fbpx
BJD SKY
BJD SKY

ବିଶ୍ଵ ଟେଷ୍ଟ ଚମ୍ପିଆନସିପ୍ ଫାଇନାଲ: ରିଜର୍ଭ ଡେରେ ସୂର୍ଯ୍ୟକିରଣରେ ଛାଇଲା ସାଉଥମ୍ପଟନ, ହେବ ପୂରା ଦିନର ଖେଳ !

BJD

ସାଉଥମ୍ପଟନ : ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ସାଉଥମ୍ପଟନରେ ବିଶ୍ଵ ଟେଷ୍ଟ ଚମ୍ପିଆନସିପ ଫାଇନାଲ୍ ମୁକାବିଲା ଜାରି ରହିଛି। ପଞ୍ଚମ ଦିନର ଖେଳ ସମାପ୍ତ ହୋଇ ସାରିଥିବା ବେଳେ ଏବେ ଫଳାଫଳ ପାଇଁ ରିଜର୍ଭ ଡେରେ ମ୍ୟାଚ୍ ଖେଳାଯିବ। ବର୍ଷା କାରଣରୁ ଏହି ଐତିହାସିକ ମୁକାବିଲାର ପ୍ରଥମ ଓ ଚତୁର୍ଥ ଦିନର ଖେଳ ସଂପୂର୍ଣ୍ଣ ଧୋଇ ହୋଇ ଯାଇଥିଲା। ହେଲେ ପଞ୍ଚମ  ଦିନରେ ପ୍ରଥମ ଏକ ଘଣ୍ଟାକୁ ଛାଡି ଦେଲେ ପୂରା ଦିନ ଖେଳ ହୋଇ ପାରିଛି। ହେଲେ ରିଜର୍ଭ ଡେରେ ପାଗ ଭଲ ରହିଛି ଏବଂ ବର୍ଷାର ଆଶଙ୍କା ମଧ୍ୟ ନାହିଁ। ତେଣୁ ବୁଧବାର ପ୍ରଶଂସକଙ୍କୁ ପୂରା ଦିନର ଖେଳ ଦେଖିବାକୁ ମିଳିପାରେ।

ଦିନେଶ କାର୍ତ୍ତିକ ସାଉଥମ୍ପଟନ ପାଣିପାଗ ଫଟୋ ସେୟାର କରିଛନ୍ତି। ଏହା ଅନୁଯାୟୀ, ସାଉଥମ୍ପଟନରେ ସୂର୍ଯ୍ୟ ନଜର ଆସିଛି ଏବଂ ଆକାଶ ସ୍ଵଚ୍ଛ ରହିଛି, ଯାହା ମ୍ୟାଚ୍ ପାଇଁ ପାଗ ପୂରା ଅନୁକୂଳ ରହିଛି। ମ୍ୟାଚ୍ ଉପରେ ନଜର ପକାଇଲେ ଭାରତ ପ୍ରଥମ ଇନିଂସରେ ୨୧୭ ରନରେ ଅଲଆଉଟ୍ ହୋଇଥିଲା। ଜବାବରେ ନ୍ୟୁଜିଲାଣ୍ଡ ୨୪୯ ରନ କରି ୩୨ ରନର ଅଗ୍ରଣୀ ହାସଲ କରିଥିଲା। ନ୍ୟୁଜିଲାଣ୍ଡ ପକ୍ଷରୁ କାଇଲ ଜେମିସନ ପାଞ୍ଚ ଓ୍ଵିକେଟ୍ ନେଇଥିଲେ। ଭାରତ ଦ୍ଵିତୀୟ ଇନିଂସ ବ୍ୟାଟିଂ ଆରମ୍ଭ କରି ପଞ୍ଚମ ଦିନର ଖେଳ ଶେଷ ସୁଦ୍ଧା ୨ ଓ୍ଵିକେଟ୍ ହରାଇ ୬୪ ରନ କରିଛି। ଏଥିସହ ନ୍ୟୁଜିଲାଣ୍ଡଠୁ ଦଳ ୩୨ ରନରେ ଆଗୁଆ ରହିଛି। କ୍ରିଜରେ ଚେତେଶ୍ଵର ପୂଜାରା ଓ ଅଧିନାୟକ ବିରାଟ କୋହଲି ଅଛନ୍ତି। ନ୍ୟୁଜିଲାଣ୍ଡର ପ୍ରଥମ ଇନିଂସରେ ମହମ୍ମଦ ସାମି ୪ ଓ୍ଵିକେଟ୍ ନେଇ ଦମଦାର ପ୍ରଦର୍ଶନ କରିଛନ୍ତି।

 

ରିଜର୍ଭ ଡେରେ ତିନୋଟି ଫଳାଫଳ ଆସିପାରେ। ଭାରତ ଯଦି ଆଜି ପ୍ରଥମ ସେସନରେ ଓ୍ଵିକେଟ୍  ବଞ୍ଚାଇ ଦ୍ରୁତ ବ୍ୟାଟିଂ କରେ ଏବଂ ନ୍ୟୁଜିଲାଣ୍ଡକୁ ଭଲ ସ୍କୋର ଦେଇ ଅଲଆଉଟ୍ କରେ ତେବେ ଭାରତ ଜିତି ପାରିବ। ସେହି ପରି ନ୍ୟୁଜିଲାଣ୍ଡ ଯଦି ଭାରତକୁ ଦ୍ଵିତୀୟ ଇନିଂସରେ ଶୀଘ୍ର ଅଲଆଉଟ୍ କରି ଲକ୍ଷ୍ୟ ହାସଲ କରି ନିଏ ତେବେ କିଓ୍ଵି ଦଳ ଚମ୍ପିଆନ ହୋଇପାରେ। ଯଦି ସମୟ ସରିଯାଏ ଏବଂ ଫଳାଫଳ ନଆସେ ତେବେ ଐତିହାସିକ ମୁକାବିଲା ଡ୍ର ହୋଇପାରେ।

Get real time updates directly on you device, subscribe now.