fbpx
BJD SKY
BJD SKY

ରଣପୁର ଥାନା ଲାଖପଡାରେ ଅଂଶୁଘାତ ଜନିତ ପ୍ରଥମ ମୃତ୍ୟୁ, ଜଙ୍ଗଲରୁ ଅଚେତ ଅବସ୍ଥାରେ ଉଦ୍ଧାର ହୋଇଥିଲେ ବୃଦ୍ଧ

BJD

ରଣପୁର, (ଭାସ୍କର ନ୍ୟୁଜ୍‌) : ସାରା ଓଡିଶାରେ ଗ୍ରୀଷ୍ମ ପ୍ରବାହ ଜନିତ ରୌଦ୍ର ତାପ ବଢିବାରେ ଲାଗିଥିବା ବେଳେ ପାଣିାଗ ବିଭାଗ ନୟାଗଡ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି । କିନ୍ତୁ ନୟାଗଡ ଜିଲ୍ଲା ରଣପୁର ଥାନା ଲାଖପଡା ଗ୍ରାମରେ ପ୍ରଥମ ଅଂଶୁଘାତ ଜନିତ ମୃତ୍ୟୁ ହୋଇଥିବା ଜଣାପଡିଛି । କୃତକ ହେଉଛନ୍ତି ଲାଖପଡା ଗ୍ରାମର ଗୋବିନ୍ଦ ଜେନା (୬୪) ।

ଏପ୍ରିଲ ୨୫ ତାରିଖ ସକାଳ ୯ ଘଟିକା ସମୟରେ ଗୋବିନ୍ଦ ଲାଖପଡା ନିକଟ ମୈନାକ ପାହାଡ ବାଇଢଙ୍କ ଜଙ୍ଗଲକୁ କାଠ ଆଣିବା ପାଇଁ ଯାଇଥିଲେ । ବିଳମ୍ବିତ ସମୟ ପର୍ଯ୍ୟନ୍ତ ଘରକୁ ନଫେରିବାରୁ ଘରଲୋକେ ଓ ସାହି ପଡିଶା ବାଇଢଙ୍କ ଜଙ୍ଗଲକୁ ଖୋଜିଥିଲେ । ଦିନ ୧ଟା ବେଳେ ଅଚେତ ଅବସ୍ଥାରେ ଗୋବିନ୍ଦ ପଡିଥିବା ଦେଖିବାକୁ ପାଇଥିଲେ । ସଙ୍ଗେ ସଙ୍ଗେ ୧୦୮ ଆମ୍ବୁଲାନ୍ସ ଯୋଗେ ରଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । ଅଚେତ ଗୋବିନ୍ଦଙ୍କୁ ପରୀକ୍ଷା ନିରୀକ୍ଷା କରିବା ପରେ ଡାକ୍ତର ମୃତ ଘୋଷଣା କରିଥିଲେ । ଅପରାହ୍ନରେ ମୃତ ଗୋବିନ୍ଦଙ୍କ ଶବ ବ୍ୟବଛେଦ ପରେ ତାଙ୍କ ପରିବାରକୁ ହସ୍ତାନ୍ତର କରିଥିବା ଜଣାପଡିଛି । ଗୋବିନ୍ଦ ଙ୍କର ଗୋଟିଏ ପୁଅ ବାହାର ରାଜ୍ୟ କୁ ଶ୍ରମିକ ଭାବରେ କାର୍ଯ୍ୟ କରିବାକୁ ଯାଇଥିବା ବେଳେ ୩ ଝିଅ ବିବାହ କରି ସାରିଛନ୍ତି । ଶବ ପଞ୍ଚନାମା କରିଥିବା ଡାକ୍ତର ଦିପକ ପାତ୍ର ଙ୍କ ସୂଚନା ଅନୁଯାଇ ପ୍ରାଥମିକ ଭାବେ ଅଂଶୁଘାତ ଜନିତ ମୃତ୍ୟୁ ହୋଇଥିବା କହିଛନ୍ତି ।

Get real time updates directly on you device, subscribe now.