fbpx

World Theatre Day:ବଦଳୁଛି ଦର୍ଶକଙ୍କ ରୁଚି, ପୁରା ଦୁନିଆରେ ନୂତନ ପରିଚୟ ସୃଷ୍ଟି କରୁଛି ନାଟକ

ଭୁବନେଶ୍ୱର: ନିଜ ଭିତରେ ଥିବା ପ୍ରତିଭା, ଅଭିନୟର ଇଚ୍ଛା ଆଉ ଅଭିଳାଷାକୁ ପୂରଣ କରିବା ପାଇଁ ଲୋକମାନେ ସହର ମୁହାଁ ହୋଇ ଆସନ୍ତି । ଭାବନ୍ତି ଏଠାରେ ଆସି ସେମାନେ ତାଙ୍କ ଅଭିନୟର ଯାତ୍ରା ଆରମ୍ଭ କରିବେ । କିନ୍ତୁ ରୁଚି ମଧ୍ୟ ଭିନ୍ନ ପ୍ରକାରର । କିଏ ପେଟ ପୋଷିବା ପାଇଁ ଅଭିନୟକୁ ମାଧ୍ୟମ ରୂପେ ବାଛେ ତ ଆଉ କେହି ନିଜର ପ୍ରତିଭାକୁ ପ୍ରସ୍ଫୁୂଟିତ କରିବା ପାଇଁ ଏହି ଧାରାରେ ଆଗକୁ ବଢ଼ନ୍ତି ।

ଏହା ନା କେବଳ ମନୋରଞ୍ଜନ କରାଏ ତାହା ନୁହେଁ ବ୍ୟକ୍ତିକୁ ଅନେକଗୁଡ଼ିଏ ବିଷୟରେ ତଥ୍ୟ ଓ ଜ୍ଞାନ ମଧ୍ୟ ଦିଏ । ଏଥିପାଇଁ ପ୍ରତି ବର୍ଷ ଆଜିର ଦିନରେ ପୂରା ବିଶ୍ବରେ ପାଳନ ହୁଏ ରଙ୍ଗମଞ୍ଚ ଦିବସ। ରଙ୍ଗମଞ୍ଚ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏହି ଦିବସର ଉଦ୍ଦେଶ୍ୟ। ୧୯୬୧ରେ ଅନ୍ତର୍ଜାତୀୟ ରଙ୍ଗମଞ୍ଚ ସଂସ୍ଥା (ଆଇଟିଆଇ) ଏହି ଦିବସର ପ୍ରାରମ୍ଭ କରିଥିଲା । ଏହି ଦିବସ ପ୍ରାରମ୍ଭ ହେବା ପରେ ପୂରା ବିଶ୍ବରେ ଆଇଟିଆଇର କେନ୍ଦ୍ର, ଅନ୍ତର୍ଜାତୀୟ ରଙ୍ଗମଞ୍ଚ ସମୁଦାୟ ସହିତ ମିଶି ପ୍ରତି ବର୍ଷ ୨୭ ମାର୍ଚ୍ଚ ଦିନ ରଙ୍ଗମଞ୍ଚ ଦିବସ ପାଳନ କରିବା ନେଇ ସ୍ଥିର କରିଥିଲେ । ପୂରା ବିଶ୍ବର ଥ୍ଟର୍‌ଗୁଡ଼ିକ ଏହି ଦିବସକୁ ସ୍ମରଣୀୟ କରିବା ପାଇଁ ଆୟୋଜନମାନ କରିଥାନ୍ତି ।

ତେବେ ବଲିଉଡ ହେଉ ଅବା ଅଲିଉଡ କିମ୍ବା ଟଲିଉଡ ଆପଣ ଯେଉଁ ବଡ ବଡ କଳାକାର ମାନଙ୍କୁ ଆଜି ପରଦା ଆଗରେ ଦେଖୁଛନ୍ତି ସେମାନଙ୍କର ଯାତ୍ରା କହିବାକୁ ଥିଏଟରରୁ ହିଁ ଆରମ୍ଭ । ଅନେକ ଦିଗଜ ଅଭିନେତା ଯେପରି ଇରଫାନ ଖାନ,ବମନ ଇରାନୀ,ରାଜକପୁର,କଙ୍ଗନା ରଣାୱତ, ମନୋଜ ବାଜପେଇ, ରାଜକୁମାର ରାଓ ଏହି ଭଳି ତାଲିକା ଦେଖିବାକୁ ଗଲେ ବହୁ ଲମ୍ବା ହେବ ଯେଉଁମାନେ ତାଙ୍କ ଅଭିନୟର ଯାତ୍ରା ଥିଏଟରରୁ ଆରମ୍ଭ କରିଛନ୍ତି । ଯେଉଁଠାରେ ସେ ଅଭିନୟକୁ କିଭଳି ଜୀବନ୍ତ ରୂପ ଦିଆଯାଏ ତାହା ଶିଖିଛନ୍ତି । ଆଉ ତାଙ୍କର ଅଭିନୟ ମଧ୍ୟ ଆପଣ ଆଜି ଦେଖି ପାରୁଥିବେ ।

