fbpx

ବିଶ୍ୱ ଦକ୍ଷତା କେନ୍ଦ୍ର ଉଦଘାଟିତ

ଭୁବନେଶ୍ୱର,୫ ।୩(ଓଡିଶା ଭାସ୍କର): ଭୁବନେଶ୍ୱର ମଞ୍ଚେଶ୍ୱରରେ ବିଶ୍ୱ ଦକ୍ଷତା କେନ୍ଦ୍ର ଉଦଘାଟିତ ହୋଇଯାଇଛି । ବିଶ୍ୱ ଦକ୍ଷତା କେନ୍ଦ୍ରକୁ ଉଦଘାଟିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୧୮ ମହାଲା ବିଶିଷ୍ଟ ବିଶ୍ୱ ଦକ୍ଷତା କେନ୍ଦ୍ରକୁ ଏସୀୟ ବିକାଶ ବ୍ୟାଙ୍କ ସହଯୋଗ କରିଛି । ଯୁବକଙ୍କୁ ଆଗୁଆ ଦକ୍ଷତା ତାଲିମ ପ୍ରଦାନରେ ଉପଯୋଗ ସାବ୍ୟସ୍ତ ହେବ । ଏହା ମାଧ୍ୟମରେ ‘ସ୍କିଲଡ ଇନ ଓଡିଶା’କୁ ପ୍ରୋତ୍ସାହିତ କରିବା ସହ ଓଡିଶାର ଯୁବଶକ୍ତିଙ୍କୁ ଉନ୍ନତ ଦକ୍ଷତା ତାଲିମ ଦେବାର ଲକ୍ଷ୍ୟ ରହିଛି । ଏହି ପ୍ରକଳ୍ପ ପାଇଁ ମୋଟ ୧୯.୩ କୋଟି ଡଲାର ଖର୍ଚ୍ଚ ହେବ । ଏଥିପାଇଁ ରାଜ୍ୟ ୧୦.୮ କୋଟି ଡଲାର ଦେବ ଓ ଏଡିବି ୮.୫ କୋଟି ଡଲାର ନିବେଶ କରିବ । ୮ଟି ଉନ୍ନତ ପୂର୍ଣ୍ଣ ଅବଧିର ପାଠ୍ୟକ୍ରମ ପ୍ରଚଳନ କରାଯିବ । ଆଇଟିଆଇ ଓ ପଲିଟେକ୍ନିକ ପ୍ରଶିକ୍ଷକମାନଙ୍କୁ ମଧ୍ୟ ପ୍ରଶିକ୍ଷଣ ଦିଆଯିବ । ପ୍ରକଳ୍ପ ଅଧୀନରେ ୧.୫୧ ଲକ୍ଷ ଯୁବକଙ୍କୁ ତାଲିମ ଦିଆଯିବ ।

Get real time updates directly on you device, subscribe now.