fbpx

ଟିକାକରଣ ପାଇଁ କମିଶନରଙ୍କୁ ଚିଠି

ଭୁବନେଶ୍ୱର,୫ ।୩(ଓଡିଶା ଭାସ୍କର): ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଚାଲିଛି । ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରଗୁଡିକରେ ଏବେ ୪୫ ବର୍ଷରୁ ୭୦ ବର୍ଷ ବୟସ୍କର ବ୍ୟକ୍ତିମାନଙ୍କୁ ପ୍ରତିଷେଧ ଭ୍ୟାକ୍ସିନ ଦିଆଯାଉଛି। ସରକାର ଏହି ଭ୍ୟାକ୍ସିନ ମାଗଣାରେ ଯୋଗାଇ ଦେଉଥିବା ବେଳେ ଏଥିପାଇଁ ଉଭୟ ଅନଲାଇନ ଓ ଅଫଲାଇନର ବ୍ୟବସ୍ଥା କରିଛନ୍ତି। ଟିକାକରଣ ପ୍ରସଙ୍ଗରେ ସମସ୍ତ ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିଶନରଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ସରକାର । ଜେଲ ଅନ୍ତେବାସୀଙ୍କୁ ଟିକା ପ୍ରସଙ୍ଗରେ ଚିଠିରେ ଉଲ୍ଲେଖ ରହିଛି । ବୟସ୍କ ଜେଲ ଅନ୍ତେବାସୀଙ୍କୁ ଟିକାକରଣ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏସପି ଓ ଜେଲ ଅଧିକାରୀଙ୍କ ସହଯୋଗରେ ଟିକାକରଣ ବ୍ୟବସ୍ଥା ହେବ ।

ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଠାରୁ ଆରମ୍ଭ କରି ରାଜ୍ୟପାଳ ଗଣେଶୀ ଲାଲ ଓ ରାଜ୍ୟର ଅନେକ ମନ୍ତ୍ରୀ, ବିଧାୟକମାନଙ୍କର ଟିକାକରଣ ସରିଛି ।

Get real time updates directly on you device, subscribe now.