fbpx

ଆଜି ବିଶ୍ୱ ଇଞ୍ଜିନିୟର ଦିବସ: ଜାଣନ୍ତୁ କାହିଁକି ଏହି ଦିବସ ପାଳନ କରାଯାଏ, ଏହା ପଛରେ କ’ଣ ରହିଛି ଇତିହାସ

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍):ଆଜି ବିଶ୍ୱ ଇଞ୍ଜିନିୟର ଦିବସ।  ଭାରତରତ୍ନ ସାର୍‌ ମୋକ୍ଷଗୁଣ୍ଡମ୍‌ ବିଶ୍ୱେଶ୍ୱରାୟ ଭାରତର ଜଣେ ସଫଳ ଇଞ୍ଜିନିୟର ତଥା ବିଦ୍ୱାନ । ୧୯୧୨ରୁ ୧୯୧୮ ପର୍ଯ୍ୟନ୍ତ ସେ ମୈସୁର ଦିୱାନ ଥିଲେ । ୧୯୫୫ରେ ଭାରତର ସର୍ବୋଚ୍ଚ ନାଗରିକ ସମ୍ମାନ ଭାରତ ରତ୍ନରେ ତାଙ୍କୁ ସମ୍ମାନିତ କରାଯାଇଥିଲା । ଜନମଙ୍ଗଳରେ ଅତୁଳନୀୟ ଅବଦାନ ପାଇଁ ରାଜା ଜର୍ଜ ପଞ୍ଚମଙ୍କ ଦ୍ୱାରା ସେ ବ୍ରିଟିଶ ଇଣ୍ଡିଆ ସାମ୍ରାଜ୍ୟର ନାଇଟ୍‌ କମାଣ୍ଡର ଭାବେ ନାଇଟ୍‌ ଉପାଧି ଲାଭ କରିଥିଲେ । ତାଙ୍କ ଅବଦାନକୁ ମନେରଖିବା ପାଇଁ ପ୍ରତି ବର୍ଷ ତାଙ୍କ ଜନ୍ମଦିନକୁ ଭାରତବର୍ଷରେ ଇଞ୍ଜିନିୟର ଦିବସ ରୂପେ ପାଳନ କରାଯାଏ ।ବିଶ୍ୱେଶ୍ୱରାୟ ଅନେକ ନାମୀ ସଂସ୍ଥା ସହ ମିଶି ଦେଶର ବିଭିନ୍ନ ଅଞ୍ଚଳର ଉନ୍ନତି ପାଇଁ କାର୍ଯ୍ୟ କରିଥିଲେ । ହାଇଦ୍ରାବାଦ୍‌ର ବନ୍ୟା ନିରାପତ୍ତା ପ୍ରଣାଳୀର ସେ ଥିଲେ ମୁଖ୍ୟ ଡିଜାଇନର୍‌ । ମୈସୁର କୃଷ୍ଣରାଜସାଗର ଡ୍ୟାମ୍‌ ନିର୍ମାଣର ମୁଖ୍ୟ ଇଞ୍ଜିନିୟର ଦାୟିତ୍ୱ ମଧ୍ୟ ତୁଲାଇଥିଲେ । ଅନେକ ପୁରସ୍କାର ଓ ସମ୍ମାନର ଅଧିକାରୀ ବିଶ୍ୱେଶ୍ୱରାୟ ୧୮୬୦, ସେପ୍ଟେମ୍ବର ୧୫ରେ ମୁଲୁକାନାଡୁ(ତେଲୁଗୁ) ର ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ । ଏହି ଇଞ୍ଜିନିୟର ଦିବସ ଉପଲକ୍ଷେ ସମସ୍ତ ପରିଶ୍ରମି ଇଞ୍ଜିନିୟର ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏଥିସହିତ ଶ୍ରୀ ଏମ୍ ବିଶ୍ୱେଶ୍ୱରାୟଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ତାଙ୍କ ସଫଳତାକୁ ମନେ ପକାଇଛନ୍ତି।

 

Get real time updates directly on you device, subscribe now.