fbpx

ଭାରତରେ ହେବ ଦୁନିଆର ସବୁଠାରୁ ଉଚ୍ଚତମ ବ୍ରିଜ୍

ଭାରତରେ ହେବାକୁ ଯାଉଛି ଦୁୁନିଆର ସବୁଠାରୁ ଉଚ୍ଚତମ ବ୍ରିଜ୍ । ଜମ୍ମୁ-କାଶ୍ମୀରର ରୀୟାସୀ ଜିଲ୍ଲାରେ ଏହି ବ୍ରିଜର ନିର୍ମାଣ ଚାଲିଛି । ବ୍ରିଜ୍ ପ୍ୟାରିସର ଏଫିଲ ଟାୱାରଠାରୁ ୩୫ ମିଟର ଅଧିକ ଉଚ୍ଚ ହୋଇ ନୂଆ ରେକର୍ଡ ସୃଷ୍ଟି କରିବାକୁ ଯାଉଛି । ଭାରତୀୟ ରେଳ ବିଭାଗ ଇତିହାସରେ ସବୁଠାରୁ କଠିନ ପ୍ରୋଜେକ୍ଟ ହିସାବରେ ଏହାର ନିର୍ମାଣ ଚାଲିଛି । ଚେନାବ ନଦୀ ଉପରେ ନିର୍ମାଣ ହେଉଥିବା ଏହି ବ୍ରିଜର କାମ ୨୦୨୧ ମାର୍ଚ୍ଚ ସୁଦ୍ଧା ଶେଷ ହେବାର ଯୋଜନା ରହିଛି । ବ୍ରିଜଟି ଉଧମପୁର-ଶ୍ରୀନଗର ଓ ବାରାମୂଳା ରେଳ ପରିଯୋଜନାର ଅଂଶ ହେବ ।


ତେବେ ବ୍ରିଜଟିର ୧.୩ କିଲୋମିଟର ଲମ୍ବା ଓ ୩୫୯ ମିଟର ଉଚ୍ଚା ରହିବ । ଏହାର ମୁଖ୍ୟ ତୋରଣର ବ୍ୟାସ ୪୮୫ ମିଟର ରହିଥିବା ବେଳେ ସମୁଠାରୁ ଉଚ୍ଚ ସ୍ତମ୍ଭର ଉଚ୍ଚତା ୧୩୩.୭ ମିଟର ରହିବ । ଏହି ବ୍ରିଜରେ ପାଖାପାଖି ୧୭ଟି ସ୍ତମ୍ଭ ରହିବ । ଘଣ୍ଟାପ୍ରତି ୨୬୬ କିଲୋମିଟର ଯାଉଥିବା ପବନକୁ ଏହି ବ୍ରିଜ୍ ସହ୍ୟ କରିବା ସହ ଭୂକମ୍ପ ଓ ବିସ୍ଫୋରଣ ମଧ୍ୟ ଏହାର କିଛି କ୍ଷତି କରିପାରିବ ନାହିଁ ।


ଏହି ବ୍ରିଜରେ ବୋମା ଲଗାଇ ଉଡାଇବାକୁ ପ୍ରୟାସ କଲେ ମଧ୍ୟ ଫେଲ୍ ହେବ । ବ୍ରିଜଟିର ନିର୍ମାଣ ପାଇଁ ମୋଟ୍ ୫୧୨ କୋଟି ଟଙ୍କା ଲାଗିବ । ଏହି ରେଳ ପରିଯୋଜନା ଦ୍ୱାରା ଜମ୍ମୁ-କାଶ୍ମୀରର ଅନନ୍ତନାଗ, ଶୋପିୟାନ୍, ପୁଲୱାମା, ଶ୍ରୀନଗର, ବଡଗାମ ଓ ବାରାମୂଳ ଜିଲ୍ଲା କଭର ହୋଇଯିବ ।

Get real time updates directly on you device, subscribe now.