fbpx
BJD SKY
BJD SKY

କମୁଛି ମୋଦୀଙ୍କ ଲୋକପ୍ରିୟତା! କାହିଁକି ଆଞ୍ଚଳିକ ଦଳକୁ ଡରୁଛନ୍ତି ମୋଦୀ ?

BJD

ନୂଆଦିଲ୍ଲୀ: ଆଗକୁ ଆସୁଛି ୨୦୨୪ ସାଧାରଣ ନିର୍ବାଚନ । ନିର୍ବାଚନ ପାଇଁ ଦଳ ମଧ୍ୟ ତାଙ୍କର ଅଣ୍ଟା ଭିଡି ସାରିଲେଣି । ଜୋରସୋର ପ୍ରସ୍ତୁତି ମଧ୍ୟ ଚାଲିଛି । ତେବେ କିଏ ସରକାର ଗଢ଼ିବ କାହାକୁ ମିଳିବ ଏ ଗୁରୁ ଦାଇତ୍ୱ ସେ କଥା ତ ଦୂର ବର୍ତ୍ତମାନ ରାଜନୈତିକ ମାହେଲା କିଛି ଠିକ ନାହିଁ । ଦେଖିବାକୁ ଗଲେ କେନ୍ଦ୍ର ସରକାର ତାଙ୍କର ସ୍ଥିତିକୁ ନେଇ ଟିକିଏ ଚିନ୍ତିତ ଥିବାର ଦେଖିବାକୁ ମିଳିଛି ।

କେନ୍ଦ୍ର ସରକାର ବନାମ ଆଞ୍ଚଳିକ ଦଳ: କାହିଁକି ଚିନ୍ତିତ ଅଛନ୍ତି କେନ୍ଦ୍ର ସରକାର? ଆପଣ ଭାବୁଥିବେ କେନ୍ଦ୍ରର କାହା ସହିତ ଟକ୍କର ଚାଲିଛି? କାହାର ପ୍ରଶଂସା ଶୁଣି ରକ୍ତ ଚାଉଳ ଚୋବାଉଛି ଦଳ?ତେବେ ଆମେ କହି ରଖିବାକୁ ଚାହୁୁଁଛୁ ଏହା କୌଣସି ଜାତୀୟ ଦଳ ନୁହେଁ ବରଂ ଆଞ୍ଚଳିକ ଦଳ । ବର୍ତ୍ତମାନ ସମୟରେ ଆଞ୍ଚଳିକ ଦଳ ମାନେ ଯେପରି ପ୍ରଶଂସା ସାଉଁଟୁଛନ୍ତି ତାହାକୁ ଦେଖି କେନ୍ଦ୍ର ସରକାର ଆଉ ସହି ପାରୁ ନାହାନ୍ତି ବୋଲି ଏହି ଅଭିଯୋଗ ଆଣିଛି ଆପ । ଆପର ନେତା ମାନଙ୍କ କହିବା ଅନୁସାରେ କେନ୍ଦ୍ର କାହାରି ପ୍ରଶଂସାକୁ ସହୟ କରିପାରୁ ନାହିଁ । ତେଣୁ ଏହା ବଦଳରେ କିପରି ସେ ଦଳର କାର୍ଯ୍ୟକର୍ତ୍ତମାନଙ୍କୁ ହଇରାଣ କରିବ ତାହା ଉପରେ ଅଧିକ ଧ୍ୟାନ ଦେଉଛି ଆଉ ତା ହାତରେ ଯେଉଁ ଇଡି , ସିବିଆଇ ଭଳି ଏଜେନ୍ସି ଗୁଡିକ ରହିଛି ତାହାକୁ ନିଜ ଇଚ୍ଛାମୁତାବକ ବ୍ୟବହାର କରୁଛି । ଏହାସହ ଦଳ ଛାଡି ବିଜେପିରେ ମିଶିବାକୁ ମଧ୍ୟ କହୁଛନ୍ତି ।

