fbpx

ଏହା ହେଉଛି ଦୁନିଆର ସବୁଠୁ ବଡ ‘ଲଭ୍ ହୋଟେଲ’ : ୧୨ ମହଲା ବିଲଡିଂରେ ଚାଲିଛି ରୋମାନ୍ସ, ପ୍ରତିଦିନ ଆସନ୍ତି ୧ ହଜାର ଲୋକ

ଆଗକାଳରେ ଲୋକମାନେ ସ୍ନେହ-ପ୍ରେମ ଓ ଭଲପାଇବାକୁ ପୂଜା ବୋଲି ବିବେଚନା କରୁଥିଲେ । ଯଦି ଜଣେ କାହାକୁ ଭଲ ପାଉଥିଲା ତେବେ ସେ ତା’ ପାଇଁ କିଛି କରିବାକୁ ପ୍ରସ୍ତୁତ ରହୁଥିଲା । କିନ୍ତୁ ସମୟ ସହିତ ମଣିଷର ଭାବନା ବଦଳିବାରେ ଲାଗିଲା । ଏହାପୂର୍ବରୁ ରାସ୍ତାରେ ଯିବାବେଳେ କାହାସହ ଆଖି ମିଶିଲେ ପ୍ରେମ ହେଉଥିଲା, କିନ୍ତୁ ଏବେ ତ ଡେଟିଂ ଆପର ଦୁନିଆ ହୋଇଗଲାଣି । ଏବେ ପ୍ରେମ ଲଷ୍ଟର ରୂପ ନେବାରେ ଲାଗିଲାଣି ।

ସୋସିଆଲ ମିଡିଆରେ ଦୁନିଆର ସବୁଠୁ ବଡ ଲଭ୍ ହୋଟେଲର ଫଟୋ ସେୟାର କରାଯାଇଛି । ଏହି ହୋଟେଲ ଜର୍ମାନୀରେ ରହିଛି । ପାଶା ନାମକ ଏହି ହୋଟେଲର ନିର୍ମାଣ ବହୁତ ବଡ । ୧୨ ମହଲା କୋଠା ଭିତରେ ଅନେକ ରୁମ୍ ରହିଛି, ଯେଉଁଠାରେ ପ୍ରତିଦିନ ଏକ ହଜାରରୁ ଅଧିକ ଲୋକ ସେମାନଙ୍କର ପ୍ରେମ ଆବଶ୍ୟକତା ପୂରଣ କରିବାକୁ ଆସନ୍ତି । ସରଳ ଭାବରେ କହିବାକୁ ଗଲେ ଏହା ହେଉଛି ଦୁନିଆର ସବୁଠୁ ବଡ ବେଶ୍ୟା ଘର । ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଏହି ହୋଟେଲରେ କରାଯାଇଥିବା କାର୍ଯ୍ୟ ଆଇନଗତ । ଏହାର ଅର୍ଥ ହେଉଛି ଏହି ହୋଟେଲ ଚଳାଇବାରେ ସରକାରଙ୍କ ସମ୍ମତି ସାମିଲ ହୋଇଛି ।

ଏହିପରି ସୁବିଧା ଉପଲବ୍ଧ :-
ହଁ, ଆମେ ଦୁନିଆର ସବୁଠୁ ବଡ ଲଭ୍ ହୋଟେଲ ବିଷୟରେ କହୁଛୁ । ଏହି ହୋଟେଲର କୋଠା ୯ ହଜାର ବର୍ଗ ମିଟରରେ ନିର୍ମିତ । ଏହି ବିଲଡିଂରେ ୧୨ ଫ୍ଲୋର୍ ରହିଛି, ଯେଉଁଥିରେ ଅନେକ ବିଳାସପୂର୍ଣ୍ଣ କୋଠରୀ ଅଛି । ଏହି କୋଠରୀଗୁଡ଼ିକରେ ହୋଟେଲ ପରି ଅନେକ ପ୍ରକାରର ସୁବିଧା ଅଛି । କିନ୍ତୁ ସାଧାରଣ ହୋଟେଲଠାରୁ ଏହା କିଛି ଅଲଗା । ତାହା ହେଉଛି- ରୁମରେ ଟିଭି, ବେଡ ଏବଂ ଅନ୍ୟାନ୍ୟ ସୁବିଧା ସହିତ ଆପଣ ନିଜ ପସନ୍ଦର ସାଥୀ ପାଇବେ । ସୂଚନାନୁସାରେ, ଦିନକୁ ପ୍ରାୟ ଏକ ହଜାର ଲୋକ ଏହି ପ୍ରେମ ହୋଟେଲକୁ ଆସନ୍ତି ଏବଂ ସେମାନଙ୍କର ଆବଶ୍ୟକତା ପୂରଣ କରିବା ପରେ ଚାଲିଯାଆନ୍ତି ।

Get real time updates directly on you device, subscribe now.