fbpx
BJD SKY
BJD SKY

ସେମି ଫାଇନାଲ୍ ପରଜାୟର ପ୍ରତିଶୋଧ ନେବାକୁ ଚାହିଁବେ ବଜରଙ୍ଗ ପୁନିଆ, କାଂସ୍ୟ ପଦକ ପାଇଁ ଆଜି ଲଢିବେ

BJD

ନୂଆଦିଲ୍ଲୀ: ବଜରଙ୍ଗ ପୁନିଆ(୬୫ କିଗ୍ରା) ସେମି ଫାଇନାଲରେ ହାରିବା ସହିତ କୁସ୍ତିରେ ସ୍ଵର୍ଣ୍ଣ ପଦକ ଜିତିବା ପାଇଁ ଭାରତକୁ ଏବେ ଆହୁରି  ଅପେକ୍ଷା କରିବାକୁ ପଡିବ। ଟୋକିଓରେ ସ୍ଵର୍ଣ୍ଣ ପଦକ ଜିତିବାର ସବୁଠୁ ବଡ ଦାବିଦାର ବଜରଙ୍ଗଙ୍କୁ ସେମି ଫାଇନାଲରେ ତିନି ଥରର ବିଶ୍ଵ ଚାମ୍ପିଅନ  ହାଜି ଅଲିଭଙ୍କଠୁ ପରାଜୟର ମୁହଁ ଦେଖିବାକୁ ପଡିଥିଲା। ଏବେ ହରିୟାଣାର ଏହି ପହିଲମାନ ଶନିବାର କାଂସ୍ୟ ପଦକ ପାଇଁ ମଇଦାନକୁ ଓହ୍ଲାଇବେ। ଏହି ମୁକାବିଲା ଅପରାହ୍ନ ୩ଟା ୫୫ ମିନିଟରେ ଖେଳାଯିବ।

ରିଓ ଅଲିମ୍ପିକ୍ସର କାଂସ୍ୟ ବିଜେତା ଅଜରବୈଜାନର ଅଲିଭ କ୍ରମାଗତ ବଜରଙ୍ଗଙ୍କ ଗୋଡରେ କ୍ରମାଗତ ହମଲା କରିଥିଲେ। ପ୍ରଥମ ରାଉଣ୍ଡରେ ୧-୪ରେ ପଛରେ ଥିବା ବଜରଙ୍ଗ ଦ୍ଵିତୀୟ ରାଉଣ୍ଡରେ ପ୍ରତ୍ୟାବର୍ତ୍ତନ କରିବାକୁ ଚେଷ୍ଟା କରିଥିଲେ ହେଁ ଅଲିଭ ଚତୁରତାର ସହ ବଜରଙ୍ଗଙ୍କୁ ୧୨-୫ରେ ହରାଇଥିଲେ।

ଜିତିଲେ ଲଣ୍ଡନ ଅଲିମ୍ପିକ୍ସର ବରାବର

ବଜରଙ୍ଗ ଯଦି କାଂସ୍ୟ ପଦକ ଜିତିବାରେ ସଫଳ  ହୁଅନ୍ତି ତେବେ ଏହା ଭାରତର ଯୁଗ୍ମ ଶ୍ରେଷ୍ଠ ପ୍ରଦର୍ଶନ ହେବ। ଏହା ପୂର୍ବରୁ ଭାରତ ୨୦୧୨ ଲଣ୍ଡନ ଅଲିମ୍ପିକ୍ସରେ କୁସ୍ତିରେ ୨ଟି ପଦକ ଜିତିଥିଲା। ସେହି ସମୟରେ ସୁଶୀଲ କୁମାର ରୌପ୍ୟ ଓ ଯୋଗେଶ୍ଵର ଦତ୍ତ କାଂସ୍ୟ ପଦକ ଜିତିଥିଲେ। ଚଳିତ ଅଲିମ୍ପିକ୍ସରେ ରବି କୁମାର ଦାହିୟା ରୌପ୍ୟ ପଦକ ଜିତି ସାରିଛନ୍ତି। ବଜରଙ୍ଗ ଶୁକ୍ରବାର ଦିନର ପ୍ରଥମ ମୁକାବିଲାରେ କିର୍ଗିସ୍ତାନର ଅର୍ନାଜାରଙ୍କୁ ଏବଂ କ୍ଵାର୍ଟର ଫାଇନାଲରେ ଇରାନର ମୁର୍ତ୍ତେଜା ଚେକା ଘିୟାସିଙ୍କୁ ହରାଇ ସେମି ଫାଇନାଲରେ ପ୍ରବେଶ କରିଥିଲେ।

 

Get real time updates directly on you device, subscribe now.