fbpx

ଖୋଲିଲା ହୀରାକୁଦ ଜଳଭଣ୍ଡାରର ଆଉ ୬ଟି ଗେଟ୍

ସମ୍ବଲପୁର(ଓଡ଼ିଶା ଭାସ୍କର): ଲଗାଣ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବଢ଼ିବାରେ ଲାଗିଛି । ଏହି କାରଣରୁ ଆଜି ପୁଣି ଡ୍ରାମର ୬ଟି ଗେଟ୍ ଖୋଲାଯାଇଛି । ଉପରମୁଣ୍ଡରେ ବର୍ଷା ଯୋଗୁଁ ଗେଟ୍ ଖୋଲାଯାଇଛି । ବର୍ତ୍ତମାନ ହୀରାକୁଦ ଡ୍ୟାମର ୧୨ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି । ହୀରାକୁଦ ଡ୍ୟାମର ଜଳଧାରଣା କ୍ଷମତା ୬୩୦ ଫୁଟ ରହିଥିବା ବେଳେ ସକାଳ ୯ଟା ସୁଦ୍ଧା ଜଳଭଣ୍ଡାର ଜଳସ୍ତର ୬୨୮.୧୦ ଫୁଟ୍ ରହିଥିଲା ।

ଗତକାଲି ସନ୍ଧ୍ୟା ୫ଟାରେ ହୀରାକୁଦର ୬ଟି ଗେଟ୍ ଖୋଲାଯାଇଥିଲା । ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଡ୍ୟାମ କର୍ତ୍ତୃପକ୍ଷ ଏଭଳି ନିଷ୍ପତ୍ତି ନେଇଥିଲେ । ଦିନ ୩ଟା ସମୟରେ ସାଇରନ ବାଜିବା ପରେ ପର୍ଯ୍ୟାୟକ୍ରମେ ୬ଟି ଗେଟ୍ ଖୋଲାଯାଇଥିଲା ।

Get real time updates directly on you device, subscribe now.