fbpx

ପଦକ ଫେରେଇ ନିଅନ୍ତୁ, ଯେଉଁଠାରେ ଆମର ସମ୍ମାନ ନାହିଁ; ଏ ପଦକ ରଖି ଆମେ କରିବୁ କଣ …ସାମ୍ବାଦିକ ସମ୍ମିଳନୀରେ ଭୋ ଭୋ ହେଇ କାନ୍ଦିଲେ କୁସ୍ତିଯୋଦ୍ଧା

Advertisement

ନୂଆଦିଲ୍ଲୀ: ଜନ୍ତର ମନ୍ତରରେ ବିଳମ୍ବିତ ରାତ୍ରି ପୋଲିସ ସହ ଧସ୍ତାଧସ୍ତି ପରେ ଗୁରୁବାର କୁସ୍ତିଯୋଦ୍ଧା ମାନେ ସକାଳେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। କୁସ୍ତିଯୋଦ୍ଧା ମାନେ କହିଛନ୍ତି ଯେ ସେମାନଙ୍କର ଏହି ଲଢେଇ ସରକାରଙ୍କ ବିରୋଧୀରେ ନୁହେଁ, ସେମାନଙ୍କର ଏହି ଲଢେଇ ବ୍ରିଜ ଭୂଷଣ ଶରଣ ସିଂଙ୍କ ସହ ହେଉଛି । ଏହି ସାମ୍ବାଦିକ ସମ୍ମିଳନୀରେ ଦିଲ୍ଲୀ ମହିଳା ଆୟୋଗର ଅଧ୍ୟକ୍ଷ ସ୍ୱାତୀ ମାଲିବାନ ମଧ୍ୟ କୁସ୍ତିମାନଙ୍କ ସହ ଉପସ୍ଥିତ ରହିଥିଲେ ।

ସୂଚନାମୁତାବକ ସାମ୍ବାଦିକ ସମ୍ମିଳନୀରେ ବଜରଙ୍ଗ ପୁନିଆ କହିଛନ୍ତି ଯେ ଯଦି ଖେଳାଳିଙ୍କ କଥା ଶୁଣାଯାଇପାରିବ ନାହିଁ ଏବଂ ସେମାନେ ନ୍ୟାୟ ପାଇପାରିବେ ନାହିଁ, ତେବେ ସରକାର ସେମାନଙ୍କ ପଦକ ଏବଂ ପୁରସ୍କାର ଫେରାଇ ନେବା ଉଚିତ୍। ପୁନିଆ କହିଛନ୍ତି ଯେ ଆମେ ଆମର ପଦକ ସରକାରଙ୍କୁ ଫେରାଇବୁ। ଏପରି ପଦକ ସହିତ ଆମେ କ’ଣ କରିବୁ ?

ଏହି ଆନ୍ଦୋଳନକୁ ରାଜନୀତି ସହିତ ସୁଚିନ୍ତିତ ଭାବେ ଯୋଡ଼ିବା ପାଇଁ ଉଦ୍ୟମ କରାଯାଉଛି ବୋଲି ପୁନିଆ କହିଛନ୍ତି। ଆମର ଆନ୍ଦୋଳନ ନ୍ୟାୟ ପାଇଁ ଏବଂ ଏହା ସମସ୍ତଙ୍କ ସମର୍ଥନ ହାସଲ କରୁଛି। ପୁନିଆ କହିଛନ୍ତି ଯେ ଗତକାଲି ପିଟି ଉଷା ମଧ୍ୟ ଆମ ପାଖକୁ ଆସିଥିଲେ। ଗୋଟେ ପଟେ ଆମକୁ ଅନେକ ସମର୍ଥନ ମିଳୁଥିବା ବେଳେ ପୁନିଆଙ୍କ କହିବା କଥା ପୋଲିସ କିନ୍ତୁ ତାଙ୍କ ନିର୍ଦ୍ଦେଶରେ (ବ୍ରିଜ ଭୂଷଣ)କାମ କରୁଛି। ଯେହେତୁ ଏଫ୍ଆଇଆର୍ ପଞ୍ଜୀକୃତ ହୋଇଛି, ଆମକୁ ଦୁର୍ବ୍ୟବହାର କରାଯାଉଛି। ଏହାକୁ ରାଜନୀତି ଏବଂ ଜାତି ସହିତ ଯୋଡି ଆମକୁ ଦୁର୍ବଳ କରିବାକୁ ଚେଷ୍ଟା କରାଯାଉଛି ।

ଭିନେଶ ଫୋଗାଟ କହିଛନ୍ତି, ମୋତେ ଦୁର୍ବ୍ୟବହାର କରାଯାଇଥିଲା, ପୋଲିସର ଆଚରଣ ଆକ୍ରମଣାତ୍ମକ ଥିଲା ପୋଲିସ ମଦ୍ୟପାନ କରି ଆମ ସହିତ ଏଭଳି କାର୍ଯ୍ୟ କରୁଛନ୍ତି। ଏହାସହିତ ପଦକ ଫେରାଇବାକୁ ପ୍ରସ୍ତୁତ ବୋଲି ମଧ୍ୟ ବିନେଶ କହିଛନ୍ତି। ପଦକ ସହିତ ସେ ନିଜ ଜୀବନ ମଧ୍ୟ ଦେବେ ବୋଲି ବିନେଶ କହିଛନ୍ତି।

ଭିନେଶ ଫୋଗାଟ କହିଛନ୍ତି, ଆମକୁ ବହୁତ ଅପମାନିତ କରାଯାଉଛି । କେବଳ ଆମ ସହିତ ନୁହେଁ ବରଂ ଏଠାରେ ଆମ ମା ଏବଂ ଭଉଣୀଙ୍କ ସହ ମଧ୍ୟ ଦୁର୍ବ୍ୟବହାର କରାଯାଉଛି । ତାଙ୍କୁ ଖରାପ ଭାଷାରେ ଗାଳିଗୁଲଚ ମଧ୍ୟ କରାଯାଉଛି ।

Get real time updates directly on you device, subscribe now.