ତେବେ ଏହା ପ୍ରଥମ ନୁହେଁ ଏହା ପୂର୍ବରୁ କେନ୍ଦ୍ର ସରକାର ହାତ ଧୋଇ ଟିଏମସି ପଛରେ ପଡିଯାଇଥିବା ଟିଏମସିର ମୁଖିଆ ମମତା ବାନାର୍ଜୀ ପ୍ରକାଶ କରିଥିଲେ । ମମତା କହିଥିଲେ କେନ୍ଦ୍ର ସରକାର ତାଙ୍କ ଦଳ ଭାଙ୍ଗିବାକୁ ଚାହୁଁଛନ୍ତି ତେଣୁ ସେ ତାଙ୍କ ବିରୁଦ୍ଧରେ ଇଡି ଆଉ ସିବିଆଇ ଭଳି ଏଜେନ୍ସି ଲଗାଇଛନ୍ତି । କିନ୍ତୁ ଏହା କୌଣସି ମତେ ସମ୍ଭବକର ନୁହେଁ ବୋଲି ଦିଦି ରୋକଠୋକ କହିଦେଇଛନ୍ତି ।

ଯେତେବେଳେ ପ୍ରଶଂସାର କଥା ଉଠେ ସେଥିରୁ ଓଡିଶାର ମୁଖ୍ୟମନ୍ତ୍ରୀ କିଭଳି ବା ବାଦ ପଡିପାରିବେ । ବିପର୍ଯ୍ୟୟ ମୁକାବିଲା ଠାରୁ ଆରମ୍ଭ କରି କୋଭିଡ ମହାମାରୀ ଭଳି ରୋଗରେ ମଧ୍ୟ ନିଜର ନୀତି,ଆଦର୍ଶ, କାର୍ଯ୍ୟକରିବାର ଶୈଳୀ ଦ୍ୱାରା ସେ ସମଗ୍ର ବିଶ୍ୱରେ ଏକ ବ୍ରାଣ୍ଡ ଭାବେ ପରିଚିତ ହୋଇ ପାରିଲେ । ସବୁଠାରୁ ପ୍ରିୟ ମୁଖ୍ୟମନ୍ତ୍ରୀ ଭାବେ ମଧ୍ୟ ବିବେଚିତ ହେଲେ । ତେବେ ଓଡିଶା ଭଳି ରାଜ୍ୟରେ ବିଜେଡି ମଧ୍ୟ ଏକ ଆଞ୍ଚଳିକ ଦଳ ଏବଂ ବିଜେଡି କହିଲେ ଓଡିଶାକୁ ବୁଝାଏ । ତେବେ ନବୀନଙ୍କ ଲୋକପ୍ରିୟତାକୁ ଦେଖି କେନ୍ଦ୍ର ମଧ୍ୟ ଥରହର ହେଉଛି । ସେଥିପାଇଁ ତ କେନ୍ଦ୍ରମନ୍ତ୍ରୀ ରାମଦାସ ଆଠୱଲେ ନବୀନଙ୍କୁ ଏନଡିଏ ରେ ମିଶିବାକୁ କହିଛନ୍ତି । ଆଉ ଦଳର ନେତା ମାନେ ଦଳର ମୁଖିଆ ମାନଙ୍କର କଥା ଉପସ୍ଥାପନା କରନ୍ତି ବୋଲି କହିଲେ ଭୁଲ ହେବ ନାହିଁ ।

ଏହି ସବୁ ଦିଗ ଉପରେ ଯଦି ଆମେ ନଜର ପକାଇବା ଯାହା ଆଶା କରାଯାଉଛି ମୋଦୀ ଚାହୁଁ ନାହାନ୍ତି ବିଜେପିର ବିରୋଧୀ କିଏ ରୁହନ୍ତୁ । ଯାହା ଦ୍ୱାରା ସେମାନେ ନିଜ ଇଚ୍ଛାମୁତାବକ ଶାସନଗାଦିରେ ବସି ହୁକୁମ ଚଳାଇ ପାରିବେ । ସେଥିପାଇଁ ତ କଂଗ୍ରେସ ଭଳି ଜାତୀୟ ଦଳ ଠାରୁ ଆରମ୍ଭ କରି ଆଞ୍ଚଳିତ ଦଳ ମାନଙ୍କୁ ମଧ୍ୟ ଛାଡୁ ନାହାନ୍ତି ମୋଦୀ ।

Get real time updates directly on you device, subscribe now.