fbpx

ୱାଣ୍ଡର କିଡ୍ ଆନ୍‌ଭି: ନିଜ ପେଣ୍ଟିଂ ପାଇଁ ଲଣ୍ଡନ୍‌ ବୁକ୍‌ ଅଫ୍‌ ରେକର୍ଡସରେ ପାଇଛନ୍ତି ସ୍ଥାନ, ଆଶୀର୍ବାଦ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ନିଜର ପେଣ୍ଟିଂ ପ୍ରଦାନ କରିଛନ୍ତି ଅଢ଼େଇ ବର୍ଷର ଆନ୍‌ଭି । ଏଯାଏ ୩୭ଟି ଶୈଳୀରେ ୭୨ଟି ପେଣ୍ଟିଂ ଆଙ୍କି ଲଣ୍ଡନ୍ ବୁକ୍ ଅଫ୍ ରେକର୍ଡସରେ ସ୍ଥାନ ପାଇଥିବା ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ତାଙ୍କ ବାସଭବନରେ ଭେଟିଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ଭେଟ କରିବା ସମୟରେ ମୁଖ୍ୟମନ୍ତ୍ରୀ ହସହସ ମୁହଁରେ ଆନ୍‌ଭିଙ୍କୁ ଆଶୀର୍ବାଦ କରିଥିଲେ ।

ଆନ୍‌ଭି ତାଙ୍କ ମା ଅନୁରାଧା ଡାଲମିଆ ଅଗ୍ରୱାଲଙ୍କ ସହିତ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ । ଏହି ସମୟରେ ସେ ତାଙ୍କର ଏକ ପେଣ୍ଟିଂ ମୁଖ୍ୟମନ୍ତ୍ରୀଙ୍କୁ ଉପହାର ଦେଇଥିଲେ । ମୁଖ୍ୟମନ୍ତ୍ରୀ ତାଙ୍କର ଏତେ କମ୍ ବୟସରେ ଏଭଳି କୃତିତ୍ୱ ହାସଲ ପାଇଁ ତାଙ୍କୁ ଆଶିର୍ବାଦ ପ୍ରଦାନ କରିଥିଲେ । ବର୍ତ୍ତମାନ ଆନ୍‌ଭିଙ୍କ ପରିବାର ଭୁବନେଶ୍ୱରରେ ରହୁଛନ୍ତି ।

ଆନ୍‌ଭି ଏପର୍ଯ୍ୟନ୍ତ ୩୭ଟି ଶୈଳୀରେ ୭୨ଟି ଆଙ୍କିଛନ୍ତି । ସେ ବର୍ତ୍ତମାନ ଚୁମ୍ବକୀୟ ରଙ୍ଗ, ଇଙ୍କସ୍, ଛାଞ୍ଚ, ଆକ୍ରିଲିକ୍ ଏବଂ ପାଣି ରଙ୍ଗ ଆଦି ବ୍ୟବହାର କରି ଚିତ୍ର ଆଙ୍କି ପାରୁଛନ୍ତି । ବାସ୍ତବରେ ତାଙ୍କ ଦ୍ୱାରା ଅଙ୍କିତ ଚିତ୍ର ଗୁଡ଼ିକ ବେଶ ମନ୍ତ୍ରମୁଗ୍ଧକର ଅଟେ ।

 

 

Get real time updates directly on you device, subscribe now.