fbpx

(Video) ମୁଣ୍ଡ ଉପରେ ବାଇକ୍ ରଖି ବସ ଉପରେ ଚଢ଼ିଗଲେ ଯୁବକ: ଭିଡିଓ ଦେଖି ଲୋକ କହିଲେ , ‘ପ୍ରକୃତ ସୁପର ମ୍ୟାନ୍’

ନୂଆଦିଲ୍ଲୀ: ଅଭ୍ୟାସ୍ କରିବା ଦ୍ୱାରା ଆପଣ କିଛି ଅସମ୍ଭବ କାମକୁ ସମ୍ଭବ କରି ଦେଖାଇପାରିବେ, ଯାହାକି ଛୋଟବେଳୁ ପିଲାମାନଙ୍କୁ ଶିକ୍ଷାଯାଇଥାଏ । ଅନେକଥର ଏହି କଥାକୁ ପ୍ରମାଣିତ ହେବାର ମଧ୍ୟ ଦେଖିବାକୁ ମିଳିଯାଏ । ନିକଟରେ ଏକ ଭିଡିଓ ଭାଇରାଲ ହୋଇଛି, ଯେଉଁଥିରେ ଜଣେ ଶ୍ରମିକଙ୍କର ଶକ୍ତି ଓ ସନ୍ତୁଳନର ଏପରି ଦୃଶ୍ୟ ଦେଖିବାକୁ ମିଳିଛି, ଯାହାକୁ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ।

ଏହି ଭିଡିଓକୁ ଅନେକ ଉପଭୋକ୍ତା ଟ୍ୱିଟରରେ ସେୟାର କରିଛନ୍ତି । ଭିଡିଓରେ ଦେଖିବାକୁ ମିଳିଛି କି, ଏକ ବସ୍ ଷ୍ଟାଣ୍ଡରେ ଗୋଟିଏ ବସ୍ ଠିଆ ହୋଇଛି ଓ ଉପରେ ଜିନିଷ ପତ୍ର ରଖାଯାଉଛି । ସେହି ସମୟରେ ଜଣେ ଯୁବକ ନିଜ ମୁଣ୍ଡରେ ବାଇକ ରଖି ପହଞ୍ଚିଛନ୍ତି । ଲାଗୁଛି ଯେପରି ବାଇକର ମାଲିକ ଅନ୍ୟ ଜାଗାକୁ ଯାଉଛନ୍ତି ଓ ବାଇକକୁ ସେହି ବସ୍ ମାଧ୍ୟମରେ ନେବାକୁ ଚାହୁଁଛନ୍ତି ।

ସେଥିପାଇଁ ଶ୍ରମିକଙ୍କ ସାହାଯ୍ୟରେ ବାଇକକୁ ବସରେ ରଖାଯାଉଛି । ଏହି ବାଇକ୍ ଶ୍ରମିକଙ୍କ ମୁଣ୍ଡରେ ରଖାଯାଇଥିବା ବେଳେ ସେ ଏହାକୁ ନେଇ ବସ ଉପରେ ଚଢ଼ିବା ଆରମ୍ଭ କରିଥିଲେ । ଭିଡିଓ ଦେଖିଲେ ଲାଗୁଛି କି, ବୋଧହୁଏ ଚଢ଼ିବା ବେଳେ ଲୋକମାନେ ସାହାଯ୍ୟ କରିବେ । କିନ୍ତୁ କାହା ସାହାଯ୍ୟ ବିନା ଯୁବକ ଜଣକ ବାଇକକୁ ଧରି ବସ୍ ଉପରେ ଚଢ଼ିଯାଇଥିଲେ, ଯାହାକୁ ଦେଖି ସେଠାରେ ଉପସ୍ଥିତ ଲୋକ ନିଜ ଆଖିକୁ ବିଶ୍ୱାସ କରିପାରୁନଥିଲେ ।

ପ୍ରାୟ ଦେଢ଼ କ୍ୱିଣ୍ଟାଲର ବାଇକକୁ ଧରି ଯୁବକ ଜଣକ ବସ ଉପରେ ଚଢ଼ୁଥିବା ବେଳେ ତାଙ୍କର ସନ୍ତୁଳନ ବି ପୁରାପୁରି ଠିକ୍ ଥିଲା । ଏପରିକି ସେ ଚଢ଼ିଲା ବେଳେ ବାଇକକୁ ବି ହାତରେ ଧରି ନଥିଲେ ଓ ବାଇକ୍ ତାଙ୍କ ମୁଣ୍ଡରେ ରହିଥିଲା । ଏହି ଭିଡିଓ ସେୟାର କରିବାବେଳେ ଜଣେ ଉପଭୋକ୍ତା କହିଛନ୍ତି ଯେ, ସେ ପ୍ରକୃତରେ ଜଣେ ସୁପର ମ୍ୟାନ୍ । ଏହା ସହ ଅନେକ ଲୋକ ତାଙ୍କୁ ପ୍ରକୃତ ବାହୁବଲୀ ବୋଲି କହୁଛନ୍ତି ।

Get real time updates directly on you device, subscribe now.