fbpx

‘କିଆରା ଓ ସିଦ୍ଧାର୍ଥଙ୍କ’ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ସାହିଦ୍: କହିଲେ ବର୍ଷ ଶେଷରେ ଦୁହେଁ…

ମୁମ୍ବାଇ: କିଛି ଦିନ ହେବ ବି ଟାଉନରେ କିଆରା ଓ ସିଦ୍ଧାର୍ଥଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ଜୋର ଧରିଛି । ଉଭଭ ପରସ୍ପରକୁ ଭଲପାଉଥିବା ଖବର ବର୍ତ୍ତମାନ ସୋସିଆଲ ମିଡିଆରେ ଫ୍ୟାନ୍ସମାନଙ୍କ ଠାରୁ ଆରମ୍ଭ କରି ସେଲିବ୍ରେଟି ପର୍ଯ୍ୟନ୍ତ ସମସ୍ତେ ତାଙ୍କ ସମ୍ପର୍କକୁ ନେଇ କିଛି ନା କିଛି ପ୍ରତିକ୍ରିୟା ଦେଉଛନ୍ତି । ପୂର୍ବରୁ ଉଭୟଙ୍କ ସମ୍ପର୍କକୁ କଫି ୱିଥ୍ କରଣ ଶୋରେ ଅଭିନେତା ଭିକି କୌଶଲ ନିଜର ମତ ଦେଇଥିବା ବେଳେ ବର୍ତ୍ତମାନ ଆଉ ଏକ ଅଭିନେତା ଉଭୟ କିଆରା ଓ ସିଦ୍ଧାର୍ଥଙ୍କ ସମ୍ପର୍କକୁ ନିଜର ପ୍ରତିକ୍ରିୟା ରଖିଛନ୍ତି । ଯାହାକୁ ନେଇ ବର୍ତ୍ତମାନ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି ।

‘କଫି ୱିଥ କରଣ ଶୋ’ ସିଜନ ୭ର ନୂଆ ଅଧ୍ୟାୟ ଆରମ୍ଭ ହୋଇଥିବା ବେଳେ ବର୍ତ୍ତମାନ ଏହା ସୋସିଆଲ ମିଡିଆରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଏହି ଶୋରେ ଆସୁଥିବା ସେଲିବ୍ରେଟିମାନଙ୍କର ବୃତ୍ତିଗତ କଥା ଠାରୁ ଆରମ୍ଭ କରି ବ୍ୟକ୍ତିଗତ କଥା ସବୁକିଛିର ଖୁଲାସା ହୋଇଥାଏ । ତେବେ ‘କଫି ୱିଥ୍ କରଣ ଶୋ’ କୁ ଅତିଥି ଭାବରେ ଆସିଥିବା ସାହିଦ୍ କିଆରା ଓ ସିଦ୍ଧାର୍ଥଙ୍କ ସମ୍ପର୍କକୁ ନେଇ ମଜାଳିଆ ଢଙ୍ଗରେ ଏକ ବଡ ଘୋଷଣା କରିଛନ୍ତି ।

‘କଫି ୱିଥ କରଣ ଶୋ’ର ପ୍ରୋମୋ ସାମ୍ନାକୁ ଆସିଛି । ଯେଉଁଥିରେ ସାହିଦ୍ କାପୁର ଓ କିଆରା ଆଡଭାନି ଏହି ଶୋରେ ଅତିଥି ଭାବରେ ନଜର ଆସିଛନ୍ତି । ତେବେ ଏହି ଶୋରେ କିଆରା ସିଦ୍ଧାର୍ଥ ଓ ତାଙ୍କ ସମ୍ପର୍କକୁ ନେଇ ମୁହଁ ଖୋଲିଛନ୍ତି ଓ କହିଛନ୍ତି ସିଦ୍ଧାର୍ଥ ବନ୍ଧୁ ଠାରୁ କିଛି ଅଧିକ । ଯାହାକୁ ନେଇ ସାହିଦ୍ କାପୁର ମଜାଳିଆ ଢଙ୍ଗରେ କହିଛନ୍ତି ବର୍ଷର ଶେଷ ସୁଦ୍ଧା ଉଭୟ ବିବାହ କରିପାରନ୍ତି । ତେବେ ସାହିଦଙ୍କ ଏପରି କଥା ପରେ ବର୍ତ୍ତମାନ କିଆରା ଓ ସିଦ୍ଧାର୍ଥଙ୍କ ଯୋଡି କୁ ଚର୍ଚ୍ଚା ଜୋର ଧରିଛି । ତେବେ ଏହି ଯୋଡିଙ୍କର ବିବାହ ଫ୍ୟାନ୍ସମାନଙ୍କ ପାଇଁ ରୋମାଞ୍ଚକ ହେବ ।

ସିଦ୍ଧାର୍ଥ ମହ୍ଲୋତ୍ରା ଏବଂ କିଆରା ଆଡୱାନୀ ଗତ ଏକ ବର୍ଷ ଧରି ଦୁହେଁ ଦୁହିଁଙ୍କୁ ଡେଟ୍ କରୁଛନ୍ତି । ତେବେ ପୂର୍ବରୁ ଏହି ଯୋଡିଙ୍କର ବ୍ରେକ-ଅପ ହୋଇଯାଇଥିବା ବେଳେ ବର୍ତ୍ତମାନ ସେମାନଙ୍କ ମଧ୍ୟରେ ସବୁ ଠିକ୍ ହୋଇଯାଇଛି । ଏଥି ସହିତ ଗତ କିଛି ମାସ ତଳେ ଉଭୟ ଦୁବାଇରେ ପରସ୍ପର ସହ ରହିଥିବା ବେଳେ କିଆରାଙ୍କ ୩୦ ତମ ଜନ୍ମଦିନ ପାଳନ କରିଥିଲେ ।

Get real time updates directly on you device, subscribe now.