fbpx
BJD SKY
BJD SKY

Video;୧୦୭ ଦିନ ଧରି ଲଗାତାର ମାରାଥନରେ ଦୌଡ଼ୁଛନ୍ତି ଏହି ମହିଳା; ଭାଙ୍ଗିଲେ ୱାର୍ଲ୍ଡ ରେକର୍ଡ

BJD

ନୂଆଦିଲ୍ଲୀ: ମାରାଥନ ହେଉଛି ଏପରି ଏକ ଖେଳ କାର୍ଯ୍ୟକ୍ରମ ଯେଉଁଥିରେ ସମସ୍ତେ ଅଂଶଗ୍ରହଣ କରିପାରିବେ । କିନ୍ତୁ ଏହାକୁ ପୂରା କରିବା ସମସ୍ତଙ୍କ ଦ୍ୱାରା ସମ୍ଭବ ହୋଇନଥାଏ । ଏହାକୁ ପୂରା କରିବା ପାଇଁ ଆପଣଙ୍କୁ ୪୨.୧୯୫ କିମି ଦୌଡ଼ିବାକୁ ପଡିବ ଯାହା ସମସ୍ତଙ୍କ ପାଇଁ ସମ୍ଭବ ନୁହେଁ । କେବଳ ଅଳ୍ପ ଲୋକ ଏବଂ ଆଥଲେଟ୍ ମାନେ ଏହା ପୂରା କରିବାକୁ ସକ୍ଷମ ହୁଅନ୍ତି । କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ଜଣେ ମହିଳାଙ୍କ ବିଷୟରେ କହିବାକୁ ଯାଉଛୁ, ଯିଏ କ୍ରମାଗତ ଭାବରେ ୧୦୭ ଦିନ ମାରାଥନରେ ଅଂଶଗ୍ରହଣ କରୁଛନ୍ତି ଏବଂ ଏହି ଦୌଡ଼କୁ ସମାପ୍ତ ମଧ୍ୟ କରୁଛନ୍ତି । ଏହି ମହିଳାଙ୍କ ଏପରି କାର୍ଯ୍ୟ ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି ।

ଅଷ୍ଟ୍ରେଲିଆରେ ରହୁଥିବା ଏହି ମହିଳାଙ୍କ ନାମ ହେଉଛି ଏର୍ଚ୍ଚାନା ମୁରେ-ବାର୍ଟଲେଟ୍ । ୩୨ ବର୍ଷିୟ ଏର୍ଚ୍ଚାନା ଅଗଷ୍ଟ ୨୦୨୨ ରେ କୁଇନ୍ସଲ୍ୟାଣ୍ଡର କେପ୍ ୟର୍କରେ ମାରାଥନ୍ ଆରମ୍ଭ କରିଥିଲେ । ସେବେଠାରୁ ସେ କ୍ରମାଗତ ୧୦୭ ଦିନ ପାଇଁ ମାରାଥନରେ ଦୌଡ଼କୁ ସମାପ୍ତ କରି ଆସୁଥିଲେ । ଏହି ବିଶେଷ ସଫଳତା ପାଇଁ ତାଙ୍କ ନାମ ଗିନିଜ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ମଧ୍ୟ ସାମିଲ କରାଯାଇଛି । ତାଙ୍କ ସଫଳତା ସହ ଜଡିତ ଏକ ଭିଡିଓ ସେ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଏର୍ଚ୍ଚନା ମୁରେ କହିଛନ୍ତି ଯେ ସେ ବର୍ତ୍ତମାନ ଏହି ଦୌଡ଼କୁ ବନ୍ଦ କରିବେ ନାହିଁ । କ୍ରମାଗତ ୧୫୦ ମାରାଥନରେ ଅଂଶଗ୍ରହଣ କରିବା ହେଉଛି ତାଙ୍କର ଲକ୍ଷ୍ୟ । ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ସେ ପ୍ରାୟ ୪୧ ଲକ୍ଷ ଅର୍ଥାତ ୫୦ ହଜାର ଡଲାର ସଂଗ୍ରହ କରିଛନ୍ତି ।


ଏହି ବିଶ୍ୱ ରେକର୍ଡ ଏର୍ଚ୍ଚାନାଙ୍କ ପୂର୍ବରୁ ବ୍ରିଟେନର କେଟ୍ ଜେଡେନଙ୍କ ନାମରେ ରେକର୍ଡ କରାଯାଇଥିଲା । ସେ ୧୦୬ ମାରାଥନରେ ଅଂଶଗ୍ରହଣ କରିଥିଲେ । ଏର୍ଚ୍ଚନା ମୁରେ ଏକ ବିଶେଷ ଉଦ୍ଦେଶ୍ୟ ସହିତ ମାରାଥନରେ ଅଂଶଗ୍ରହଣ କରନ୍ତି । ସେ କହିଛନ୍ତି ଯେ ବନ୍ୟଜନ୍ତୁ ସଂରକ୍ଷଣ ପାଇଁ ସେ ଏହା କରୁଛନ୍ତି । ଏହି କାର୍ଯ୍ୟରେ ବର୍ତ୍ତମାନ ଅନ୍ୟ ଲୋକମାନେ ମଧ୍ୟ ଏର୍ଚ୍ଚାନାଙ୍କ ସହଯୋଗ କରିବା ଆରମ୍ଭ କରିଛନ୍ତି । ଲୋକମାନେ ଏର୍ଚ୍ଚନାଙ୍କୁ ସାହାଯ୍ୟ କରିବାକୁ ଚାହୁଁଛନ୍ତି ।

Get real time updates directly on you device, subscribe now.