fbpx

ଷ୍ଟାଟସ ସିମ୍ବଲ ପାଲଟିଛି ଘଡି, ମୋବାଇଲ୍ ନୁହେଁ ଏବେ ଘଣ୍ଟାରେ ସମୟ ଦେଖୁଛନ୍ତି ଭାରତୀୟ, ୬ମାସରେ କିଣିଛନ୍ତି ୯୩୩ କୋଟି ମୂଲ୍ୟର ଘଡି

Advertisement

ନୂଆଦିଲ୍ଲୀ: କୁହାଯାଏ ସବୁ ଜିନିଷ ପୁଣି ଏକ ସମୟାନ୍ତରରେ ଫେରି ଆସିଥାଏ । ଏବେ ସମୟ କହୁଥିବା ଘଡିର ସମୟ ପୁଣି ଫେରିଆସିଛି । ଦେଶରେ ପୁଣି ଘଡିର କାରବାର ବଢିବାରେ ଲାଗିଛି । ବିଶେଷ କରି ସୁଇସ୍ ଘଡି ଉପରେ ଭାରତୀୟଙ୍କ ଆକର୍ଷଣ ବେଶୀ ବଢିଛି । ଏବେ କେବଳ ଭାରତରେ ନୁହେଁ ସାରା ବିଶ୍ୱରେ ସୁଇସ ଘଡିର ଆଦର ବଢିବାରେ ଲାଗିଛି । ଯେତେବେଳେ ସୁଇସ୍ କମ୍ପାନୀ ଏହାର ଘଡିର ଦାମ୍ ଲଗାତର ବୃଦ୍ଧି କରିବାରେ ଲାଗିଛି ସେତେବେଳେ ଘଡିର ଚାହିଦା ମଧ୍ୟ ବଢିବାରେ ଲାଗିଛି ।
ସୁଇସ୍ ୱାଚ୍ ଇଣ୍ଡଷ୍ଟ୍ରୀ ଫେଡେରେସନ ପକ୍ଷରୁ ଜାରି ଆକଳନ ଅନୁସାରେ ୨୦୨୨ରେ ମୋଟ ୨.୩୪ ଲକ୍ଷ କୋଟି ଟଙ୍କା ମୂଲ୍ୟର ଘଡି ବିକ୍ରୀ ହୋଇଛି । ଏଥିମଧ୍ୟରୁ ୯୩୩ କୋଟି ମୂଲ୍ୟର ସୁଇସ ୱାଚ୍ କେବଳ ଭାରତୀୟ ମାନେ କିଣିଛନ୍ତି । ଯଦିଓ ସୁଇସ୍ କମ୍ପାନୀର ଘଡି ସଂଖ୍ୟା ହ୍ରାସ ପାଇବାରେ ଲାଗିଛି ତଥାପି କମ୍ପାନୀ ଏହାର ମୂଲ୍ୟ ଲଗାତର ବୃଦ୍ଧି କରିବାରେ ଲାଗିଛି ।

ମୋବାଇଲ୍ ଯୁଗରେ ରିଷ୍ଟ ୱାଚ୍ ଏବେ ଆବଶ୍ୟକତା ନୁହେଁ ଷ୍ଟାଟସ ସିମ୍ବଲ ପାଲଟିଛି । ଏକ ସର୍ଭେ ଅନୁଯାୟୀ ୩୩ ହଜାର ଟଙ୍କାରୁ ଅଧିକ ମୂଲ୍ୟର ଘଡିର ଚାହିଦା ୨ ଗୁଣରୁ ବି ଅଧିକ ହୋଇଯାଇଛି । ବର୍ଷ୨୦୨୩ର ପ୍ରଥମ ୫ ମାସକୁ ଦେଖିଲେ ଜଣାପଡିଛି ସୁଇସ୍ ୱାଚର ବିକ୍ରୀ ଗତ ବର୍ଷ ଠାରୁ ୧୪ ପ୍ରତିଶତ ଅଧିକ ହୋଇଛି । ଭାରତୀୟମାନେ ବି ସୁଇସ୍ ୱ୍ାଚ୍ ଉପରେ ବେଶ୍ ପଇସା ଖର୍ଚ୍ଚ କରିଛନ୍ତି । ବର୍ଷ ୨୦୨୩ର ପ୍ରଥମ ୬ ମାସରେ ଭାରତୀୟମାନେ ୯୩୩ କୋଟିତ ଟଙ୍କା ସୁଇସ୍ ୱାଚ୍ କିଣିଛନ୍ତି । ଏହା ୨୦୨୨ର ପ୍ରଥମ ୬ ମାସ ତୁଳନାରେ ୨୧ ପ୍ରତିଶତ ଅଧିକ । ତେବେ ଭାରତୀୟମାନଙ୍କୁ କେବଳ ସୁଇସ୍ ବ୍ରାଣ୍ଡ ନୁହେଁ ଇଣ୍ଡିଆନ ବ୍ରାଣ୍ଡ ଯେପରିକି ଟାଇଟନ,କେସିଓ, ଫାଷ୍ଟଟ୍ରେକ ଘଡି ମଧ୍ୟ ବହୁତ ପସନ୍ଦ ଆସୁଛି । ଦେଶରେ ଘଡି ବଜାର ପ୍ରତିବର୍ଷ ୧୩.୨୧ ପ୍ରତିଶତ ହାରରେ ବୃଦ୍ଧି ପାଉଛି ।

 

Get real time updates directly on you device, subscribe now.