fbpx
BSKY
BJD YOUTH SKY
BJD MS SKY

ବାହାନଗା ଟ୍ରେନ୍ ଟ୍ରାଜେଡି; ତତ୍କାଳୀନ ୨ ରେଳ କର୍ମଚାରୀ ଚାକିରିରୁ ବହିଷ୍କୃତ

ତତ୍କାଳୀନ ଷ୍ଟେସନ ମାଷ୍ଟର ଏସ୍‌.ବି. ମହାନ୍ତି ବହିଷ୍କୃତ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଗତ ବର୍ଷ ଜୁନ ମାସ ୨ ତାରିଖ ସନ୍ଧ୍ୟାରେ ବାଲେଶ୍ୱର ଜିଲ୍ଲା ବାହାନଗାରେ ଘଟିଯାଇଥିବା ମର୍ମନ୍ତୁଦ ଦୁର୍ଘଟଣା ଆଜି ପର୍ଯ୍ୟନ୍ତ ମନରୁ ଲିଭି ନାହିଁ । ଏହି ଦୁର୍ଘଟଣାରେ ୨୯୩ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିବା ସହ ୧ ହଜାରରୁ ଅଧିକ ଆହତ ହୋଇଥିଲେ । ତେବେ ବାହାନଗା ଟ୍ରେନ୍ ଟ୍ରାଜେଡିକୁ ନେଇ ଆସିଛି ଏକ ଅପଡେଟ୍ । ତତ୍କାଳୀନ ୨ ରେଳ କର୍ମଚାରୀ ଚାକିରିରୁ ବହିଷ୍କୃତ। ତତ୍କାଳୀନ ଷ୍ଟେସନ ମାଷ୍ଟର ଏସ୍‌.ବି. ମହାନ୍ତି ବହିଷ୍କୃତ।

ଏହି ମାମଲାର ତଦନ୍ତ କରୁଥିବା ସିବିଆଇ ପକ୍ଷରୁ ୩ ଜଣ ରେଳ କର୍ମଚାରୀଙ୍କ ନାମରେ ଚାର୍ଜଶିଟ୍ ଦାଖଲ କରାଯାଇଥିଲା । ବରିଷ୍ଠ ସେକ୍ସନ ଯନ୍ତ୍ରୀ ଅରୁଣ ମହାନ୍ତ, ସେକ୍ସନ ଯନ୍ତ୍ରୀ ମହମ୍ମଦ ଅମୀର ଖାନ, ଓ ଟେକ୍ନିସିଆନ ପପୁ କୁମାରଙ୍କ ନାମରେ ସିବିଆଇ ପକ୍ଷରୁ ଚାର୍ଜଶିଟ୍ ଦାଖଲ କରାଯାଇଥିଲା । ଆଇପିସି ଦଫା ୩୦୪ (୨), ୩୪, ୧୯୮୯ ରେଲୱେ ଆକ୍ଟ ୧୫୩ ଧାରାରେ ଏହି ଚାର୍ଜଶିଟ୍ ପ୍ରସ୍ତୁତ କରାଯାଇଥିଲା।

Get real time updates directly on you device, subscribe now.