ନୂଆଦିଲ୍ଲୀ: ପ୍ରତିବର୍ଷ ଅକ୍ଟୋବର 29 ତାରିଖକୁ ବିଶ୍ବ ଷ୍ଟ୍ରୋକ ଡେ ଭାବେ ପାଳନ କରାଯାଇଥାଏ । ଷ୍ଟ୍ରୋକର ପ୍ରତିରୋଧ, ଚିକିତ୍ସା ଏବଂ ପୁନରୁଦ୍ଧାର ବିଷୟରେ ଲୋକଙ୍କ ମଧ୍ୟରେ ସଚେତନତା ବୃଦ୍ଧି କରିବା ଏହି ଦିବସ ପାଳନ କରିବାର ମୁଖ୍ୟ ଉଦ୍ଦେଶ୍ୟ ଅଟେ । ପ୍ରତ୍ୟେକ ବର୍ଷ ଏକ ଥିମକୁ ନେଇ ଷ୍ଟ୍ରୋକ ଦିବସ ପାଳନ କରାଯାଇଥାଏ । ଚଳିତ ବର୍ଷର ଥିମ୍ ରହିଛି greaterthanstroke । ଯାହାକି ଷ୍ଟ୍ରୋକ ବ୍ୟକ୍ତିଙ୍କ ମନରେ ସାହାସ ଭରିଥାଏ । ତେବେ ଦୃଢ ସଂକଳ୍ପ ପ୍ରେରିତ କାହାଣୀ ଲୋକଙ୍କୁ ସେୟାର କରିବା ଉଚିତ । ଏହା ବ୍ୟକ୍ତିକୁ ଶସକ୍ତ କରିବା ସହିତ ଷ୍ଟ୍ରୋକ ଠାରୁ ଦୂରେଇ ରଖିବାରେ ସାହାଯ୍ୟ କରିଥାଏ ।
ଯଦି ଆମେ ସାଇଲେଣ୍ଟ ଷ୍ଚ୍ରୋକ କଥା ଦେଖିବା ଏଥିରେ କୌଣସି ଭିନ୍ନ ଲକ୍ଷଣ ନଥାଏ । ଖରାପ ଜୀବନଶୈଳୀ ହେତୁ ଷ୍ଟ୍ରୋକ ମାମଲା ବୃଦ୍ଧି ପାଇବାରେ ଲାଗିଛି । 10 ବର୍ଷ ମଧ୍ୟରେ 20 ପ୍ରତିଶତ ମାମଲା ବୃଦ୍ଧି ପାଇଥିବା ରିପୋର୍ଟରେ ପ୍ରକାଶିତ ହୋଇଛି । 45 ବର୍ଷରୁ କମ୍ ବୟସ୍କଙ୍କୁ ମଧ୍ୟ ଷ୍ଚ୍ରୋକ ହେଉଛି । ଯଦି ଏହାର କାରଣ ଦେଖିବା ଖରାପ ଜୀବନଶୈଳୀ ଯୋଗୁଁ ଅନେକ ଉଚ୍ଚ ରକ୍ତଚାପ ଏବଂ ମଧୁମେହରେ ପୀଡିତଥାନ୍ତି । ଏହାସହିତ ଧୂମ୍ରପାନ କରିବା କାରଣରୁ ଏହାର ସମ୍ଭାବନା ଆହୁରି ବୃଦ୍ଧି ପାଇଥାଏ । ପରିବର୍ତ୍ତିତ ଜୀବନଶୈଳୀ ଯୋଗୁଁ ଯୁବକମାନଙ୍କ ମସ୍ତିଷ୍କରେ ରକ୍ତ ଜମାଟ ବାନ୍ଧିଥାଏ । ଯଦି ପ୍ରାରମ୍ଭିକ ଲକ୍ଷଣରୁ ଷ୍ଟ୍ରୋକ ଚିହ୍ନଟ କରାଯାଏ ନାହିଁ ଏହା ପରବର୍ତ୍ତି ଅବସ୍ଥାରେ ବିପଦର କାରଣ ସାଜିପାରେ । ଯଦି ପ୍ରବଳ ମୁଣ୍ଡବିନ୍ଧା ହୁଏ ତାହେଲେ ଏହି ଲକ୍ଷଣକୁ ଅଣଦେଖା କରନ୍ତୁ ନାହିଁ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି।
ପ୍ରମୁଖ କାରଣ
- ଉଚ୍ଚ ରକ୍ତଚାପ- ଏହା ବ୍ରେନ ଷ୍ଟ୍ରୋକର ପ୍ରମୁଖ କାରଣ ଅଟେ । ଏହା ଦ୍ବାରା ରକ୍ତକୋଶିକାକୁ କ୍ଷତି ପହଞ୍ଚାଇଥାଏ । ଏହା ଦ୍ବାରା ଥକ୍କା ମଧ୍ୟ ଲାଗିଥାଏ ।
- ମଧୁମେହ- ଏଥିରେ ଆକ୍ରାନ୍ତ ହେବା ଦ୍ବାରା ରକ୍ତବାହିକା ପ୍ରଭାବିତ ହୋଇଥାଏ । ଏହାଦ୍ବାରା ଷ୍ଟ୍ରୋକର ସମ୍ଭାବନା ଅଧିକ ରହିଥାଏ ।
- ଧୂମ୍ରପାନ- ଏହା କେବଳ ରକ୍ତ କୋଶିକାକୁ କ୍ଷତି ପହଞ୍ଚାଏ ନାହିଁ ବରଂ ରକ୍ତଚାପକୁ ମଧ୍ୟ ପ୍ରଭାବିତ କରିଥାଏ । ଏହାଦ୍ବାରା ଷ୍ଟ୍ରୋକର ଆଶଙ୍କା ବଢିଥାଏ ।
- ମୋଟାପା- ଅଧିକ ଓଜନ ହେବା ଦ୍ବାରା ପେଟ ପାଖେ ଚର୍ବି ଜମାଟ ବାନ୍ଧି ରହିଥାଏ । ଏହାଦ୍ବାରା ଉଚ୍ଚ ରକ୍ତଚାପ ଏବଂ ମଧୁମେହ ଭଳି ରୋଗର ଆଶଙ୍କା ବୃଦ୍ଧି ପାଇଥାଏ ।