fbpx
BJD SKY
BJD SKY

ଦୁନିଆର ଦାମୀ ଜୋତା ଫିତା କାନଫୁଲ : ଏହାର ଦାମ୍ ଶୁଣି ହୋଇଯିବେ ଆଶ୍ଚର୍ଯ୍ୟ

BJD

ଆଜିକାଲି ବିଭିନ୍ନ ପ୍ରକାର ଜିନିଷକୁ ନେଇ ନୂଆ ନୂଆ ଟ୍ରେଣ୍ଡ ଆରମ୍ବ ହୋଇଛି । ତେବେ ଆପଣ ଅନେକ ଦାମୀ ଜୋତା କିଣିଥିବେ । ଦାମୀ ଜୋତା ବିଷୟରେ ମଧ୍ୟ ଜାଣିଥିବେ । ତେବେ ଆପଣ ଦାମୀ ଜୋତା ଫିତା ବିଷୟରେ ଜାଣିଛନ୍ତି କି । ଯାହାର ମୂଲ୍ୟ ନୋଏଡାର କମ୍ପାନୀରେ କାମ କରୁଥିବା ଲୋକଙ୍କ ଗୋଟିଏ ମାସର ଦରମା ସହ ସମାନ ହେବ । ବର୍ତ୍ତମାନ ଆସନ୍ତୁ ଜାଣିବା ଏହି ଜୋତା ଫିତା ବିଷୟରେ ।

ଆଜିକାଲି ଅନେକ ପ୍ରକାର ଜିନିଷକୁ ଫ୍ୟାସନ ପାଇଁ ବ୍ୟବହାର କରାଯାଉଛି । ତେବେ ଝିଅମାନଙ୍କର ବିଭିନ୍ନ ପ୍ରକାର କାନଫୁଲ ଇଅର ରିଙ୍ଗ୍ ରହିଛି । ସେଥିମଧ୍ୟରୁ କିଛି ଷ୍ଟାଇଲ ପାଇଁ ବ୍ୟବହାର ହୋଇଥାଏ ତ କିଛି ଫ୍ୟାସନ ପାଇଁ ବ୍ୟବହାର ହୋଇଥାଏ । କିନ୍ତୁ ବର୍ତ୍ତମାନ ଏହି କାନଫୁଲ ଫ୍ୟାସନ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ଏହି କାନଫୁଲ ଦେଖିବାକୁ ଯେମିତି ଅଜବ ତାର ଦାମ୍ ତାଠାରୁ ଆହୁରି ଆଶ୍ଚର୍ଯ୍ୟକର । ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ବର୍ତ୍ତମାନ ଜୋତା ଫିତାରେ ଏକ କାନଫୁଲ ପ୍ରସ୍ତୁତ ହୋଇଛି । ଯାହାର ମୂଲ୍ୟ ୨୫୦ ଡଲାର ବା ୨୦,୦୦୦ ଟଙ୍କା ।

ଏହି ଜୋତା ଫିତା କାନଫୁଲକୁ Balenciaga ନାମକ ଏକ ଫ୍ୟାସନ ବ୍ରାଣ୍ଡ ତିଆରି କରିଛି । ତେବେ ଏହି କାନଫୁଲ ଟ୍ରେଣ୍ଡରେ ସାମିଲ ହେବା ପରେ ଅନେକ ଲୋକେ ଅହାକୁ ନିଜର ପ୍ରତିକ୍ରିୟା ଦେବା ସହ ମଜାକ ଉଡାଇଛନ୍ତି । ଏଥି ସହିତ ଏହାର ଦାମକୁ ନେଇ ମଧ୍ୟ ବିଭିନ୍ନ ପ୍ରକାର ମଜାଳିଆ କଥା ମଧ୍ୟ ସାମ୍ନାକୁ ଆସିଛି ।

 

Get real time updates directly on you device, subscribe now.