fbpx

ଲାଲ୍ ଓଠ ଥିବା ବିଶ୍ୱର ବିଚିତ୍ର ବୃକ୍ଷ, ଦେଖିବା ମାତ୍ରେ ଦେବେ ଚୁମ୍ବନ

ନୂଆଦିଲ୍ଲୀ: ଆମ ଏଇ ବିଶ୍ୱରେ ଏପରି ବହୁ ଜିନିଷ ରହିଛି ଯାହା ଦେଖିବା ପରେ ଆମେ ଚିନ୍ତାରେ ପଡିଯାଉ । ଏପରି ବହୁ ଜୀବ ଜନ୍ତୁ, ବୃକ୍ଷ ଲତା ଆମ ନଜରରେ ପଡନ୍ତି ଯାହା ଦେଖିବା ପରେ ମନ ମଧ୍ୟରେ ଈଶ୍ୱରଙ୍କ ସୃଷ୍ଟିକୁ ନେଇ ଆଶ୍ଚର୍ଯ୍ୟ ପ୍ରକଟ ହୋଇଥାଏ । ସେହିପରି ଏକ ଅଭିନବ ସୃଷ୍ଟି ହେଉଛି ଏକ ପ୍ରକାର ଉଦ୍ଭିଦ ଯାହାକୁ କିସିଂ ପ୍ଲାଣ୍ଟ କୁହାଯାଏ । ଏହି ପ୍ଲାଣ୍ଟକୁ ଦେଖିବା ମାତ୍ରେ ଆପଣଙ୍କର ତାହାକୁ କିସ୍ କରିବାକୁ ଇଚ୍ଛା ହେବ ।

ଏହି ବିଚିତ୍ର ଉଦ୍ଭିଦ ହେଉଛି ହୁକର ପ୍ଲାଣ୍ଟ । ଏହାର ବୈଜ୍ଞାନିକ ନାମ ସାଇକୋଟ୍ରିଆ ଏଲାଟା । ଏହି ଉଦ୍ଭିଦର ସ୍ୱତନ୍ତ୍ରତା ହେଉଛି ଏହାର ଚେହେରା । ଏହି ବୃକ୍ଷ ମଣିଷର ଓଠ ପରି ଦେଖାଯାଇଥାଏ । ଏହି ବୃକ୍ଷକୁ ଦେଖିବା ପରେ ଲାଗିଥାଏ ସତେ ଯେପରି ଏଥିରେ ଲାଲ ଲିପଷ୍ଟିକ୍ ଲଗା ଓଠ ଲଗାଯାଇଛି । ଏହି ଓଠ ଏହିପରି ସୁନ୍ଦର ଯାହାର ସ୍ୱପ୍ନ ବହୁ ଯୁବତୀ ଦେଖିଥାନ୍ତି ।

ଏହି ବୃକ୍ଷ ନିଜର ଲାଲ ରଙ୍ଗ କାରଣରୁ ବହୁ ସହଜରେ ପକ୍ଷୀଙ୍କୁ ଆକର୍ଷିତ କରିଥାଏ । ଏହି ବୃକ୍ଷ ଦକ୍ଷିଣ ଆଫ୍ରିକା ଓ କେନ୍ଦ୍ର ଆଫ୍ରିକାରେ ଦେଖିବାକୁ ମିଳିଥାଏ । କିନ୍ତୁ ଜଳବାୟୁଜନିତ ପରିବର୍ତ୍ତନ କାରଣରୁ ଏହି ବୃକ୍ଷ ଏବେ ବିଲୁପ୍ତ ଶ୍ରେଣୀରେ ସାମିଲ ହେବାକୁ ଯାଉଛି । ଏଣୁ ଏହାର ସୁରକ୍ଷା ଲାଗି ବହୁ ଏନଜିଓ ଏବେ ସାମ୍ନାକୁ ଆସିଲେଣି ।
ଏହି ବୃକ୍ଷର ଫଟୋ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି । ଏହାର ଫଟୋ ଦେଖିବା ପରେ ବହୁ ୟୁଜର ଏହା ଉପରେ ଜୋରଦାର କମେଣ୍ଟ କରିଛନ୍ତି । ଜଣେ ମହିଳା ଲେଖିଛନ୍ତି ଏପରି ଓଠ ପାଇବା ଲାଗି ବହୁ ସର୍ଜରୀ କରାଇବାକୁ ପଡିଥାଏ । ଅନ୍ୟ ଜଣେ ୟୁଜର ଲେଖିଛନ୍ତି ମୋତେ ବି ଏହିପରି ଓଠ ଦରକାର ।

Get real time updates directly on you device, subscribe now.