରଜଜନ କ୍ଷତାକୁ ମଧ୍ୟ ବୃଦ୍ଧି କରିପାରିବେ । କିନ୍ତୁ ଏଥିପାଇଁ ସେମାନଙ୍କୁ ନିଜ ଡେଲି ଲାଇଫରେ ଏପରି କିଛି ଖାଦ୍ୟ ଅଛି ଯାହା ସାମିଲ କରିବାକୁ ହେବ । ବର୍ତ୍ତମାନ ଆସନ୍ତୁ ଜାଣିବା ସେହି ଖାଦ୍ୟ ବିଷୟରେ…

ଅଞ୍ଜିର: ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ ମତରେ ଅଞ୍ଜିର ଏପରି ଏକ ଫଳ ଯାହାକୁ ମହିଳାମାନେ ସେବନ କରିବା ଦ୍ୱାରା ପ୍ରଜଜନ କ୍ଷମତା ବୃଦ୍ଧି ପାଇଥାଏ । କାରଣ ଅଞ୍ଜିରରେ ଇନସୁଲିନ୍ କମ କରିବା ପାରି ଗୁଣ ରହିଥାଏ । ଏତତ୍ ବ୍ୟତୀତ ଚଉଙଝ ପାଇଁ ମଧ୍ୟ ଅଞ୍ଜିର ସେବନ ଲାଭଦାୟକ ହୋଇଥାଏ । ତେଣୁ ମହିଳାମାନେ ଏହାକୁ ନିଜ ଡେଲି ଲାଇଫରେ ସାମିଲ କରିବା ଉଚିତ୍ ।

ଡାଲଚିନି: ଡାଲଚିନିର ଗୋଟିଏ ଛୋଟ ଖଣ୍ଡ ଆପଣଙ୍କ ଚାହାର ସ୍ୱାଦକୁ ଦ୍ୱିଗୁଣିତ କରିଦିଏ । ଏଥିସହିତ ଏହାର ସେବନ ମହିଳାମାନଙ୍କ ପାଇଁ ମଧ୍ୟ ଖୁବ୍ ଲାଭଦାୟକ ହୋଇଥାଏ । କାରଣ ଏଥିରେ ଥିବା ଔଷଧିୟ ଗୁଣ ଏବଂ ପେଷକ ତତ୍ତ୍ୱ ମୋଟାବୋଲିଜିମ୍ କୁ ଭଲ ରଖିଥାଏ । ଏତତ୍ ବ୍ୟତୀତ ପିରିୟଡସ୍ ସମୟରେ ବ୍ଲିଡିଙ୍ଗ ଫ୍ଲୋ କୁ ନିୟନ୍ତ୍ରଣ କରିଥାଏ । ତେଣୁ ମହିଳାମାନେ ଡାଲଚିନି ସେବନ କରିବା ନିତ୍ୟାନ୍ତ ଜରୁରୀ ।

କାଜୁ: କାଜୁ ଶରୀରକୁ ମଜବୁତ କରିବା ସହ ମହିଳାମାନଙ୍କ ପ୍ରଜଜନ କ୍ଷମତାକୁ ମଧ୍ୟ ବୃଦ୍ଧି କରିଥାଏ । କାରଣ ଏଥିରେ ପ୍ରଚୁର ପରିମାଣରେ ଜିଙ୍କ ରହିଥାଏ । ଯାହାକି ମହିଳାମାନଅହକ ପାଇଁ ଅତ୍ୟନ୍ତ ଲାଭଦାୟକ । ତେବେ ମହିଳାମାନେ କାଜୁ ବ୍ୟତୀତ ଡାଲି, ଚଣା, ଦଲିଆ ଏବଂ ଡ୍ରାଏ ଚକୋଲେଟ୍ ଆଦି ନିଜ ଡେଲି ଲାଇଫରେ ସାମିଲ କରିବା ଉଚିତ୍ ।

ଗାଈ କ୍ଷୀର: ପ୍ରଜଜନ ଶକ୍ତି ବଢାଇବା ବ୍ୟତୀତ ଗର୍ଭାବସ୍ଥାରେ ମଧ୍ୟ ଖୁବ୍ ଲାଭଦାୟକ ହୋଇଥାଏ ଗଈ କ୍ଷୀର । କାରଣ ଏଥିରେ ପ୍ରଚୁର ପରିମାଣର ସନ୍ତୁଳିତ ଚର୍ବି ଥାଏ, ଯାହା ପ୍ରଜଜନ ବୃଦ୍ଧିରେ ସାହାଯ୍ୟ କରିଥାଏ । ଏହା ବ୍ୟତୀତ ଭିଟାମିନ୍ ଏ, ଇ ଏବଂ ଡି ମଧ୍ୟ ଏଥିରେ ମିଳିଥାଏ, ଯାହା ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଜରୁରୀ ଅଟେ । ତେଣୁ ମହିଳମାନେ ଏହାକୁ ଡେଲି ଲାଇଫରେ ସାମିଲ କରିବା ଉଚିତ୍ ।

ଡାଳିମ୍ବ: ଡାଳିମ୍ବରେ ଭିଟାମିନ୍ ସି, କେ, ଫୋଲେଟ୍ ପରି ଅନେକ ଜରୁରୀ ପୋଷକ ତତ୍ତ୍ୱ ମିଳିଥାଏ । ଏହାର ବ୍ୟବହାର ମହିଳା ଏବଂ ପୁରୁଷଙ୍କ କ୍ଷେତ୍ରରେ ପ୍ରଜଜନ ବୃଦ୍ଧି କରିବାରେ ସାହାଯ୍ୟ କରେ ।

Get real time updates directly on you device, subscribe now.