fbpx

ଆଜମା ରୋଗ ଯୋଗୁଁ ଚିନ୍ତିତ ହେଉଛନ୍ତି କି ? ଆପଣାନ୍ତୁ ଏହି ଘରୋଇ ଉପଚାର

AAKASH

ଆଜିକାଲି ଆଜମା ରୋଗ ବହୁଳ ଭାବରେ ବଢ଼ିବାରେ ଲାଗିଛି । ଆଜମା ଏପରି ଏକ ରୋଗ, ଯେଉଁଥିରୁ ବର୍ତ୍ତିବା ଏତେ ସହଜ ନୁହେଁ । ଋତୁ ବଦଳିବା ସହିତ ବାୟୁମଣ୍ଡଳରେ ଧୂଳିକଣା ଓ ବ୍ୟାକ୍ଟେରିଆ ମଧ୍ୟ ବୃଦ୍ଧି ପାଇଲେ ଆରମ୍ଭ ହୁଏ ଆଜମା ଗୋଗୀଙ୍କ କଷ୍ଟ। ଆଲର୍ଜି ଗମ୍ଭୀର ରୂପ ଧାରଣ କଲେ ଏହା ଆଜମାରେ ପରିବର୍ତ୍ତିତ ହୋଇଥାଏ। ଋତୁ ପରିବର୍ତ୍ତନ ସଙ୍ଗେ ସଙ୍ଗେ ଏହି ରୋଗ କ୍ଷତିକାରକ ହୋଇଥାଏ। ଯେ କୌଣସି ବୟସର ବ୍ୟକ୍ତିଙ୍କୁ ଆଜମା ରୋଗ ହୋଇଥାଏ। ଏହି ରୋଗ ହେଲେ ରୋଗୀକୁ ନିଃଶ୍ୱାସ ନେବାରେ କଷ୍ଟ ହୋଇଥାଏ।

ଆଜ୍ମାର ଲକ୍ଷଣ :-

– ବାରମ୍ୱାର ଶ୍ୱାସ ନଳୀରେ କଫ ଜମା ହେବା ଏବଂ ଏଥି ଯୋଗୁ କାଶ ହେବା..

– ନିଃଶ୍ୱାସ ନେବା ସମୟରେ କଷ୍ଟ ଓ ଶବ୍ଦ ହେବା..

– କଥା ହେବା, ଚାଲିବା ଓ ବସିବା ସମୟରେ ପେଲି ହେବ ଇତ୍ୟାଦି ।

ଏହାର ଘରୋଇ ଉପଚାର :-

– ଅଧା ଲିଟରେ ପାଣିରେ ଗୋଟିଏ ଚାମଚ ମେଥି ପକାଇ କାଢ଼ା ପ୍ରସ୍ତୁତ କରନ୍ତୁ। ଏଥିରେ ଅଦା ରସ ଓ ମହୁ ମିଶାଇ ସକାଳେ ଓ ସନ୍ଧ୍ୟାରେ ପିଅନ୍ତୁ।

– ୪ରୁ ୫ କୋଲା ରସୁଣ ନିଅନ୍ତୁ। କ୍ଷୀରରେ ଏହାକୁ ଫୁଟାନ୍ତୁ ଓ ପିଅନ୍ତୁ। ଏପରି କଲେ ଆଜ୍‌ମା ଦୂର ହେବା ସହିତ ଆଲର୍ଜି ମଧ୍ୟ ହେବ ନାହିଁ।

– ଧୂଳି, ମାଟି, ଧୂଆଁ, ସିଗାରେଟ୍‌ଠାରୁ ନିଜକୁ ଦୂରେଇ ରଖନ୍ତୁ। ଏପରି ପରିବେଶରେ ମୁହଁରେ ମାସ୍କ ଲଗାନ୍ତୁ।

– ଚା’ରେ ଅଦା ଓ ରସୁଣ ପକାଇ ସକାଳେ ଏବଂ ସନ୍ଧ୍ୟାରେ ଏହାକୁ ପିଅନ୍ତୁ। ଏହାଦ୍ୱାରା ଆପଣ ଆଜ୍‌ମାକୁ ନିୟନ୍ତ୍ରଣରେ ରଖିପାରିବେ।

– ଗୋଟିଏ ମୁଠା ସଜନା ପତ୍ରକୁ ଦେଢ଼ କପ୍‌ ପାଣିରେ ଫୁଟାନ୍ତୁ। ଏଥିରେ ଅଳ୍ପ ଲୁଣ, ଗୋଲମରିଚ ଓ ଲେମ୍ୱୁ ରସ ମିଶାଇ ପିଅନ୍ତୁ।

– ଜୁଆଣିକୁ ପାଣିରେ ପକାଇ ଫୁଟାନ୍ତୁ ଓ ଏହି ପାଣିକୁ ପିଅନ୍ତୁ। ଆଜ୍‌ମା ପାଇଁ ଏହା ଖୁବ୍‌ ଉପକାରୀ।

Get real time updates directly on you device, subscribe now.