କହିବାକୁ ଗଲେ ମନୋରଞ୍ଜନର ପ୍ରକୃତ ସାଧାନା ଏହି ରଙ୍ଗମଞ୍ଚରୁ ହିଁ ଆରମ୍ଭ ହୋଇଥାଏ । ଆଗରୁ ଲୋକମାନେ ଚଳଚିତ୍ର ଦେଖିବାକୁ ଯେତେ ପସନ୍ଦ କରୁଥିଲେ ସେତେଟା ନାଟକ କିମ୍ବା ଥିଏଟର ଦେଖିବାକୁ ରୁଚି ରଖୁ ନଥିଲେ । କିନ୍ତୁ ସମୟ ଚକ୍ର ଧୀରେ ଧୀରେ ବଦଳିବାରେ ଲାଗିଲାଣି । ଏବେ ଲୋକ ନାଟକା ମୁହାଁ ହେଲେଣି । ନାଟକ ଆଡକୁ ରୁଚି ଫେରାଇବା ପାଇଁ ପ୍ରାୟ ସବୁ ନାଟକ କୁ ମାଗଣା ପରିବେଷଣ କରାଯାଉଥିଲା କିନ୍ତୁ ବର୍ତ୍ତମାନର ପିଢ଼ି ଟଙ୍କା ଦେଇ ଟିକେଟ କାଟି ନାଟକ ଦେଖିବାକୁ ଆସିଲେଣି ।

କେବଳ ଦର୍ଶକ ମାନଙ୍କ କଥା ନୁହେଁ ବରଂ ବଡ ବଡ ଅଭିନେତା ମାନେ ମଧ୍ୟ ଦର୍ଶକ ମାନଙ୍କ ରୁଚିକୁ ବୁଝିବାରେ ଲାଗିଲେଣି ଆଉ ସେମାନେ ମଧ୍ୟ ଏବେ ମଞ୍ଚମୁହାଁ ହେଲେଣି । ଲୋକମାନଙ୍କୁ ହସାଇବା କନ୍ଦାଇବାକୁ ଅଭିନୟର ପ୍ରକୃତ ଯଥାର୍ଥ ଅନୁଭବ କରାଇବା ପାଇଁ ସେମାନେ ଏବେ ଥିଏଟରକୁ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଭାବେ ବାଛିଲେଣି । ଯାହା ଦ୍ୱାରା ଏବେକାର ଯୁବ ପିଢ଼ିମାନେ ମଧ୍ୟ ଏବେ ଥିଏଟର ମୁହାଁ ହେଉଛନ୍ତି । ରାଜ୍ୟରେ ଥିବା ବିଭିନ୍ନ ଥିଏଟର ଗ୍ରୁପରେ ଯୋଗଦେଇ ପ୍ରାୟ ହଜିଯିବାକୁ ବସିଥିବା ଥିଏଟର ସଭ୍ୟତାକୁ ପୁଣିଥରେ ଉଜ୍ଜିବିତ କରୁଛନ୍ତି । ଆଉ ତାଙ୍କର ଏହି ପ୍ରୟାସ ଏବେ ଯେଉଁଠାରେ ନାଟକ ପରିବେଶଣ ହେଉଛି ସେଠାରେ ସିଟ ଆଉ ଖାଲି ପଡୁ ନାହିଁ । ଦର୍ଶକମାନେ ନାଟକକୁ ବୁଝି ଲେଣି ଆଉ ପସନ୍ଦ ମଧ୍ୟ କରିଲେଣି ।

Get real time updates directly on you device, subscribe now.