fbpx

ବିଶ୍ୱ ହସ୍ତୀ ଦିବସ: ହାତୀ ପାଇଁ ଦିନଟିଏ….

ଭୁବନେଶ୍ୱର(ଭାସ୍କର ନ୍ୟୁଜ୍‌): ପ୍ରତିବର୍ଷ ଅଗଷ୍ଟ ୧୨ ତାରିଖକୁ ବିଶ୍ୱ ହସ୍ତୀ ଦିବସ ରୂପେ ପାଳନ କରାଯାଇଥାଏ । ବିଶ୍ୱବାସୀ ଉକ୍ତ ଦିନଟିକୁ ହସ୍ତୀ ସଂରକ୍ଷଣ ଓ ସୁରକ୍ଷା ଉଦ୍ଦେଶ୍ୟରେ ସମର୍ପିତ କରିଥାନ୍ତି । କହିବାକୁ ଗଲେ ହାତୀ ପାଇଁ ଦିନଟିଏ ।

ଏହି ପରିପ୍ରେକ୍ଷୀରେ ରାଜଧାନୀ ଭୁବନେଶ୍ୱରର ପୋଖରୀପୁଟ ଅଞ୍ଚଳରେ ରହୁଥିବା ସାମାଜିକ କର୍ମୀ ତଥା ପରିବେଶବିତ୍‌ ସୁଶାନ୍ତ ସାହୁ ବିଶ୍ୱବାସୀଙ୍କ ଉଦ୍ଦେଶ୍ୟରେ ଏକ ବଳିଷ୍ଠ ବାର୍ତ୍ତା ପ୍ରଦାନ କରିଛନ୍ତି । ରଙ୍ଗ, ବେରଙ୍ଗ ମୁରୁଜକୁ ବ୍ୟବହାର କରି ସେ ତିଆରି କରିଛନ୍ତି ଏକ ସୁନ୍ଦର ହୃଦୟର ଛବି । ହୃଦୟ ମଧ୍ୟରେ ରହିଛି ଏକ ସୁନ୍ଦର ହସ୍ତୀର ଚିତ୍ର । ତତ୍‌ସହ ହୃଦୟ ଚାରିପାଖେ ଇଂରାଜୀ ଭାଷାରେ ସ୍ଥାନିତ ହୋଇଛି ‘ସେଭ୍‌ ଏଲିଫ୍ୟା-ସ୍‌ ଟୁ ସେଭ୍‌ ମଦର ଆର୍ଥ’ର ଏକ ମନଛୁଆଁ ସ୍ଲୋଗାନ । ଯାହା ଆମ ସମାଜ ପାଇଁ ଏକ ସମୟୋପଯୋଗୀ ବାର୍ତ୍ତା ।

ସୁଶାନ୍ତ ଏ ସମ୍ପର୍କରେ କୁହନ୍ତି ହାତୀ ଏକ ଶାକାହାରୀ, ସୁନ୍ଦର ଓ ଶାନ୍ତିି୍ରୟ ପଶୁଟିଏ । ହାତୀ ଏକ ବିଶ୍ୱସ୍ତ ପ୍ରାଣୀ । କନ୍ତୁ ହିଂସ୍ର ନୁହଁନ୍ତି, ହାତୀ ଆମର ସାଥୀ ପରି । ହାତୀ ଆମର ଶତ୍ରୁ ନୁହେଁ । ଜୈବ ବିବିଧତାର ସୁରକ୍ଷା ଓ ସନ୍ତୁଳନ ପାଇଁ ହସ୍ତୀର ଭୂମିକା ଅତ୍ୟନ୍ତ ଗୁରୁତ୍ୱୂର୍ଣ୍ଣ । ହାତୀକୁ ନେଇ ଅନେକ ଚଳଚ୍ଚିତ୍ର ବି ତିଆରି ହୋଇଛି । ଭାରତୀୟ ସଂସ୍କୃତି ଓ ପରମ୍ପରାରେ ଗଜ ସଂସ୍କୃତିର ସ୍ୱତନ୍ତ୍ର ସ୍ଥାନ ଓ ତାତ୍ପର୍ଯ୍ୟ ବି ରହିଛି ।

Get real time updates directly on you device, subscribe now.