fbpx

FIH ପ୍ରୋ ହକି ଲିଗ୍: ଦମଦାର ବିଜୟ ସହିତ ଭାରତୀୟ ମହିଳାଙ୍କ ହ୍ୟାଟ୍ରିକ୍

ନୂଆଦିଲ୍ଲୀ: ଏଫଆଇଏଚ୍ ପ୍ରୋ ହକି ଲିଗରେ ଚମକପ୍ରଦ ବିଜୟ ହାସଲ କରିଛି ଭାରତ । ନିଜ ଠାରୁ ଉଚ୍ଚ ରାଙ୍କିଙ୍ଗ ପ୍ରାପ୍ତ ସ୍ପେନକୁ ୨-୧ରେ ପରାସ୍ତ କରିଛନ୍ତି ଭାରତୀୟ ମହିଳା । ଏହି ବିଜୟ ସହିତ ଭାରତ ନିଜର ହ୍ୟାଟ୍ରିକ ବିଜୟ ହାସଲ କରିଛି । ଶନିବାର ଅନୁଷ୍ଠିତ ମ୍ୟାଚରେ ଭାରତ ୨-୧ରେ ବିଜୟୀ ହୋଇଥିଲା । ଭାରତ ପକ୍ଷରୁ ଜ୍ୟୋତି ଓ ନେହା ଗୋଟିଏ ଲେଖାଏଁ ଗୋଲ ସ୍କୋର କରିଥିଲେ । ସ୍ପେନ ଦଳ ମ୍ୟାଚର ଅଧିକାଂଶ ସମୟ ବଲ ନିୟନ୍ତ୍ରଣ ରଖିଥିଲା । ସ୍ପେନ ୫୫ ପ୍ରତିଶତ ସମୟ ବଲକୁ ନିୟନ୍ତ୍ରଣରେ ରଖିଥିଲା ।

ପ୍ରଥମ କ୍ୱାର୍ଟର ଗୋଲ ଶୂନ୍ୟ ରହିବା ପରେ ଦ୍ୱିତୀୟ କ୍ୱାର୍ଟରର ତୃତୀୟ ମିନିଟରେ ଗୋଲ ସ୍କୋର କରିଥିଲା ସ୍ପେନ । ସେଗୁ ମାର୍ଟା ମ୍ୟାଚର ୧୮ ତମ ମିନିଟରେ ଏହି ଗୋଲଟି ସ୍କୋର କରିଥିଲେ । ଏହାର ୨ ମିନିଟ ପରେ ଚମକ୍ରାର ଫିଲ୍ଡ ଗୋଲ ଜରିଆରେ ଏହାକୁ ପରିଶୋଧ କରିଥିଲେ ଜ୍ୟୋତି । ଅନ୍ତିମ କ୍ୱାର୍ଟର ଯାଏଁ ଉଭୟ ଦଳ ୧-୧ରେ ରହିଥିବା ବେଳେ ନେହା ଭାରତ ପକ୍ଷରୁ ଗୋଲ ସ୍କୋର କରିଥିଲେ । ମ୍ୟାଚର ୫୨ ତମ ମିନିଟରେ ଗୋଲ ସହିତ ଭାରତ ଏହି ମ୍ୟାଚକୁ ଜିତିନେବା ସହିତ ବିଜୟରେ ହ୍ୟାଟ୍ରିକ କରିଥିଲା ।

Get real time updates directly on you device, subscribe now.