fbpx

(Video) ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ କଲା ବିଶ୍ୱ ଚାମ୍ପିୟନ ଭାରତୀୟ ଟିମ୍: ସଂଘର୍ଷମୟ ଯାତ୍ରା ବିଷୟରେ ବର୍ଣ୍ଣନା କରୁଛନ୍ତି ସମସ୍ତ ଖେଳାଳି

Advertisement

ନୂଆଦିଲ୍ଲୀ: ଗତ ମାସ ୨୯ ତାରିଖରେ ଟି-୨୦ ବିଶ୍ୱକପର ଫାଇନାଲ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ୭ ରନରେ ପରାସ୍ତ କରି ଭାରତ ୧୭ ବର୍ଷ ପରେ ବିଶ୍ୱ ଚାମ୍ପିୟନ ହୋଇଥିଲା । ୨୦୦୭ରେ ଟିମ୍ ଇଣ୍ଡିଆ ପ୍ରଥମ ଥର ଟି-୨୦ ବିଶ୍ୱକପରେ ଚାମ୍ପିୟନ ହୋଇଥିଲା । ତେବେ ଖରାପ ପାଗ ପାଇଁ ଟିମ୍ ଇଣ୍ଡିଆ ବାରବାଡୋସରେ କିଛିଦିନ ଅଟକି ରହିଥିଲା । ବିଶ୍ୱ ଚାମ୍ପିୟନ ଭାରତୀୟ ଟିମ୍ ସ୍ୱଦେଶକୁ ଫେରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କୁ ଖେଳାଳିମାନଙ୍କ ସହ ବିଶ୍ୱକପର ସଂଘର୍ଷମୟ ଯାତ୍ରା ବିଷୟରେ ପ୍ରଶ୍ନ କରିଥିବା ବେଳେ ଖେଳାଳିମାନେ ଜଣ ଜଣ କରି ସେହି ଅବିସ୍ମରଣୀୟ ଯାତ୍ରା ବିଷୟରେ ବର୍ଣ୍ଣନା କରିଥିଲେ ।

ଟିମ୍ ଇଣ୍ଡିଆର ସମସ୍ତ ସଦସ୍ୟ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସାକ୍ଷାତ କରିବା ପାଇଁ ଲୋକ କଲ୍ୟାଣ ମାର୍ଗ ସ୍ଥିତ ବାସଭବନରେ ପହଞ୍ଚିଥିଲେ । ଏହି ଅବସରରେ ଟିମ୍ ଇଣ୍ଡିଆକୁ ଚାମ୍ପିୟନ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଅଧିନାୟକ ରୋହିତ ଶର୍ମା ଓ ମୁଖ୍ୟ କୋଚ ରାହୁଲ ଦ୍ରାବିଡ଼ ପ୍ରଧାନମନ୍ତ୍ରୀଙ୍କୁ ଟ୍ରଫି ପ୍ରଦାନ କରିଥିଲେ । ଟି-୨୦ ବିଶ୍ୱକପ ଜିତିବା ପରେ ବାରବାଡୋସରୁ ସ୍ୱଦେଶ ପହଞ୍ଚିବା ପରେ ଭାରତୀୟ ଦଳକୁ ଆଜି ସକାଳ ୬ଟା ସମୟରେ ଦିଲ୍ଲୀର ଆଇଜିଆଇ ବିମାନବନ୍ଦରରେ ସ୍ୱାଗତ କରାଯାଇଥିଲା ।

ଏହାପରେ ଟିମ୍ ଇଣ୍ଡିଆ ଦିଲ୍ଲୀର ଆଇଟିସି ମୌର୍ଯ୍ୟ ହୋଟେଲରେ ପହଞ୍ଚିଥିଲେ । ସେଠାରୁ ଖେଳାଳିମାନେ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିବା ପାଇଁ ବାହାରିଥିଲେ । ଟିମ୍ ଇଣ୍ଡିଆର ଖେଳାଳିମାନେ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିବା ସମୟର ଏକ ଭିଡିଓ ସାମ୍ନାକୁ ଆସିଛି । ୧.୩୦ ମିନିଟର ଏହି ଭିଡିଓରେ ପ୍ରଧାନମନ୍ତ୍ରୀ ଟିମ୍ ଇଣ୍ଡିଆର ସଦସ୍ୟଙ୍କ ସହିତ ଆଲୋଚନା କରୁଥିବା ଦେଖାଯାଉଛି । ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିବା ପରେ ଖେଳାଳିମାନେ ମୁମ୍ବାଇ ଅଭିମୁଖେ ଯାତ୍ରା କରିଛନ୍ତି । ସେଠାରେ ଅବତରଣ କରିବା ପରେ ଖେଳାଳିମାନଙ୍କୁ ଏକ ଖୋଲା ବସରେ ୱାଙ୍ଖେଡ଼େ ଷ୍ଟାଡିୟମକୁ ନିଆଯିବ । ସନ୍ଧ୍ୟଶ ୫ଟା ସମୟରେ ମରୀନ ଡ୍ରାଇଭ ଓ ୱାଙ୍ଖେଡ଼େ ଷ୍ଟାଡିୟମ ମଧ୍ୟରେ ଏକ ବିଜୟ ପରେଡ଼ର ଆୟୋଜନ କରାଯିବ ।

Get real time updates directly on you device, subscribe now.