fbpx

ଟେକ୍ନୋଲୋଜି ଦୁନିଆର ସବୁଠୁ ବଡ ଡିଲ୍: ୪୪ ବିଲିୟନ ଡଲାରରେ Twitter କିଣିଲେ ଏଲନ୍ ମସ୍କ, ଜାଣନ୍ତୁ କ’ଣ ଲାଭ ପାଇବେ ୟୁଜର୍ସ

ନୂଆଦିଲ୍ଲୀ: ସଡ଼କରୁ ମହାକାଶ ପର୍ଯ୍ୟନ୍ତ ନିଜର ଜଲୱା ବଜାୟ ରଖିଥିବା ବିଲିୟନେୟାର ବ୍ୟବସାୟୀ ଏଲନ୍ ମସ୍କ ଶେଷରେ ଟେକ୍ନୋଲୋଜି ଦୁନିଆର ସବୁଠୁ ବଡ ଡିଲ୍ କରିଛନ୍ତି । ବୋର୍ଡର ମଞ୍ଜୁରୀ ମିଳିବ ପରେ ଅଫିସିଆଲ ଭାବେ ମସ୍କ ଟ୍ୱିଟର ମାଲିକ ହୋଇଛନ୍ତି ।

ଏପ୍ରିଲ୍ ୧୪ ରେ ଟ୍ୱିଟର କିଣିବା ପାଇଁ ୪୪ ବିଲିୟନ ଡ଼ଲାର୍ (ପ୍ରାୟ ୩.୩୦ ଲକ୍ଷ କୋଟି ଟଙ୍କା)ର ପ୍ରସ୍ତାବ ଦେଇଥିଲେ ମସ୍କ । ଟ୍ୱିଟର ବୋର୍ଡ ମିଳିତ ଭାବେ ଏଲନ ମସ୍କଙ୍କ ଅଫରକୁ ଗ୍ରହଣ କରିଥିଲେ ଓ ଏହି ଡିଲ ଚଳିତ ବର୍ଷ ଶେଷ ହେବ । ଡିଲ୍ ସମାପ୍ତ ହେବା ପରେ ଟ୍ୱିଟର ଏକ ଘରୋଇ କମ୍ପାନୀ ହୋଇଯିବ ଓ ଏହାର ମାଲିକ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଏଲନ ମସ୍କ ହେବେ ।

ତେବେ ଗତ କିଛି ଦିନରୁ ଲଗାତାର ଭାବେ ଏଲନ ମସ୍କଙ୍କ ଅଫର ଉପରେ ଟ୍ୱିଟର ବୋର୍ଡରେ ଆଲୋଚନା ଚାଲିଥିଲା । ଏଲନ ମାସ୍କଙ୍କ କହିବା ମୁତାବକ, ଫ୍ରି ସ୍ପିଚ୍ ପାଇଁ ଟ୍ୱିଟରକୁ ପ୍ରାଇଭେଟ କରିବାକୁ ପଡିବ । ଏଥିପାଇଁ ସେ ଟ୍ୱିଟରକୁ କିଣିବାକୁ ନିଷ୍ପତ୍ତି ନେଇଥିଲେ ।

ଅନ୍ୟପଟେ ଟ୍ୱିଟରକୁ ଜୋରଜବରଦସ୍ତ ଅଧିଗ୍ରହଣ କରିବାକୁ ଟ୍ୱିଟରର ବୋର୍ଡ ମେମ୍ବର୍ସ ଏବଂ ମସ୍କଙ୍କ ମଧ୍ୟରେ ଛକାପଞ୍ଝା ଲାଗିରହିଥିଲା । ‘ଲଭ୍ ମି ଟେଣ୍ଡର’ ଏହି ଗୀତ ଆମେରିକାର ଜଣେ ପ୍ରତିଷ୍ଠିତ ସିଙ୍ଗର ଏଲଭିସ୍ ପ୍ରେସ୍ଲି ଗାଇଛନ୍ତି । କିନ୍ତୁ ଏହି ଗୀତର ଟାଇଟଲ୍ ‘ଲଭ୍ ମି ଟେଣ୍ଡର’ ଲେଖି ପୋଷ୍ଟ କରିଥିଲେ ଏଲନ୍ ମସ୍କ । ତାପରଠୁ ଏଲନ୍ ମସ୍କଙ୍କ ଟ୍ୱିଟର ଅଧିଗ୍ରହଣକୁ ନେଇ ଚର୍ଚ୍ଚା ଜୋର ଧରିଥିଲା ।

Get real time updates directly on you device, subscribe now.