fbpx
BJD SKY
BJD SKY

ମହିଳା ପ୍ରିମିୟର ଲିଗ୍ ୨୦୨୩: ପ୍ରଥମ ମ୍ୟାଚ୍ ସମୟ ବଦଳିଲା, ଉଦଘାଟନୀ ମ୍ୟାଚ୍ ବିଷୟରେ ସୂଚନା ଦେଲା ବିସିସିଆଇ

BJD

ମୁମ୍ବାଇ: ବହୁପ୍ରତିକ୍ଷିତ ମହିଳା ପ୍ରିମିୟର ଲିଗ୍ ୨୦୨୩ ଆଜିଠାରୁ ଆରମ୍ଭ ହେବାକୁ ଯାଉଛି। ଉଦଘାଟନୀ ମୁକାବିଲାରେ ମୁମ୍ବାଇ ଇଣ୍ଡିଆନସ୍ ଏବଂ ଗୁଜରାଟ ଟାଇଟାନ୍ସ ମଧ୍ୟରେ ମୁକାବିଲା ହେବ। ତେବେ ମ୍ୟାଚ୍ ଆରମ୍ଭ ହେବାର କିଛି ସମୟ ପୁର୍ବରୁ ବିସିସିଆଇ ଏହି ମ୍ୟାଚ୍‌ର ସମୟରେ ପରିବର୍ତ୍ତନ କରିଛି।

ପ୍ରଥମେ ଏହି ମ୍ୟାଚ୍ ଭାରତୀୟ ସମୟ ଅନୁସାରେ ୭ଟା ୩୦ ମିନିଟ୍‌ରେ ଆରମ୍ଭ ହେବାକୁ ଥିବା ବେଳେ ୭ଟାରେ ଟସ୍ କାର୍ଯ୍ୟକ୍ରମ ଥିଲା। କିନ୍ତୁ ଏବେ ଏହି ସମୟରେ ପରିବର୍ତ୍ତନ କରାଯାଇଛି। ଏବେ ୭ଟା ୩୦ ମିନିଟ୍‌ରେ ଟସ୍ ଏବଂ ୮ଟାରେ ମ୍ୟାଚ୍ ଆରମ୍ଭ ହେବ। ବିସିସିଆଇ ଟ୍ୱିଟ୍ କରି ଏହି ସୂଚନା ଦେଇଛି। କୁହାଯାଉଛି ଯେ, ଓପନିଂ ସେରିମନି କାର୍ଯ୍ୟକ୍ରମ ପାଇଁ ସମୟରେ ପରିବର୍ତ୍ତନ କରାଯାଇଛି।

Get real time updates directly on you device, subscribe now.