fbpx

୧୧୦ ଫୁଟର ଆଷ୍ଟେରଏଡ୍ ୨୩ ହଜାର କିଲୋମିଟର ବେଗରେ ପୃଥିବୀ ଆଡକୁ ମାଡ଼ିଆସୁଛି, ଚିନ୍ତାରେ ବୈଜ୍ଞାନିକ

୧୧୦ ଫୁଟର ବିମାନ ପରି ବଡ଼ ଏକ ଆଷ୍ଟେରଏଡ୍ ଆଜି ଆମ ପୃଥିବୀର ନିକଟତର ହୋଇ ଗତି କରିବ । ଏହାର ନାମ ହେଉଛି ‘ଆଷ୍ଟେରଏଡ୍ (୨୦୨୩ ଏଫଟି୧)’ । ବୈଜ୍ଞାନିକମାନେ ଏହି ‘ରକ୍ ଡିଜାଷ୍ଟର’ ଉପରେ ନଜର ରଖିଛନ୍ତି ।

ଏହାକୁ ପୃଥିବୀ ପାଇଁ ‘ସମ୍ଭାବ୍ୟ ବିପଜ୍ଜନକ’ ଶ୍ରେଣୀରେ ସାମିଲ କରାଯାଇଛି । ଅର୍ଥାତ୍ ଯଦି ଏପରି କୌଣସି ଆଷ୍ଟେରଏଡ ପୃଥିବୀ ସହିତ ଧକ୍କା ହୁଏ, ତେବେ ଏହା ବଡ଼ ଧ୍ୱଂସ ଘଟାଇପାରେ । ବୈଜ୍ଞାନିକମାନେ ବିଶ୍ୱାସ କରୁଛନ୍ତି ଯେ, ଲକ୍ଷ ଲକ୍ଷ ବର୍ଷ ପୂର୍ବେ ଏକ ବଡ଼ ଆଷ୍ଟେରଏଡ ଧକ୍କା ହେବାରୁ ଆମ ପୃଥିବୀରୁ ଡାଇନୋସର ନଷ୍ଟ ହୋଇଯାଇଥିଲେ ।

ନାସାର ଜେଟ୍ ପ୍ରୋପଲ୍ସନ ଲାବୋରେଟୋରୀ କହିଛି ଯେ, ଯେତେବେଳେ ‘ଆଷ୍ଟେରଏଡ୍ (୨୦୨୩ ଏଫଟି୧)’ ଆମ ପୃଥିବୀର ନିକଟତର ହେବ, ସେତେବେଳେ ଉଭୟଙ୍କ ଦୂରତା ୭୪ ଲକ୍ଷ ୬୦ ହଜାର କିଲୋମିଟର ରହିବ । ଏହି ଦୂରତା ତୁମ ପାଇଁ ବଡ ମନେହୁଏ, କିନ୍ତୁ ବ୍ରହ୍ମାଣ୍ଡର ବିଶାଳତା ତୁଳନାରେ କିଛି ନୁହେଁ । ବୈଜ୍ଞାନିକମାନେ ଏହି ଦୂରତାକୁ ପୃଥିବୀର ଅତି ନିକଟ ବୋଲି ବିବେଚନା କରନ୍ତି, ସେଥିପାଇଁ ‘ଆଷ୍ଟେରଏଡ୍ (୨୦୨୩ ଏଫଟି୧)’ କୁ ‘ସମ୍ଭାବ୍ୟ ବିପଜ୍ଜନକ’ ଶ୍ରେଣୀରେ ସାମିଲ କରାଯାଇଛି ।

ଯଦିଓ ଏହା ଆମ ଗ୍ରହକୁ ଧକ୍କା ଦେବାର ସମ୍ଭାବନା ନାହିଁ, କିନ୍ତୁ ବୈଜ୍ଞାନିକମାନେ ‘ଆଷ୍ଟେରଏଡ୍ (୨୦୨୩ ଏଫଟି୧)’ ଉପରେ ନଜର ରଖିବେ ଯେପର୍ଯ୍ୟନ୍ତ ଏହା ବହୁ ଦୂର ପର୍ଯ୍ୟନ୍ତ ନଯାଇଛି । ଆମେରିକୀୟ ସ୍ପେସ୍ ଏଜେନ୍ସି କହିଛି ଯେ, ଏହି ଆଷ୍ଟେରଏଡ ଘଣ୍ଟା ପ୍ରତି ୨୩ ହଜାର ୭୯୦ କିଲୋମିଟର ବେଗରେ ଆମ ପୃଥିବୀ ଆଡକୁ ମାଡ଼ିଆସୁଛି ।

Get real time updates directly on you device, subscribe now.