fbpx
BJD SKY
BJD SKY

ପ୍ରାକୃତିକ ବିପର୍ଯ୍ୟୟରେ ବିଶ୍ୱ ଥରହର : ଗ୍ଲାସିୟରକୁ ନେଇ ଗବେଷକ ଦେଲେ ସତର୍କବାଣୀ

BJD

ନୂଆଦିଲ୍ଲୀ: ପ୍ରାକୃତିକ ବିପର୍ଯ୍ୟୟରେ ବିଶ୍ୱ ବର୍ତ୍ତମାନ ଥରହର ହେଉଥିବା ବେଳେ ଗ୍ଲାସିୟରକୁ ନେଇ ସତର୍କବାଣୀ ଦେଇଛନ୍ତି ଗବେଷକ । ଗ୍ଲାସିୟର ତରଳୁଥିବାରୁ ବିଶ୍ୱର ପ୍ରାୟ ୧୫ ନିୟୁତ ଲୋକ ବିପନ୍ନରେ ବୋଲି ଗବେଷଣାରେ କୁହାଯାଇଛି ।

ଭାରତ, ପାକିସ୍ତାନ, ପେରୁ ଓ ଚୀନବାସୀଙ୍କ ଲାଗି ଏହି ବିପଦ ଅଧିକ ଘନୀଭୂତ ହେଉଛି ବୋଲି କହିଛି ନେଚର କମ୍ୟୁନିକେସନ୍ସ । ବରଫ ତରଳିବା ଯୋଗୁ ବର୍ତ୍ତମାନ ସୁଦ୍ଧା ୧୫୦ଟି ଗ୍ଲାସିୟରଜନିତ ବନ୍ୟା ସଂଗଠିତ ହେଲାଣି ବୋଲି ରିପୋର୍ଟରେ କୁହାଯାଇଛି ।

୧୯୪୧ରେ ପେରୁରେ ହୋଇଥିବା ଗ୍ଲାସିୟରଜନିତ ପ୍ରଳୟଙ୍କରୀ ବନ୍ୟାରେ ପ୍ରାୟ ୬ ହଜାର ଲୋକ ପ୍ରାଣ ହରାଇଥିବାବେଳେ ୨୦୦୦ରେ ବ୍ରିଟିଶ କଲମ୍ବିଆ ଓ କାନାଡାରେ ପ୍ରାୟ ୧୦୦ ମିଟର ଉଚ୍ଚତାର ସୁନାମି ଆସିଥିଲା । ଗତ ୨୦୧୭ରେ ନେପାଳରେ ବି ଗ୍ଲାସିୟରଜନିତ ବନ୍ୟା ଆସିଥିଲା । ୨୦୧୩ରେ ଭାରତରେ ଗ୍ଲାସିୟର ତରଳିବାଜନିତ ବନ୍ୟା ଓ ପ୍ରବଳ ବର୍ଷା ଯୋଗୁ ସହସ୍ରାଧିକ ଲୋକ ପ୍ରାଣ ହରାଇଥଲେ । ୨୦୨୧ରେ ବି ସମଧରଣର ବିପଦ ସୃଷ୍ଟି ହୋଇଥିଲା ।

Get real time updates directly on you device, subscribe now.