fbpx

ତେଜିଲା ଫଟୋ ରାଜନୀତି: ଅପରାଜିତାଙ୍କୁ ଏପରି ଜବାବ୍ ଦେଲେ ସସ୍ମିତ ପାତ୍ର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଟିକାକରଣରେ ଫଟୋକୁ ନେଇ ତେଜିଛି ରାଜନୀତି । ମୁହାଁମୁହିଁ ହୋଇଛି ବିଜେଡି ଓ ବିଜେପି । କୋଭିଡ ଟିକାକରଣ କେନ୍ଦ୍ରରେ ଫଟୋକୁ ନେଇ ସାଂସଦ ଅପରାଜିତାଙ୍କ ଟ୍ୱିଟ ପରେ କଡା ଜବାବ ଦେଇଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର । ପ୍ରଥମେ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ଟ୍ୱିଟ୍ କରି ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ ।

ଅପରାଜିତା ଲେଖିଥିଲେ ଯେ, ‘ରାଜ୍ୟରେ ଟିକାକରଣ କ୍ଷେତ୍ରରେ ରାଜ୍ୟ ସରକାର ବିଫଳ ହୋଇଥିଲେ । ଟିକାକରଣ କ୍ଷେତ୍ରରେ ଓଡ଼ିଶାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସହଯୋଗ କରିଛନ୍ତିି । ସୌଜନ୍ୟତା ଦୃଷ୍ଟିରୁ ଟିକାକରଣ କେନ୍ଦ୍ରରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ରହିବା କଥା । ଏପରିକି ପିଏମଙ୍କ ଫଟୋ ସହ ମୁଖ୍ୟମନ୍ତ୍ରୀଙ୍କ ଫଟୋ ରଖାଯାଇପାରିବ ।’ କିନ୍ତୁ ଟିକାକରଣରେ କେବଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫଟୋ ଲଗାଯାଇଥିବା ଅପରାଜିତା କହିଥିଲେ । ଏହା ଭୀରୁ ଓ ସଂକୀର୍ଣ୍ଣ ମାନସିକତାର ପରିଚୟ ବୋଲି ସେ ଟ୍ୱିଟରରେ ଲେଖିଥିଲେ ।

ଅପରାଜିତାଙ୍କ ଟ୍ୱିଟ୍ ପରେ ତାଙ୍କୁ କଡା ଜବାବ୍ ଦେଇଛନ୍ତି ବିଜେଡି ସାଂସଦ ସ୍ମିତ ପାତ୍ର । ଟିକା ରାଜନୀତିକୁ ନେଇ ସସ୍ମିତ ଟ୍ୱିଟ୍ କରି କହିଛନ୍ତି ଯେ, ‘ କୋଭିଡ ଟିକାକରଣ ପ୍ରମାଣପତ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫଟୋ ଅଛି । ଏହାକୁ ନେଇ ପ୍ରତି ରାଜନୈତିକ ଦଳ ମୁଦ୍ଦା କରିଥିଲେ, କିନ୍ତୁ ବିଜେଡି କେବେ ବି ଏହାକୁ ନେଇ ରାଜନୀତି କରିବାକୁ ଚାହିଁନି । ଭାରତରେ ଟିକାକରଣ ସର୍ବଦା ଜାତୀୟ କାର୍ଯ୍ୟକ୍ରମ ହୋଇଆସୁଛି । ଟିକାକରଣକୁ ରାଜ୍ୟ ଉପରେ ଲଦା ଯାଇଥିଲା ଓ ପରେ ହଟାଇ ନିଆଗଲା । ମୁଖ୍ୟମନ୍ତ୍ରୀଙ୍କ ଫଟୋ କୋଭିଡ ନିୟମ ମାନିବା ପାଇଁ ଚାରିଆଡେ ଲାଗିଛି । କୋଭିଡ ଟିକାକରଣ ସହିତ ଏହାର କୌଣସି ସମ୍ପର୍କ ନାହିଁ । ଏହାକୁ ନେଇ ରାଜନୀତି କରିବା ଲଜ୍ଜାଜନକ ବୋଲି ସସ୍ମିତ କହିଛନ୍ତି ।

ରାଜନୀତିରେ ଏହା ଶସ୍ତା ଓ ଲଜ୍ଜାଜନକ ବୋଲି ସସ୍ମିତ କହିଛନ୍ତି । ଏହା ସହ ବିଜେପି ସାଂସଦ ଅପରାଜିତା ଷଢ଼ଙ୍ଗୀ ଏହାକୁ ନେଇ ହୀନ ରାଜନୀତି କରୁଥିବା ସେ କହିଛନ୍ତି । ସବୁବେଳେ ମାସ୍କକୁ ନେଇ ସମାଲୋଚନାର ଶିକାର ହେଉଥିବା ଅପରାଜିତାଙ୍କୁ ବିଳମ୍ବରେ ମାସ୍କ ପିନ୍ଧିଥିବାରୁ ଧନ୍ୟବାଦ ଜଣାଇଛନ୍ତି ସସ୍ମିତ ।

Get real time updates directly on you device, subscribe now.