fbpx

ବିଶ୍ୱକପ୍ ବଡ଼ ଅପଡେଟ୍: କୋଲକତା ଓ ମୁମ୍ବାଇରେ ହେବ ସେମିଫାଇନାଲ ମ୍ୟାଚ୍!

ନୂଆଦିଲ୍ଲୀ: ଚଳିତ ବର୍ଷ ଆଇସିସି ଦିନିକିଆ ବିଶ୍ୱକପ ଭାରତରେ ଆୟୋଜିତ ହେବ । ବିଶ୍ୱକପର ଶିଡ୍ୟୁଲ ବର୍ତ୍ତମାନ ସୁଦ୍ଧା ଜାରି ହୋଇ ନଥିଲେ ହେଁ କେଉଁ ଦୁଇ ସହରରେ ସେମିଫାଇନାଲ ଖେଳାଯିବ ସେନେଇ ଏକ ଖୁଲାସା ହୋଇଛି । ଚଳିତ ବିଶ୍ୱକପର ସେମିଫାଇନାଲ ମୁକାବିଲା ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ହେବାର ସମ୍ଭାବନା ନଥିବା ଏକ ସୂତ୍ରରୁ ଜଣାପଡ଼ିଛି ।

ସୂଚନା ମୁତାବକ, ଦିନିକିଆ ବିଶ୍ୱକପ ୨୦୨୩ର ଗୋଟିଏ ସେମିଫାଇନାଲ ମ୍ୟାଚ କୋଲକତାର ଇଡେନ ଗାର୍ଡନ୍ସରେ ଖେଳାଯାଇପାରେ । ଅନ୍ୟପକ୍ଷରେ ଦ୍ୱିତୀୟ ସେମିଫାଇନାଲ ମୁକାବିଲା ମୁମ୍ବାଇର ୱାଙ୍ଖେଡ଼େ ଷ୍ଟାଡିୟମରେ ଖେଳାଯାଇପାରେ । ସମ୍ପୂର୍ଣ୍ଣ ବିଶ୍ୱକପର ମ୍ୟାଚ ଭାରତରେ ଖେଳାଯିବା କ୍ରିକେଟ ଇତିହାସରେ ପ୍ରଥମ ଥର ପାଇଁ ଦେଖିବାକୁ ମିଳିବ ।

ଚଳିତ ବିଶ୍ୱକପର ଉଦଘାଟନୀ ମ୍ୟାଚ ଅକ୍ଟୋବର ୫ ତାରିଖରେ ଖେଳାଯିବ । ଏହି ଅବସରରେ ଅହମ୍ମଦାବାଦରେ ଡିଫେଣ୍ଡିଂ ଚାମ୍ପିୟନ ଇଂଲଣ୍ଡ ଓ ପୂର୍ବ ରନର ଅପ ନ୍ୟୁଜିଲାଣ୍ଡ ପରସ୍ପରକୁ ଭେଟିବେ । ସେହିପରି ଟିମ୍ ଇଣ୍ଡିଆ ଅକ୍ଟୋବର ୮ରେ ତା’ର ପ୍ରଥମ ମ୍ୟାଚରେ ଚେନ୍ନାଇ ଠାରେ ଅଷ୍ଟ୍ରେଲିଆକୁ ଭେଟିବ । ଅକ୍ଟୋବର ୧୫ରେ ଅହମ୍ମଦାବାଦ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଭାରତ-ପାକିସ୍ତାନ ପରସ୍ପରକୁ ଭେଟିବେ ।

ଏଥର ବିଶ୍ୱକପରେ ମୋଟ ୧୦ଟି ଟିମ୍ ଅଂଶଗ୍ରହଣ କରୁଥିବା ବେଳେ ମୋଟ ୪୮ଟି ମ୍ୟାଚ ଖେଳାଯିବ । ଭାରତ, ଇଂଲଣ୍ଡ, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, ଆଫଗାନିସ୍ତାନ, ପାକିସ୍ତାନ, ବାଂଲାଦେଶ ଓ ଦକ୍ଷିଣ ଆଫ୍ରିକା ଏହି ମେଗା ଇଭେଣ୍ଟ ପାଇଁ କ୍ୱାଲିଫାଏ କରିସାରିଛନ୍ତି । ଅନ୍ୟ ଦୁଇ ଟିମର ନିଷ୍ପତ୍ତି ଚଳିତ ମାସରେ ଜିମ୍ବାୱେରେ ଅରାମ୍ଭ ହେବାକୁ ଥିବା କ୍ୱାଲିଫାଇଂ ଟୁର୍ଣ୍ଣାମେଣ୍ଟ ଜରିଆରେ ହେବ ।

Get real time updates directly on you device, subscribe now.