fbpx
BJD SKY
BJD SKY

ଅଦ୍ଭୁତ, ଅବିସ୍ମରଣୀୟ, ଅଲୌକିକ କ୍ଷଣ ! କହିଲେ ଯୋଗୀ ଆଦିତ୍ୟନାଥ

BJD

ନୂଆଦିଲ୍ଲୀ: ରାମମୟ ଅଯୋଧ୍ୟା ନଗରୀ । ସାଧୁ ସନ୍ଥ ଏବଂ ଭକ୍ତଙ୍କ ସୂଅ ଛୁଟୁଛି ଅଯୋଧ୍ୟାକୁ । ସମସ୍ତଙ୍କ ମନରେ ଉତ୍ସାହ ଓ ଭକ୍ତିଭାବର ଛାପ । ଆଜି ରାମ ମନ୍ଦିରରେ ବିରାଜିବେ ରାମଲଲା । ରାମଲଲାଙ୍କ ଦିବ୍ୟ ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ଚଳଚଞ୍ଚଳ ଅଯୋଧ୍ୟା ନଗରୀ । ଏହି ଅବସରରେ ଉତ୍ତର ପ୍ରଦେଶ ମୁ୍‌ଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସୋସିଆଲ ମିଡ଼ିଆ ପ୍ଲାଟଫମ୍ ‘ଏକ୍ସ’ରେ ପୋଷ୍ଟ କରି ଲେଖିଛନ୍ତି, ‘ଅଦ୍ଭୁତ, ଅବିସ୍ମରଣୀୟ, ଅଲୌକିକ କ୍ଷଣ ! ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କ ସମ୍ମାନଜନକ ଉପସ୍ଥିତିରେ ପ୍ରଭୁ ଶ୍ରୀ ରାମଙ୍କ ପବିତ୍ର ଜନ୍ମ ସ୍ଥାନ ଶ୍ରୀ ଅଯୋଧ୍ୟା ଧାମରେ ପ୍ରଭୁ ଶ୍ରୀ ରାମଲଲାଙ୍କ ପ୍ରାଣପ୍ରତିଷ୍ଠା ରୀତିନୀତି ସମ୍ପନ୍ନ ହେବାକୁ ଯାଉଛି । ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱ ଯୋଗୁଁ ଆଜି ଅସଂଖ୍ୟ ରାମ ଭକ୍ତଙ୍କ ପ୍ରତୀକ୍ଷାର ଅନ୍ତ ହେବାକୁ ଯାଉଛି । ଆଜି ସମ୍ପୂର୍ଣ୍ଣ ଦେଶ ଆସ୍ଥା ଏବଂ ଭକ୍ତି ସାଗରରେ ବୁଡ଼ି ରାମମୟ ହୋଇଯାଇଛି । ’

ଅନ୍ୟ ଏକ ପୋଷ୍ଟରେ ଯୋଗୀ ଆଦିତ୍ୟନାଥ ଲେଖିଛନ୍ତି, ‘ଜୟ ଶ୍ରୀ ରାମ! ଆଜି ଶ୍ରୀ ଅଯୋଧ୍ୟା ଧାମରେ ଶ୍ରୀ ରାମ ଜନ୍ମ ଭୂମିରେ ଅନୁଷ୍ଠିତ ହେବାକୁ ଥିବା ଶ୍ରୀ ରାମଲଲାଙ୍କ ନୂତନ ବିଗ୍ରହର ପ୍ରାଣ ପ୍ରତିଷ୍ଠାରୁ ପୀଢ଼ିର ସଂଘର୍ଷ ଏବଂ ଅନେକ ବର୍ଷର ସଂକଳ୍ପ ପୂର୍ଣ୍ଣ ହୋଇଛି । ଏହି ଅବସରରେ ଯୁଗପୁରୁଷ ବ୍ରହ୍ମଲୀନ୍ ମହନ୍ତ ଦିଗବିଜୟନାଥ ଜୀ ମହାରାଜ ଏବଂ ରାଷ୍ଟ୍ରସନ୍ତ ବ୍ରହ୍ମଲୀନ୍ ମହନ୍ତ ଅବୈଦ୍ୟନାଥଜୀ ମହାରାଜଙ୍କ ପ୍ରତି ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି । ଜୟ ଶ୍ରୀ ରାମ !’

Get real time updates directly on you device, subscribe now.