fbpx

ମହିଳା କର୍ମଚାରୀଙ୍କୁ ‘ମୋଟି…… କହିଲେ ବସ୍: କୋର୍ଟ ଦେଲେ କଠୋର ଦଣ୍ଡ, କେସ୍ ହାରିବା ପରେ ଯୁବକ ପଳାଇଲେ ପାକିସ୍ତାନ

ନୂଆଦିଲ୍ଲୀ: ଅନେକ ସମୟରେ କର୍ମକ୍ଷେତ୍ରରେ ମହିଳାଙ୍କ ପ୍ରତି ଦୁର୍ବ୍ୟବହାର ପ୍ରଦର୍ଶନ କରାଯାଇଥାଏ । ତେବେ ଜଣେ ମହିଳା କର୍ମଚାରୀଙ୍କ ପ୍ରତି ଖରାପ ଶବ୍ଦ ପ୍ରୟୋଗ କରିବା ମହଙ୍ଗା ପଡ଼ିଛି । ଏହି ମାମଲାରେ ଜଣେ ବ୍ୟବସାୟୀ ଦେଶ ଛାଡ଼ି ପଳାଇଛନ୍ତି । ମହିଳା ଜଣଙ୍କ ତାଙ୍କ ମାଲିକଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ନେଇ ଅଭିଯୋଗ କରିଥିଲେ । ତେବେ ଏହାପରେ ମାଲିକଙ୍କୁ ୧୯ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ କୁହାଯିବାରୁ ସେ ପାକିସ୍ତାନ ପଳାଇ ଯାଇଥିଲେ ।

ସୂଚନା ମୁତାବକ, ସ୍କଟଲ୍ୟାଣ୍ଡରେ ଏପରି ଏକ ମାମଲା ଦେଖିବାକୁ ମିଳିଛି । ଗୋଟିଏ କପଡ଼ା ଦୋକାନରେ କାମ କରୁଥିବା ଜଣେ ମହିଳା ଆୟଶାଙ୍କ ପ୍ରତି ତାଙ୍କ ମାଲିକ ୟୁନୁସ ମୋଟି, ବେଶ୍ୟା ଆଦି ଖରାପ ଶବ୍ଦ ପ୍ରୟୋଗ କରିଥିଲେ । ଏଥିସହିତ ଆୟଶାଙ୍କ ନିକଟକୁ ଖରାପ ଫଟୋ ପଠାଇ ରେପ୍ ଧମକ ଦେଇଥିଲେ । ଏହାପରେ ମହିଳା ଜଣଙ୍କ ବସଙ୍କ ବିରୋଧରେ ମାମଲା ଦାୟର କରିଥିଲେ । ତେବେ ଏହି ମାମଲାଟି ବସ୍ ହାରିଯାଇଥିଲେ ଓ ମହିଳାଙ୍କୁ କ୍ଷତିପୂରଣ ଦେବାକୁ କୋର୍ଟ ତାଙ୍କୁ କହିଥିଲେ ।

ମାତ୍ର ଏହାପରେ ଦୋକାନ ମାଲିକ ତାଙ୍କର ଦୋକାନକୁ ବିକ୍ରି କରିଦେଇ ପାକିସ୍ତାନ ପଳାଇ ଯାଇଥିଲେ । କୋର୍ଟ ଦୋକାନୀଙ୍କୁ ଦୋଷୀ ସାବ୍ୟସ୍ତ କରିବାର ଏକ ମାସ ମଧ୍ୟରେ ୟୁନୁସ ଦୋକାନ ବିକ୍ରି କରିଦେଇଥିଲେ । ତେବେ ଏହି ମାମଲା ଲଢ଼ି ମହିଳା ଜଣଙ୍କ ପାଖାପାଖି ୧୦ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ । ଦିନରାତି ପରିଶ୍ରମ କରି ସଞ୍ଚୟ କରିଥିବା ଅର୍ଥକୁ ସେ କେସ ଲଢ଼ିବାରେ ଶେଷ କରିଦେଇଥିବା ଆୟଶା କହିଥିଲେ । ତେବେ ୟୁନୁସ ବର୍ତ୍ତମାନ ପାକିସ୍ତାନ ଓ ବୁଦାପେଷ୍ଟରେ ବ୍ୟବସାୟ କରୁଥିବା ବେଳେ ଆୟଶା କେବେ କ୍ଷତିପୂରଣ ପାଇବେ ସେ ନେଇ ଚାହିଁ ବସିଛନ୍ତି ।

Get real time updates directly on you device, subscribe now.