fbpx

(Video) ଷ୍ଟାର ସ୍ପୋର୍ଟସ ତରଫରୁ ODI World Cup Promo ରିଲିଜ୍: ବିରାଟ-ଜାଡେଜାଙ୍କ ସହ ବିଗ୍ ବସ୍ ସୁନ୍ଦରୀ

Advertisement

ନୂଆଦିଲ୍ଲୀ: ଦିନିକିଆ ବିଶ୍ୱକପ ପାଇଁ ଆଉ ମାତ୍ର କେଇଟା ଦିନ ବାକି ରହିଛି । ଏଥିପାଇଁ ସବୁ ପ୍ରକାର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଅକ୍ଟୋବର ୫ ତାରିଖରୁ ବିଶ୍ୱକପ ଆରମ୍ଭ ହେବାକୁ ଥିବା ବେଳେ ଭାରତର ବିଭିନ୍ନ ଷ୍ଟାଡିୟମରେ ଅନୁଷ୍ଠିତ ହେବ ଏହି ଟୁର୍ଣ୍ଣାମେଣ୍ଟ । ତେବେ ଏହାପୂର୍ବରୁ ବିଶ୍ୱକପର ଅଫିସିଆଲ ବ୍ରଡକାଷ୍ଟର ଷ୍ଟାର ସ୍ପୋର୍ଟସ ଏହାର ପ୍ରୋମୋ ଭିଡିଓ ରିଲିଜ କରିଛି । ଏହି ଭିଡିଓରେ ଟିମ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ଏବଂ ରବିନ୍ଦ୍ର ଜଡେଜାଙ୍କ ସହ ବିଗ୍ ବସ୍ କୁଇନଙ୍କୁ ସ୍ଥାନ ଦିଆଯାଇଛି ।

ଷ୍ଟାର ସ୍ପୋର୍ଟସ ତରଫରୁ ଜାରି ହୋଇଥିବା ଏହି ପ୍ରୋମୋ ଭିଡିଓରେ ବିରାଟ କୋହଲି ଏବଂ ରବିନ୍ଦ୍ର ଜାଡେଜାଙ୍କ ଅଭିନେତ୍ରୀ ସେହନାଜ ଗିଲଙ୍କୁ ଦେଖିବାକୁ ମିଳିଛି । ଏହି ଭିଡିଓରେ କୁହାଯାଇଛି ଯେ, ୨୦୨୩ ଆରମ୍ଭରୁ ଆମ ମୁଣ୍ଡରେ ବିଶ୍ୱକପ ଭୂତ ପଶିଛି । ବିରାଟ କୋହଲି, ରବିନ୍ଦ୍ର ଜାଡେଜା ଏବଂ ଭାରତୀୟ ଟିମକୁ ଦୁନିଆ ଉପରେ କବଜା କରିବାର ନିଶା ଘାରିଛି । ତେବେ ଚଳିତବର୍ଷ ବିଶ୍ୱକପର ବ୍ରଡକାଷ୍ଟିଂ ପାର୍ଟନର ଷ୍ଟାର ସ୍ପୋର୍ଟସ ହାତରେ ରହିଥିବା ବେଳେ ସେ ଦିନିକିଆ ବିଶ୍ୱକପ ପାଇଁ ଏହି ପ୍ରୋମୋ ରିଲିଜ କରିଛି । ଏଥିରେ ବିରାଟ କୋହଲି ଏବଂ ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜାଙ୍କ ସହ ସେହନାଜ ଗିଲଙ୍କୁ ଏକା ସାଙ୍ଗରେ ଦେଖିବାକୁ ମିଳିଛି । ଏକ ମଜାକିୟା ଅନ୍ଦାଜରେ ଏହି ଭିଡିଓ ପ୍ରସ୍ତୁତ କରିଛି କମ୍ପାନୀ । ତେବେ ଏହି ଭିଡିଓକୁ ଲକ୍ଷ ଲକ୍ଷ ୟୁଜର ପସନ୍ଦ କରିଥିବା ବେଳେ ଅନେକ ଲୋକ ଏଥିରେ କମେଣ୍ଟ କରିଛନ୍ତି ।

ଦିନିକିଆ ବିଶ୍ୱକପ ପାଇଁ ଘୋଷଣା ହୋଇଥିବା ଦଳର ନେତୃତ୍ୱ ନେଇଛନ୍ତି ରୋହିତ ଶର୍ମା । ଦିନିକିଆ ବିଶ୍ୱକପ ଦଳରେ ୭ ଜଣ ବ୍ୟାଟର, ୪ ବୋଲର ଏବଂ ୪ ଜଣ ଅଲରାଉଣ୍ଡର ସ୍ଥାନ ପାଇଛନ୍ତି । ଦଳର ନେତୃତ୍ୱ ରୋହିତ ଶର୍ମାଙ୍କ କାନ୍ଧରେ ରହିଥିବା ବେଳେ ଉପଅଧିନାୟକ ପଦରେ ରହିଛନ୍ତି ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା । ତେବେ ଜଶପ୍ରୀତ ବୁମରାହ, କେ.ଏଲ ରାହୁଲ ଏବଂ ଶ୍ରେୟସ ଆୟର ଦଳରେ କମବ୍ୟାକ କରିଛନ୍ତି । କିନ୍ତୁ ୱିକେଟ କିପର ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନ ଏବଂ ଭେଟେରାନ୍ ସ୍ପିନର ରବିଚନ୍ଦ୍ରନ ଅଶ୍ୱୀନଙ୍କ ସମେତ ଶିଖର ଧୱନ, ଭୁବନେଶ୍ୱର କୁମାର ଏବଂ ୟୁଜବେନ୍ଦ୍ର ଚହଲ ଦଳରୁ ବାଦ୍ ପଡ଼ିଛନ୍ତି ।

Get real time updates directly on you device, subscribe now.