fbpx
BSKY
BJD MC SKY
BJD YOUTH SKY

ଆଜି ଆୟୋଡ଼ିନ ଅଭାବ ଦୂରୀକରଣ ଦିବସ: ଏହାର ଅଭାବରେ ଦେଖାଯାଏ ଏହିସବୁ ରୋଗ, ଜାଣନ୍ତୁ ବର୍ତ୍ତିବାର ଉପାୟ

ସାଧାରଣତଃ ପ୍ରତ୍ୟେକ ମନୁଷ୍ୟ ପାଇଁ ଆୟୋଡିନ ଜରୁରି ହୋଇଥାଏ । ଶରୀରେ ଯଦି ଏହି ଆୟୋଡିନର ପରିମାଣ କମିଯାଇଥାଏ ତେବେ ରୋଗ ସୃଷ୍ଟି ହୋଇଥାଏ । ଯାହାଫଳରେ ମନୁଷ୍ୟ ରୋଗରେ ପୀଡିତ ହୋଇ ଯନ୍ତ୍ରଣା ଭୋଗିଥାଏ । ପ୍ରତିବର୍ଷ ଅକ୍ଟୋବର ୨୧କୁ ବିଶ୍ୱ ଆୟୋଡ଼ିନ ଅଭାବ ଦୂରୀକରଣ ଦିବସ ଭାବେ ପାଳନ କରାଯାଉଛି । ଜନସାଧାରଣଙ୍କ ମଧ୍ୟରେ ଆୟୋଡ଼ିନର ଆବଶ୍ୟକତା ଏବଂ ଆୟୋଡ଼ିନ ଅଭାବରେ ଦେଖାଦେଉଥିବା ରୋଗ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ।

ବର୍ତ୍ତମାନ ଆୟୋଡ଼ିନ ଅଭାବ ଏକ ଗୁରୁତର ସମସ୍ୟା ଭାବେ ସବୁ ବୟସର ଲୋକଙ୍କୁ କବଳିତ କରି ରଖିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସର୍ବେକ୍ଷଣ ଅନୁଯାୟୀ ପ୍ରାୟ ୫୪ଟି ଦେଶରେ ଆୟୋଡ଼ିନ ଅଭାବ ଜନିତ ରୋଗ ବହୁ ପରିମାଣରେ ଦୃଷ୍ଟି ଗୋଚର ହେଉଛି । ମଣିଷର ଶାରୀରିକ ଅଭିବୃଦ୍ଧି ପାଇଁ ଆୟୋଡ଼ିନର ଆବଶ୍ୟକତା ରହିଛି । ଶରୀରରେ ଥାଇରଏଡ଼ ହରମୋନ, ଥାଇରକ୍ସିନ (ଟି୪) ଏବଂ ଟ୍ରିଓଡୋଥାଇରୋନାଇନ୍ (ଟି୩) କ୍ଷରଣ କରିବାରେ ଆୟୋଡ଼ିନ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ ।

ସାଧାରଣ ମନୁଷ୍ୟ ଶରୀରରେ ୧୦୦-୧୫୦ ମାଇକ୍ରୋଗ୍ରାମ ଆୟୋଡ଼ିନର ଆବଶ୍ୟକତା ରହିଥିବା ଡାକ୍ତର ମତ ଦିଅନ୍ତି । ଆୟୋଡ଼ିନ ଅଭାବରେ ଗଳଗଣ୍ଡ, ମେଧାଶକ୍ତି ହ୍ରାସ, ସ୍ନାୟୁଗତ ଦୁର୍ବଳତା, ମୃତ ଶିଶୁ ଜନ୍ମ, ଥାଇରଏଡ, ଦୃଷ୍ଟି, ଶ୍ରବଣ ଓ ବାକ୍ ଶକ୍ତିହୀନତା ଆଦି ରୋଗ ଦେଖାଯାଏ । ଥିବା ବେଳେ ପ୍ରଚୁର ପରିମାଣରେ କ୍ଷୀର, ଅଣ୍ଡା, ସାମୁଦ୍ରିକ ମାଛ, ମାଂସ, କଙ୍କଡା, ଚିଙ୍ଗୁଡ଼ି ଆଦି ଖାଇବା ଦ୍ୱାରା ମଧ୍ୟ ଆୟୋଡିନ ଅଭାବ ଦୂର ହୋଇଥାଏ ।

ଆୟୋଡ଼ିନ ଅଭାବରୁ ଆମ୍ଭ ମାନଙ୍କର ଶାରୀରିକ ଅଭିବୃଦ୍ଧି ବାଧକ ହୋଇଥାଏ ବିଶେଷକରି ପିଲାମାନେ ଅପପୁଷ୍ଟିର ଶିକାର ହୋଇଥାନ୍ତି । ସ୍ତ୍ରୀ ଓ ପ୍ରସୂତୀ ମହିଳା ତଥା ବୟସ୍କ ଲୋକମାନଙ୍କ ପାଇଁ ଆୟୋଡ଼ିନ ଅପରିହାର୍ଯ୍ୟ ହୋଇଥାଏ । ସରକାରୀ ଡାକ୍ତରଖାନାରେ ଏହାମଧ୍ୟ ବିନା ମୂଲ୍ୟରେ ମିଳିଥାଏ । ତେଣୁ ଆୟୋଡ଼ିନକୁ ନେଇ ସଚେତନ ହେବା ନିଜ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଓ ଅପରିହାର୍ଯ୍ୟ ଏହାକୁ ମନେରଖିବା କଥା ।

Get real time updates directly on you device, subscribe now.