fbpx

ବିଶ୍ୱ ଶରଣାର୍ଥୀ ଦିବସ: ଠିକଣା ନଥିବା ଲୋକଙ୍କ ବସ୍ତି, ଯେଉଁଠାରେ କିଛି ନୁତନ ଇଚ୍ଛାର ଆଶା ନାହିଁ

Advertisement

ଓଡ଼ିଶା ଭାସ୍କର ବ୍ୟୁରୋ: ସ୍ୱଦେଶରେ ଏକ ଠିକଣା ପାଇବାକୁ ଏବଂ ଏକ ସାଧାରଣ ଜୀବନଯାପନ କରିବାକୁ କିଏ ବା ନ ଚାହେଁ । ଗୋଟିଏ ସାଧାରଣ ପକ୍ଷୀ ଟିଏ ବି ନିଜ ଜନ୍ମସ୍ଥାନର ମୋହରେ ପଡ଼ିଯାଆନ୍ତି । ଆଉ ମଣିଷ ତ ଏକ ସାଧାରଣ ପ୍ରାଣୀ ତେଣୁ ସେ ବି ଜନ୍ମସ୍ଥାନ ବା ନିଜ ଦେଶର ମୋହରେ ପଡିବା କିଛି ଅସ୍ୱାଭାବିକ କଥା ନୁହେଁ । ତେବେ ଦୁନିଆରେ ଏଭଳି ଶରଣାର୍ଥୀ କୋଟି କୋଟି ସଂଖ୍ୟାରେ ରହିଛନ୍ତି । ଯେଉଁମାନେ ଯୁଦ୍ଧ, ସାଂପ୍ରଦାୟିକ ଗଣ୍ଡଗୋଳ ଆଦି କାରଣରୁ ନିଜ ଦେଶ ଛାଡ଼ି ଏଣେ ତେଣେ ଘୂରି ବୁଲୁଛନ୍ତି । ସେମାନଙ୍କ କୌଣସି ଠିକଣା ନଥାଏ । କେଉଁ ଦିନ କେଉଁଠି ସକାଳ ପାହିବ ତାହା ବି ସେମାନଙ୍କୁ ଅଜଣା । ଛିଣ୍ଡା-ଅର୍ଦ୍ଧଭଙ୍ଗା କୁଡିଆ, ଟେଣ୍ଟ, ଅଧା ଚିରି ହୋଇଯାଇଥିବା ଲୁଗାପଟା ପିନ୍ଧି ଅନେକ କଷ୍ଟ ଯନ୍ତ୍ରଣାରେ ଦିନ କଟେ ଏମାନଙ୍କରେ । ଆଉ ସେହି ଭଙ୍ଗାକୁଡିଆରେ କେତେ ଯେ, ଅନ୍ଧକାର ଭବିଷ୍ୟତ ଧରି ଜନ୍ମନ୍ତି ତାହା ଗଣିବା କଷ୍ଟକର । ହେଲେ ବି ଜୀବନ ସମୟ ସହିତ ଚାଲିଛି । ତେବେ ଆଜି ହେଉଛି ବିଶ୍ୱ ଶରଣାର୍ଥୀ ଦିବସ ।

ପ୍ରତିବର୍ଷ ଜୁନ୍ ୨୦ ତାରିଖରେ ବିଶ୍ୱ ଶରଣାର୍ଥୀ ଦିବସ ପାଳନ କରାଯାଏ । ନିଜ ଦେଶ ଛାଡି ଠିକଣା ଖଣ୍ଡିଏ ପାଇଁ ଅନ୍ୟ ଦେଶରେ ଘୂରି ବୁଲୁଥିବା ଶରଣାର୍ଥୀ ମାନଙ୍କ ଦୁଃଖ ଦୁର୍ଦ୍ଦଶା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ଏହି ଦିବସକୁ ପାଳନ କରାଯାଏ । ତେବେ ୨୦୦୧ ପର୍ବୂରୁ ଏହାକୁ ଆଫ୍ରିକୀୟ ଶରଣାର୍ଥୀ ଦିବସ ରୂପେ ପାଳନ କରାଯାଉଥିଲା । ହେଲେ ଯେଉଁ ସମୟରୁ ବିଶ୍ୱ ଶରଣାର୍ଥୀ ଦିବସ ପାଳନ କରିବା ନେଇ ଅନୁମୋଦନ ମିଳିବା ପରେ ଆଫ୍ରିକୀୟ ଶରଣାର୍ଥୀ ଦିବସ ଏଥିରେ ମିଶିଯାଇଛି । ୟୁନାଇଟେଡ୍ ନେସନ୍ସ ହାଇକମିସନର ଫର୍ ରିଫ୍ୟୁଜି ବା ୟୁଏନଏଚସିଆର୍ ର ଆକଳନ ମୁତାବକ ସାରା ବିଶ୍ୱର ଶରଣାର୍ଥୀଙ୍କ ସଂଖ୍ୟା ହେଉଛି ପ୍ରାୟ ୭ କୋଟି ୯୫ ଲକ୍ଷ ଓ ଏହା ଠାରୁ ଅଧିକ ମଧ୍ୟ । ଆଜିର ଏହି ଦିନର ବିଶେଷ ଉଦ୍ଦେଶ୍ୟ ହେଉଛି ଶରଣାର୍ଥୀ ମାନଙ୍କ ପରିବାରର ସୁରକ୍ଷା, ସେମାନଙ୍କ ପିଲାମାନଙ୍କ ସୁରକ୍ଷା ଓ ସମାଜରେ ତିଷ୍ଠିବା ପାଇଁ ସେମାନଙ୍କୁ ରୋଜଗାର ଦେବା ଦିଗରେ ଜନସଚେତନତା ସୃଷ୍ଟି କରିବା ।

Get real time updates directly on you device, subscribe now.